ଆଲାର୍ମ ବାଜିବା ପୂର୍ବରୁ କାହିଁକି ଭାଙ୍ଗିଯାଏ ନିଦ….

ଅନେକ ଲୋକ ସକାଳୁ ଉଠିବା ପାଇଁ ଘଣ୍ଟାରେ ଆଲାର୍ମ ଦେଇଥାନ୍ତି। କିନ୍ତୁ ଆଲାର୍ମ ବାଜିବାର ପାଞ୍ଚ ବା ଦଶ ମିନିଟ୍ ପୂର୍ବରୁ ଅନେକଙ୍କର ନିଦ ଭାଙ୍ଗିଯାଏ। ଏହା ପଛରେ ବୈଜ୍ଞାନିକ କାରଣ ରହିଛି। ବୈଜ୍ଞାନିକମାନଙ୍କର କହିବା ଅନୁଯାୟୀ, ଆମ ଶରୀର ରେ ଏକ ଜୈବିକ ଘଡ଼ି ରହିଛି। ଏହା ଆଲାର୍ମ ଭଳି କାମ କରିଥାଏ। ଯାହା ଦିନ ରାତି ହିସାବରେ ମଣିଷକୁ ଜାଗ୍ରତ କରାଏ, ଶୁଆଇ ଦିଏ। ଯଦି ଜଣେ ଶେଯକୁ ଯିବା ଓ ବିଛଣା ଛାଡ଼ିବା ପାଇଁ […]

ଆଲାର୍ମ ବାଜିବା ପୂର୍ବରୁ କାହିଁକି ଭାଙ୍ଗିଯାଏ ନିଦ….
clock

ଅନେକ ଲୋକ ସକାଳୁ ଉଠିବା ପାଇଁ ଘଣ୍ଟାରେ ଆଲାର୍ମ ଦେଇଥାନ୍ତି। କିନ୍ତୁ ଆଲାର୍ମ ବାଜିବାର ପାଞ୍ଚ ବା ଦଶ ମିନିଟ୍ ପୂର୍ବରୁ ଅନେକଙ୍କର ନିଦ ଭାଙ୍ଗିଯାଏ। ଏହା ପଛରେ ବୈଜ୍ଞାନିକ କାରଣ ରହିଛି। ବୈଜ୍ଞାନିକମାନଙ୍କର କହିବା ଅନୁଯାୟୀ, ଆମ ଶରୀର ରେ ଏକ ଜୈବିକ ଘଡ଼ି ରହିଛି। ଏହା ଆଲାର୍ମ ଭଳି କାମ କରିଥାଏ। ଯାହା ଦିନ ରାତି ହିସାବରେ ମଣିଷକୁ ଜାଗ୍ରତ କରାଏ, ଶୁଆଇ ଦିଏ। ଯଦି ଜଣେ ଶେଯକୁ ଯିବା ଓ ବିଛଣା ଛାଡ଼ିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତି, ଶରୀର ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିଦିଏ। ଯଦି ଜଣେ ଏକ ନିର୍ଦ୍ଦିଷ୍ଟ ସମୟରେ ସବୁଦିନ ସକାଳୁ ଉଠୁଥାନ୍ତି, ତାଙ୍କ ଶରୀର ସେହି ସମୟ ଆଖପାଖରେ ଉଠିବା ପାଇଁ ନିଜକୁ ପ୍ରସ୍ତୁତ କରିଦିଏ। ଖାସ୍ ଏହି କାରଣରୁ ଜଣେ ଭୋର ୫ଟାରେ ଆଲାର୍ମ ଦେଇଥିବା ବେଳେ ଏହାର ୫ -୧୦ ମିନିଟ୍‌ ଆଗରୁ ନିଦ ଭାଙ୍ଗିଯାଇଥାଏ। ଏହାବାଦ୍‌ ଏଥିପାଇଁ PER ନାମକ ପ୍ରୋଟିନ୍‌ ମଧ୍ୟ ଦାୟୀ ରହିଥାଏ। ଏହାର ସ୍ତର ରାତିରେ ହ୍ରାସ ପାଇବାରୁ ରକ୍ତଚାପ ହ୍ରାସ ପାଏ, ହୃଦ୍‌ସ୍ପନ୍ଦନ ମଧ୍ୟ ଧୀମା ହୋଇଯାଏ। ଫଳରେ ଶରୀର ନିସ୍ତେଜ ହୋଇ ନିଦ ଲାଗିଥାଏ। ସେହିଭଳି ଜଣେ ଶେଯରୁ ଉଠିବା ସମୟରେ PER ସ୍ତର ବୃଦ୍ଧିପାଏ। ଏହା ସହ ଶରୀରର ରକ୍ତଚାପ ଓ ତାପମାତ୍ରା ବଢ଼ିଯାଏ। ଏହି ସମୟରେ ମସ୍ତିଷ୍କରୁ କର୍ଟିସୋଲ ନାମକ ହରମୋନ୍‌ର କ୍ଷରଣ ହୋଇଥାଏ। ଫଳରେ ନିଦରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ଏଥିପାଇଁ ଆଲାର୍ମ ବାଜିବା ପୂର୍ବରୁ ଜଣକର ନିଦ ଭାଙ୍ଗିଯାଏ।