ସିଙ୍ଗାପୁରରେ ଦୁଇଗୁଣ ବଢ଼ିଛି ଭାରତୀୟ ସ୍ନାତକ ଡିଗ୍ରୀଧାରୀଙ୍କ ସଂଖ୍ୟା: ମଧ୍ୟବିତ୍ତଙ୍କ ଆୟରେ ୪୦% ବୃଦ୍ଧି

ନୂଆଦିଲ୍ଲୀ: ବିଦେଶରେ ଭାରତୀୟଙ୍କ କମାଲ। ସିଙ୍ଗାପୁରରେ ଭାରତୀୟ ସମ୍ପ୍ରଦାୟ ଶିକ୍ଷା ଏବଂ ଆୟ ସ୍ତରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଏନେଇ ସିଙ୍ଗାପୁରର ଗୃହ ଏବଂ ଆଇନ ମନ୍ତ୍ରୀ କେ ଶାନମୁଗମ ସୂଚନା ଦେଇଛନ୍ତି। ଜାତୀୟ ତଥ୍ୟକୁ ଉଲ୍ଲେଖ କରି, ସେ ଗତ ଦୁଇ ଦଶନ୍ଧିରେ ହୋଇଥିବା ଅଗ୍ରଗତିକୁ ଦର୍ଶାଇଥିଲେ। ଏହି ଅଗ୍ରଗତି ପାଇଁ ସେ ଅପ୍ରବାସନ ଏବଂ ସମ୍ପ୍ରଦାୟର ବିକାଶ କ୍ଷେତ୍ରରେ ହୋଇଥିବା ପ୍ରୟାସକୁ ପ୍ରଶଂସା କରିଥିଲେ। SINDA ଫୋରମକୁ ସମ୍ବୋଧିତ କରି ଶନମୁଗମ ସ୍ପଷ୍ଟ କରିଛନ୍ତି ଯେ ୨୦୨୦ ମସିହାରେ ୨୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ୪୧% ଭାରତୀୟଙ୍କ ପାଖରେ ଡିଗ୍ରୀ ରହିଥିଲା। ହେଲେ ୨୦୦୦ ମସିହାରେ ଏହା ମାତ୍ର ୧୬.୫% ଥିଲା। ତେବେ ଏଥିରେ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ଦେଖିବାକୁ ମିଳିଛି। ଏହି ସଂଖ୍ୟାକୁ ଦେଖିଲେ ପ୍ରତି ୧୦ ଜଣ ଭାରତୀୟଙ୍କ ମଧ୍ୟରୁ ଚାରି ଜଣ ସ୍ନାତକ ହାସଲକାରି ହୋଇଛନ୍ତି ବୋଲି ଦି ଷ୍ଟ୍ରେଟ୍ସ ଟାଇମ୍ସ ରିପୋର୍ଟ ପ୍ରକାଶ କରିଛି। ପଢନ୍ତୁ- କୁଳଭୂଷଣଙ୍କୁ ନେଇ ପାକିସ୍ତାନର ବାହାନା: କହିଲା, ତାଙ୍କର କୋର୍ଟରେ ଆବେଦନ କରିବାର ଅଧିକାର ନାହିଁସେ ଆହୁରି ମଧ୍ୟ କହିଛନ୍ତି ଯେ ମାଧ୍ୟମିକ ସ୍କୁଲ ସମାପ୍ତ କରିବା ପୂର୍ବରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିଛି। ଭାରତୀୟ ଛାତ୍ରଛାତ୍ରୀମାନେ ମାଧ୍ୟମିକ ସ୍କୁଲ ଡିଗ୍ରୀ ବିନା ପାଠ ଛାଡିବା ହାର ୨୦୨୦ରେ ୧୮%କୁ ଉନ୍ନୀତ ହୋଇଛି। ଯାହା ୨୦୦୦ ମସିହାରେ

ସିଙ୍ଗାପୁରରେ ଦୁଇଗୁଣ ବଢ଼ିଛି ଭାରତୀୟ ସ୍ନାତକ ଡିଗ୍ରୀଧାରୀଙ୍କ ସଂଖ୍ୟା: ମଧ୍ୟବିତ୍ତଙ୍କ ଆୟରେ ୪୦% ବୃଦ୍ଧି

