ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ହେଲେ କେନ୍ଦୁଝରର ସଞ୍ଜୀବ ବାରିକ

କେନ୍ଦୁଝର,୧୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଖୁସିରେ କେନ୍ଦୁଝରବାସୀ ମସ୍‌ଗୁଲ ଥିବା ବେଳେ କେନ୍ଦୁଝର ଜିଲା ପାଇଁ ଆଉ ଏକ ଖୁସି ଖବର ଆସି ପହଞ୍ଚିଛି। କେନ୍ଦୁଝର ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦୀର୍ଘ ଦିନ ଧରି ଦାୟିତ୍ୱ ତୁଲାଇଥିବା ସଞ୍ଜୀବ କୁମାର ବାରିକ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ବାରିକ ଗତ ଫେବୃଆରୀରେ ବଦଳି ହୋଇ […] The post ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ହେଲେ କେନ୍ଦୁଝରର ସଞ୍ଜୀବ ବାରିକ appeared first on Dharitri Odia News.

ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ହେଲେ କେନ୍ଦୁଝରର ସଞ୍ଜୀବ ବାରିକ

କେନ୍ଦୁଝର,୧୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଖୁସିରେ କେନ୍ଦୁଝରବାସୀ ମସ୍‌ଗୁଲ ଥିବା ବେଳେ କେନ୍ଦୁଝର ଜିଲା ପାଇଁ ଆଉ ଏକ ଖୁସି ଖବର ଆସି ପହଞ୍ଚିଛି।
କେନ୍ଦୁଝର ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦୀର୍ଘ ଦିନ ଧରି ଦାୟିତ୍ୱ ତୁଲାଇଥିବା ସଞ୍ଜୀବ କୁମାର ବାରିକ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି।
ବାରିକ ଗତ ଫେବୃଆରୀରେ ବଦଳି ହୋଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକସମ୍ପର୍କ ଅଧିକାରୀ ରୂପେ ଅବସ୍ଥାପିତ ହୋଇ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଗଣମାଧ୍ୟମ ସମନ୍ବୟ ଓ ସୂଚନା କେନ୍ଦ୍ରୀକରଣର ସୂଚାରୁରୂପେ ସମ୍ପାଦନା କରି ଖୁବ୍‌ ପ୍ରଶଂସା ସାଉଁଟିଥିଲେ। ସମ୍ପ୍ରତି ମର୍ଯ୍ୟାଦାପୂର୍ଣ୍ଣ ମହାମହିମ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ପାଇ କେନ୍ଦୁଝର ଜିଲା ପାଇଁ ଗୌରବ ଆଣିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି।
ସୂଚନାଯୋଗ୍ୟ, ସଞ୍ଜୀବଙ୍କ ଘର ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭୂଇଁପୁରଠାରେ ଏବଂ ସେ ସୁନାମଧନ୍ୟ ରାଜ୍ୟପାଳ ଏବଂ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ବର୍ଗତ ଜନାର୍ଦ୍ଦନ ବାରିକ ଏବଂ ଧର୍ମପରାୟଣା ସ୍ବର୍ଗତ କିରଣ ବାରିକଙ୍କ ଜ୍ୟେଷ୍ଠପୁତ୍ର ଅଟନ୍ତି। ସଞ୍ଜୀବ ୧୯୯୪ରେ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ପାଳଲହଡ଼ାରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ କେନ୍ଦୁଝର ଜିଲାରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଉପନିର୍ଦ୍ଦେଶକ ଭାବେ ଦକ୍ଷତାର ସହ କାର୍ଯ୍ୟଭାର ତୁଲାଇଥିଲେ। ସାହିତ୍ୟ ଓ କଳାସଂସ୍କୃତି ପ୍ରତି ରୁଚି ରଖୁଥିବା ଜଣେ ଚମତ୍କାର ବକ୍ତା ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି।

The post ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ହେଲେ କେନ୍ଦୁଝରର ସଞ୍ଜୀବ ବାରିକ appeared first on Dharitri Odia News.