ବୁଥ୍‌ରେ ପହଞ୍ଚିଲେ ପୋଲିଂ ପାର୍ଟି

ଭଦ୍ରକ,୩୧ା୫(ସନାତନ ରାଉତ): ଜୁନ୍‌ ୧ରେ ଭଦ୍ରକ ଜିଲାରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଜିଲାର ସମସ୍ତ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ଗୋଟିଏ ଲୋକ ସଭା ଓ ଜିଲାର ୫ ବିଧାନସଭା ପାଇଁ ୧୩୧୨ଟି ବୁଥ୍‌ରେ ମତଦାନ ହେବ। ଜିଲାପାଳଙ୍କ ଅଫିସରୁ ଭୋଟ୍‌ ଗ୍ରହଣ ପାଇଁ ଇଭିଏମ୍‌, ଭିଭିପାଟ୍‌ ମେଶିନ ସହ ସମସ୍ତ କାଗଜପତ୍ର ଧରି ବୁଥ ଅଭିମୁଖେ ବାହାରିଛନ୍ତି ଏହି ଟିମ୍‌। ୨ ଦିନ ଧରି ଜିଲାପାଳ ଓ ରିଟର୍ନିଂ ଅଫିସର ମାନଙ୍କ […] The post ବୁଥ୍‌ରେ ପହଞ୍ଚିଲେ ପୋଲିଂ ପାର୍ଟି appeared first on Dharitri Odia News.

ବୁଥ୍‌ରେ ପହଞ୍ଚିଲେ ପୋଲିଂ ପାର୍ଟି

ଭଦ୍ରକ,୩୧ା୫(ସନାତନ ରାଉତ): ଜୁନ୍‌ ୧ରେ ଭଦ୍ରକ ଜିଲାରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଜିଲାର ସମସ୍ତ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ଗୋଟିଏ ଲୋକ ସଭା ଓ ଜିଲାର ୫ ବିଧାନସଭା ପାଇଁ ୧୩୧୨ଟି ବୁଥ୍‌ରେ ମତଦାନ ହେବ। ଜିଲାପାଳଙ୍କ ଅଫିସରୁ ଭୋଟ୍‌ ଗ୍ରହଣ ପାଇଁ ଇଭିଏମ୍‌, ଭିଭିପାଟ୍‌ ମେଶିନ ସହ ସମସ୍ତ କାଗଜପତ୍ର ଧରି ବୁଥ ଅଭିମୁଖେ ବାହାରିଛନ୍ତି ଏହି ଟିମ୍‌। ୨ ଦିନ ଧରି ଜିଲାପାଳ ଓ ରିଟର୍ନିଂ ଅଫିସର ମାନଙ୍କ ତଦାରଖ ପୋଲିଂ ପାର୍ଟି ସେମାନଙ୍କ ବୁଥ୍‌କୁ ଯାଉଛନ୍ତି l ସକାଳ ୭ ଟାରୁ ଅପରାହ୍ନ ୬ ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବୁଥ୍‌ ଭିତରକୁ ମୋବାଇଲ ବାରଣ କରାଯଇଛି। ଶାନ୍ତିଶୃଙ୍ଖଳା ସହ ସମସ୍ତେ ମତଦାନ କରିବାକୁ ଜିଲାପାଳ ନିବେଦନ କରିଛନ୍ତି। ବୁଥ୍‌ରେ ବିଶୃଙ୍ଖଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର କହିଛନ୍ତି। ମତଦାନରେ ଶୃଙ୍ଖଳା ଓ ସ୍ବଚ୍ଛତା ପାଇଁ ଫ୍ଲାଇଂ ସ୍କ୍ବାଡ୍‌ ଓ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଏସ୍‌ପି ବରୁଣ ଗୁଣ୍ଟୁପାଲି ସୂଚନା ଦେଇଛନ୍ତି।

The post ବୁଥ୍‌ରେ ପହଞ୍ଚିଲେ ପୋଲିଂ ପାର୍ଟି appeared first on Dharitri Odia News.