ନୂଆଦିଲ୍ଲୀବିଦେଶରେ ଭାରତୀୟଙ୍କ କମାଲ। ସିଙ୍ଗାପୁରରେ ଭାରତୀୟ ସମ୍ପ୍ରଦାୟ ଶିକ୍ଷା ଏବଂ ଆୟ ସ୍ତରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଏନେଇ ସିଙ୍ଗାପୁରର ଗୃହ ଏବଂ ଆଇନ ମନ୍ତ୍ରୀ କେ ଶାନମୁଗମ ସୂଚନା ଦେଇଛନ୍ତି। ଜାତୀୟ ତଥ୍ୟକୁ ଉଲ୍ଲେଖ କରି, ସେ ଗତ ଦୁଇ ଦଶନ୍ଧିରେ ହୋଇଥିବା ଅଗ୍ରଗତିକୁ ଦର୍ଶାଇଥିଲେ। ଏହି ଅଗ୍ରଗତି ପାଇଁ ସେ ଅପ୍ରବାସନ ଏବଂ ସମ୍ପ୍ରଦାୟର ବିକାଶ କ୍ଷେତ୍ରରେ ହୋଇଥିବା ପ୍ରୟାସକୁ ପ୍ରଶଂସା କରିଥିଲେ। 

SINDA ଫୋରମକୁ ସମ୍ବୋଧିତ କରି ଶନମୁଗମ ସ୍ପଷ୍ଟ କରିଛନ୍ତି ଯେ ୨୦୨୦ ମସିହାରେ ୨୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ୪୧% ଭାରତୀୟଙ୍କ ପାଖରେ ଡିଗ୍ରୀ ରହିଥିଲା। ହେଲେ ୨୦୦୦ ମସିହାରେ ଏହା ମାତ୍ର ୧୬.୫% ଥିଲା। ତେବେ ଏଥିରେ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ଦେଖିବାକୁ ମିଳିଛି। ଏହି ସଂଖ୍ୟାକୁ ଦେଖିଲେ ପ୍ରତି ୧୦ ଜଣ ଭାରତୀୟଙ୍କ ମଧ୍ୟରୁ ଚାରି ଜଣ ସ୍ନାତକ ହାସଲକାରି ହୋଇଛନ୍ତି ବୋଲି ଦି ଷ୍ଟ୍ରେଟ୍ସ ଟାଇମ୍ସ ରିପୋର୍ଟ ପ୍ରକାଶ କରିଛି। 

ପଢନ୍ତୁ- କୁଳଭୂଷଣଙ୍କୁ ନେଇ ପାକିସ୍ତାନର ବାହାନା: କହିଲା, ତାଙ୍କର କୋର୍ଟରେ ଆବେଦନ କରିବାର ଅଧିକାର ନାହିଁ

ସେ ଆହୁରି ମଧ୍ୟ କହିଛନ୍ତି ଯେ ମାଧ୍ୟମିକ ସ୍କୁଲ ସମାପ୍ତ କରିବା ପୂର୍ବରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିଛି। ଭାରତୀୟ ଛାତ୍ରଛାତ୍ରୀମାନେ ମାଧ୍ୟମିକ ସ୍କୁଲ ଡିଗ୍ରୀ ବିନା ପାଠ ଛାଡିବା ହାର ୨୦୨୦ରେ ୧୮%କୁ ଉନ୍ନୀତ ହୋଇଛି। ଯାହା ୨୦୦୦ ମସିହାରେ ୩୮% ଥିଲା।, ତେବେ ଏହା ଏକ ଯଥେଷ୍ଟ ନୁହେଁ, ଆମକୁ ଏଥିରେ ଏହାକୁ ଆହୁରି ହ୍ରାସ କରିବାକୁ ପଡ଼ିବ ବୋଲି ଶନମୁଗମ କହିଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ପରିବାରଗୁଡ଼ିକର ମାସିକ ଆୟ ମଧ୍ୟମ ୪୦% ବୃଦ୍ଧି ପାଇଛି। ଯାହା ୨୦୧୦ ରେ ୬୦୦୦ ସିଙ୍ଗାପୁର ଡଲାର ଥିଲା ଥିଲା, ତାହା ୨୦୨୦ ରେ ୮,୫୦୦ ସିଙ୍ଗାପୁର ଡଲାର ହୋଇଛି। 

ସାମ୍ପ୍ରତିକ ଜନସଂଖ୍ୟା ପରିସଂଖ୍ୟାନ ଆଧାରରେ, ସିଙ୍ଗାପୁରର ମୋଟ ଜନସଂଖ୍ୟା ଛଅ ମିଲିଅନ ମଧ୍ୟରୁ ପ୍ରାୟ ୭.୬% ଭାରତୀୟ ରହିଛନ୍ତି। ଏହି ଦେଶରେ ଭାରତୀୟଙ୍କ ଜନସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ଏହି ଦେଶରେ ଜନ୍ମହାର କମୁଥିବାରୁ ଏଠାରେ କାମ କରିବାକୁ ଆସୁଥିବା ଲୋକ ବି ସିଙ୍ଗାପୁରର ନାଗରିକ ହୋଇଯାଉଛନ୍ତି।