ମାଛ ଗାଡ଼ିରେ ବ୍ରାଉନସୁଗାର ଚାଲାଣ
ଭୁବନେଶ୍ୱର,୧୮।୧୨(ସୂର୍ଯ୍ୟକାନ୍ତ ବେହେରା): ମାଛ ବୁହା ପିକ୍ଅପ୍ରେ ବାଲେଶ୍ୱରରୁ ବେଆଇନ ଭାବେ ବ୍ରାଉନସୁଗାର ଚାଲାଣ ହେଉଛି । ଖୋର୍ଦ୍ଧାକୁ ଚୋରା ଚାଲାଣ ବେଳେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ଭୁବନେଶ୍ୱର ସିଆର୍ପି ଛକ ଫ୍ଲାଏ ଓଭର ଉପରୁ ୬୬ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ସହ ୨ ନିଶାବେପାରୀଙ୍କୁ ଧରିଛି। ଅଭିଯୁକ୍ତଦ୍ୱୟ ହେଲେ ବାଲେଶ୍ୱର ସେକ୍ ସଦିରୁଦ୍ଦିନ (୨୯) ଓ ଆଜମେର ଖାନ (୩୫)। ଉଭୟଙ୍କଠାରୁ ୬୬୦ ଗ୍ରାମ ବ୍ରାଉନସୁଗାର, ନିଶା କାରବାରରେ ବ୍ୟବହୃତ ଗାଡି ଓ ମୋବାଇଲ ଫୋନ୍ ଜବତ […] The post ମାଛ ଗାଡ଼ିରେ ବ୍ରାଉନସୁଗାର ଚାଲାଣ appeared first on Dharitri Odia News.
ଭୁବନେଶ୍ୱର,୧୮।୧୨(ସୂର୍ଯ୍ୟକାନ୍ତ ବେହେରା): ମାଛ ବୁହା ପିକ୍ଅପ୍ରେ ବାଲେଶ୍ୱରରୁ ବେଆଇନ ଭାବେ ବ୍ରାଉନସୁଗାର ଚାଲାଣ ହେଉଛି । ଖୋର୍ଦ୍ଧାକୁ ଚୋରା ଚାଲାଣ ବେଳେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ଭୁବନେଶ୍ୱର ସିଆର୍ପି ଛକ ଫ୍ଲାଏ ଓଭର ଉପରୁ ୬୬ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ସହ ୨ ନିଶାବେପାରୀଙ୍କୁ ଧରିଛି। ଅଭିଯୁକ୍ତଦ୍ୱୟ ହେଲେ ବାଲେଶ୍ୱର ସେକ୍ ସଦିରୁଦ୍ଦିନ (୨୯) ଓ ଆଜମେର ଖାନ (୩୫)। ଉଭୟଙ୍କଠାରୁ ୬୬୦ ଗ୍ରାମ ବ୍ରାଉନସୁଗାର, ନିଶା କାରବାରରେ ବ୍ୟବହୃତ ଗାଡି ଓ ମୋବାଇଲ ଫୋନ୍ ଜବତ ହୋଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ସୋମବାର କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷେ ଅଭିଯୁକ୍ତଦ୍ୱୟଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ଯୋଗାଡ କରିବା ପାଇଁ ପୋଲିସ ଯୋଜନା କରିଛି । ସେହିପରି ଅଭିଯୁକ୍ତଦ୍ୱୟ ବାଲେଶ୍ୱର ଓ ଜଲେଶ୍ୱରରେ ଏହି ନିଶା ବେପାର ଦୀର୍ଘଦିନ ଧରି କରିଆସୁଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି।
The post ମାଛ ଗାଡ଼ିରେ ବ୍ରାଉନସୁଗାର ଚାଲାଣ appeared first on Dharitri Odia News.