ଭତ୍ତାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ବିଡିଓଙ୍କୁ ଘେରିଲେ…
ପୁରୁଷତ୍ତମପୁର,୧୭ା୫(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଗରିବ, ବୟସାଧିକ ହିତାଧିକାରୀମାନେ ଭତ୍ତା ପାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଶନିବାର ହୁଣ୍ଡତ, କେ.ଏନ.ପୁର ଓ ବଡ଼ଖରିଡାର ୭୦ ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ ବ୍ଲକ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଭତ୍ତା କରାଇ ଦେବାପାଇଁ ପଞ୍ଚାୟତ, ବ୍ଳକ କାର୍ଯ୍ୟାଳୟ ଓ ନିର୍ବାଚିତ ପ୍ରତିନିଧିଙ୍କ ନିକଟକୁ ବାରମ୍ବାର […] The post ଭତ୍ତାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ବିଡିଓଙ୍କୁ ଘେରିଲେ… appeared first on Dharitri Odia News.
ପୁରୁଷତ୍ତମପୁର,୧୭ା୫(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଗରିବ, ବୟସାଧିକ ହିତାଧିକାରୀମାନେ ଭତ୍ତା ପାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଶନିବାର ହୁଣ୍ଡତ, କେ.ଏନ.ପୁର ଓ ବଡ଼ଖରିଡାର ୭୦ ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ ବ୍ଲକ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଭତ୍ତା କରାଇ ଦେବାପାଇଁ ପଞ୍ଚାୟତ, ବ୍ଳକ କାର୍ଯ୍ୟାଳୟ ଓ ନିର୍ବାଚିତ ପ୍ରତିନିଧିଙ୍କ ନିକଟକୁ ବାରମ୍ବାର ଦୌଡିଥିଲେ ସୁଦ୍ଧା କେହି ଗୁହାରି ଶୁଣୁନାହାନ୍ତି। ବୟସ ୬୦ ପାର ହୋଇଥିଲେ ମଧ୍ୟ କାହିଁକି ବାର୍ଦ୍ଧକ୍ୟ ଭତା ପ୍ରଦାନ କରାଯାଉନାହିଁ ବୋଲି ସେମାନେ ବିଡିିଓଙ୍କୁ ପ୍ରଶ୍ନ କରିଥିଲେ l ବିଡିଓ ଶରତ କୁମାର ପାତ୍ର ସେମାନଙ୍କୁ ବୁଝାଶୁଝା କରିବା ସହ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଡକାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେଇ ଆଗାମୀ ଦିନରେ କିପରି ଯୋଗ୍ୟମାନଙ୍କୁ ଭତ୍ତା ମିଳିପାରିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ବିଡିଓ କହିଛନ୍ତି।
The post ଭତ୍ତାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ବିଡିଓଙ୍କୁ ଘେରିଲେ… appeared first on Dharitri Odia News.