ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଭାଜପାରେ ସାମିଲ ହେଲେ ମାଳ ମାଳ ନେତା

ଭୁବନେଶ୍ୱର,୨୨।୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭାଜପାରେ ସାମିଲ ହେବାର ଗୋଟିଏ ଦିନ ପରେ ମାଳ ମାଳ ନେତା ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ତେବେ ଆଗକୁ ଅନେକ ନେତା ଦଳ ଛାଡିବେ ବୋଲି ପ୍ରଦୀପ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଆଜି ଗଞ୍ଜାମ ଗସ୍ତରେ ଯାଇଥିଲେ । ରାଜନାଥଙ୍କ ସଭା ପୂର୍ବରୁ ଆମ୍ବପୁଆ କାଳୀ ମନ୍ଦିରଠାରୁ ପ୍ରଦୀପ ଏକ ବିଶାଳ ଶୋଭାଯାତ୍ରା କରିଥିଲେ। ଆଉ ପ୍ରଦୀପଙ୍କ ନେତୃତ୍ୱରେ ବ୍ରହ୍ମପୁରର ପୂର୍ବତନ କର୍ପୋରେଟର ତଥା ବିଜେଡି ନଗର […] The post ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଭାଜପାରେ ସାମିଲ ହେଲେ ମାଳ ମାଳ ନେତା appeared first on Dharitri Odia News.

ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଭାଜପାରେ ସାମିଲ ହେଲେ ମାଳ ମାଳ ନେତା

ଭୁବନେଶ୍ୱର,୨୨।୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭାଜପାରେ ସାମିଲ ହେବାର ଗୋଟିଏ ଦିନ ପରେ ମାଳ ମାଳ ନେତା ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ତେବେ ଆଗକୁ ଅନେକ ନେତା ଦଳ ଛାଡିବେ ବୋଲି ପ୍ରଦୀପ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଆଜି ଗଞ୍ଜାମ ଗସ୍ତରେ ଯାଇଥିଲେ । ରାଜନାଥଙ୍କ ସଭା ପୂର୍ବରୁ ଆମ୍ବପୁଆ କାଳୀ ମନ୍ଦିରଠାରୁ ପ୍ରଦୀପ ଏକ ବିଶାଳ ଶୋଭାଯାତ୍ରା କରିଥିଲେ। ଆଉ ପ୍ରଦୀପଙ୍କ ନେତୃତ୍ୱରେ ବ୍ରହ୍ମପୁରର ପୂର୍ବତନ କର୍ପୋରେଟର ତଥା ବିଜେଡି ନଗର ଉପସଭାପତି କେ. ଅନିଲ କୁମାର, ବିଜେଡି ଜିଲା ମହିଳା ଉପସଭାନେତ୍ରୀ ମୀନତି ଦାସ, ପୂର୍ବତନ କର୍ପୋରେଟର ଗୋପାଳ ରେଡ୍ଡୀ, ଅଶୋକ ଶୁକ୍ଳା, ପୂର୍ବତନ କାଉନସିଲର ବଦ୍ରି ନାୟକ, ପୂର୍ବତନ ଜିଲ୍ଲା ଛାତ୍ର ବିଜେଡି ସଭାପତି ସଞ୍ଜୟ ଜେନାଙ୍କ ସହ ଶତାଧିକ ବିଜେଡି କର୍ମୀ ଭାଜପାରେ ଯୋଗଦେଇଛନ୍ତି।

The post ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଭାଜପାରେ ସାମିଲ ହେଲେ ମାଳ ମାଳ ନେତା appeared first on Dharitri Odia News.