ଶହୀଦଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଆର୍‌ପିଏଫ୍‌ ଇନ୍ସପେକ୍ଟର

ବରଗଡ଼,୩୦ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମର ଜୟ ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ଶହୀଦ ରଞ୍ଜନ ଦାଶଙ୍କ ନବମ ଶହୀଦ ବାର୍ଷିକୀ ସ୍ମୃତିସଭା ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସିଆର୍‌ପିଏଫ୍‌ ଇନ୍ସପେକ୍ଟର(ଜି.ସି) ଗଗନ ବିହାରୀ ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଶହୀଦ ରଞ୍ଜନ ଦାଶଙ୍କ ମା’ କମୁଦିନୀ ଦାଶ,ବଡ଼ଭାଇ ଉତ୍ତମ ଦାଶ, ମଦନ ମୋହନ ଦାଶ, ନିଷ୍ଠା ପରିବାରର ଉପଦେଷ୍ଟା ଦୁର୍ବାଦଲ ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ […] The post ଶହୀଦଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଆର୍‌ପିଏଫ୍‌ ଇନ୍ସପେକ୍ଟର appeared first on Dharitri Odia News.

ଶହୀଦଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଆର୍‌ପିଏଫ୍‌ ଇନ୍ସପେକ୍ଟର

ବରଗଡ଼,୩୦ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମର ଜୟ ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ଶହୀଦ ରଞ୍ଜନ ଦାଶଙ୍କ ନବମ ଶହୀଦ ବାର୍ଷିକୀ ସ୍ମୃତିସଭା ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସିଆର୍‌ପିଏଫ୍‌ ଇନ୍ସପେକ୍ଟର(ଜି.ସି) ଗଗନ ବିହାରୀ ଜେନା ମୁଖ୍ୟ ଅତିଥିଭାବେ
ଯୋଗ ଦେଇଥିଲେ। ଶହୀଦ ରଞ୍ଜନ ଦାଶଙ୍କ ମା’ କମୁଦିନୀ ଦାଶ,ବଡ଼ଭାଇ ଉତ୍ତମ ଦାଶ, ମଦନ ମୋହନ ଦାଶ, ନିଷ୍ଠା ପରିବାରର ଉପଦେଷ୍ଟା ଦୁର୍ବାଦଲ ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅତିଥିବୃନ୍ଦ ଏବଂ ସ୍କୁଲର ଛାତ୍ରୀଛାତ୍ର ଶହୀଦ ରଞ୍ଜନ ଦାଶଙ୍କ ସ୍ମୃତିପୀଠରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି ତରଫରୁ ସଭାପତି ମୋହନ ସାହୁଙ୍କ ସଭାପତିତ୍ୱରେ ଏକ ସ୍ମୃତିସଭା ହୋଇଥିଲା। ଏହି ସଭାକୁ ଶିକ୍ଷକ ନାରାୟଣ ନାଗ ସଂଯୋଜନା କରିଥିଲେ। ଅତିଥିବୃନ୍ଦ ଶହୀଦଙ୍କ ଉଦ୍ଦେଶ୍ୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ଓ ସଂକଳ୍ପ ପରିବାରର ସଦସ୍ୟା, ସଦସ୍ୟମାନେ
ଉପସ୍ଥିତ ରହି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

The post ଶହୀଦଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଆର୍‌ପିଏଫ୍‌ ଇନ୍ସପେକ୍ଟର appeared first on Dharitri Odia News.