ରେଖା ଗୁପ୍ତା ହେଲେ ଦିଲ୍ଲୀର ପରବର୍ତ୍ତୀ ନୂଆ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ରେଖା ଗୁପ୍ତା ହେଲେ ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ । ରେଖାଙ୍କ ନାଁରେ ମୋହର ମାରିଛନ୍ତି ବିଜେପି ବିଧାୟକ ଦଳ। ସେ ଚତୁର୍ଥ ମହିଳା ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ପ୍ରବେଶ ବର୍ମାଙ୍କୁ ଉପମୁଖନ୍ତ୍ରୀ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ବିଜେନ୍ଦ୍ର ଗୁପ୍ତା ବାଚସ୍ପତି ହେବା ନେଇ ଜଣାପଡ଼ିଛି। ରେଖା ଗୁପ୍ତା ଶାଲିମାର ବାଗରୁ ପ୍ରଥମ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀ ବିଜେପିର ମହାସଚିବ ରହିବାସହ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ଯକ୍ଷ ମଧ୍ଯ […]

ନୂଆଦିଲ୍ଲୀ: ରେଖା ଗୁପ୍ତା ହେଲେ ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ । ରେଖାଙ୍କ ନାଁରେ ମୋହର ମାରିଛନ୍ତି ବିଜେପି ବିଧାୟକ ଦଳ। ସେ ଚତୁର୍ଥ ମହିଳା ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ପ୍ରବେଶ ବର୍ମାଙ୍କୁ ଉପମୁଖନ୍ତ୍ରୀ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ବିଜେନ୍ଦ୍ର ଗୁପ୍ତା ବାଚସ୍ପତି ହେବା ନେଇ ଜଣାପଡ଼ିଛି।
ରେଖା ଗୁପ୍ତା ଶାଲିମାର ବାଗରୁ ପ୍ରଥମ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀ ବିଜେପିର ମହାସଚିବ ରହିବାସହ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ଯକ୍ଷ ମଧ୍ଯ ଅଛନ୍ତି। ତାଙ୍କ ପାଖରେ ପୂର୍ବରୁ ଦକ୍ଷୀଣ ଦିଲ୍ଲୀ ନଗର ଉନ୍ନୟନର ମେୟର ଭାବେ କାମ କରିବାର ଅଭିଜ୍ଞତା ରହିଛି। ସେ ୧୯୯୬-୯୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବରେ ମଧ୍ଯ କାର୍ଯ୍ୟ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଗୁରୁବାର (୨୦ ଫେବ୍ରୁଆରୀ) ଦିନ ୧୨:୩୫ ରେ ରାମଲୀଳା ମଇଦାନରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ୩୦ ହଜାର ଅତିଥି ଯୋଗଦେବାର ଆଶା କରାଯାଉଛି।