କଟକ-ବାରବାଟୀରୁ ଲଢ଼ିବେ ମୋକିମ୍ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ
କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା ପାଇଁ ଶନିବାର ତାଙ୍କ ନାଁ ସୁପାରିସ କରିଛି ପ୍ରଦେଶ କଂଗ୍ରେସ। ଏନେଇ ଏଆଇସିସିକୁ ପ୍ରସ୍ତାବ ଦିଆଯାଇଛି। ଏଆଇସିସି ବିଧିବଦ୍ଧ ନିଷ୍ପତ୍ତି ନେବ ବୋଲି କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମହମ୍ମଦ ମୋକିମ୍ ୨୦୧୯ ନିର୍ବାଚନରେ କଂଗ୍ରେସରୁ କଟକ-ବାରବାଟୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ସେ […] The post କଟକ-ବାରବାଟୀରୁ ଲଢ଼ିବେ ମୋକିମ୍ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ appeared first on Dharitri Odia News.
କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା ପାଇଁ ଶନିବାର ତାଙ୍କ ନାଁ ସୁପାରିସ କରିଛି ପ୍ରଦେଶ କଂଗ୍ରେସ। ଏନେଇ ଏଆଇସିସିକୁ ପ୍ରସ୍ତାବ ଦିଆଯାଇଛି। ଏଆଇସିସି ବିଧିବଦ୍ଧ ନିଷ୍ପତ୍ତି ନେବ ବୋଲି କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମହମ୍ମଦ ମୋକିମ୍ ୨୦୧୯ ନିର୍ବାଚନରେ କଂଗ୍ରେସରୁ କଟକ-ବାରବାଟୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ସେ ଓଆରଏଚ୍ଡିସି ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡ଼ିଥିଲେ। ୨୦୨୪ ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଆଶଙ୍କା ଦେଖାଦେଇଥିଲା। ଯେଉଁଥିପାଇଁ ତାଙ୍କ ସ୍ଥାନରେ ଝିଅ ସୋଫିଆ ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ଏକପ୍ରକାର ସ୍ପଷ୍ଟ ହୋଇଗଲାଣି।
The post କଟକ-ବାରବାଟୀରୁ ଲଢ଼ିବେ ମୋକିମ୍ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ appeared first on Dharitri Odia News.