Kareena Kapoor Birthday: ମହଙ୍ଗା ଗାଡି ଓ ଆଲିଶାନ ବଙ୍ଗଳା ବ୍ୟତୀତ ଏହି ଏକ୍ସପେନସିବ୍ ଜିନିଷର ମାଲିକାଣି କରୀନା
ମୁମ୍ଵାଇ ୨୧।୦୯: ବଲିଉଡ୍ର ବେବୋ କରୀନା କପୁର । ବି-ଟାଉନର ଗ୍ଲାମରସ୍ ଗର୍ଲ । ଫିଲ୍ମ 'ରିଫ୍ୟୁଜି' ସହିତ ବଲିଉଡରେ ଏଣ୍ଟ୍ରି କରିଥିଲେ। କରୀନା କପୁର ବର୍ତ୍ତମାନ ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ତାରକା ପାଲଟିଛନ୍ତି। ଆଜି ଅର୍ଥାତ୍ ୨୧ ସେପ୍ଟେମ୍ବରରେ ଅଭିନେତ୍ରୀ ତାଙ୍କର ୪୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଏପରି ପରିସ୍ଥିତିରେ ଅଭିନେତ୍ରୀଙ୍କ ଲଗଜରୀ ଲାଇଫ୍ଷ୍ଟାଇଲ୍ ବିଷୟରେ କହିବାକୁ ଯାଉଛୁ । କରୀନା କପୁର ତାଙ୍କ ସ୍ୱାମୀ ସୈଫ ଅଲି ଖାନ ଏବଂ ପିଲାମାନଙ୍କ ସହ ମୁମ୍ବାଇର ଏକ ବିଳାସପୂର୍ଣ୍ଣ ଘରେ ରୁହନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଏହି ଘର ବ୍ୟତୀତ କରୀନାଙ୍କର ଅନ୍ୟାନ୍ୟ ଆପାର୍ଟମେଣ୍ଟ ଅଛି । କପିଲ ଶର୍ମାଙ୍କ ସୋ’ରେ ଅକ୍ଷୟ କୁମାର ଏହା ପ୍ରକାଶ କରିଛନ୍ତି।ରିପୋର୍ଟ ଅନୁଯାୟୀ, ବିବାହ ପରେ କରୀନା କପୁର ଏକ ବିଳାସପୂର୍ଣ୍ଣ ଫ୍ଲାଟ କିଣିଥିଲେ। ଯାହାର ମୂଲ୍ୟ ୪୩ କୋଟି ଟଙ୍କା ବୋଲି କୁହାଯାଉଛି। ମୁମ୍ବାଇ ବ୍ୟତୀତ କରୀନାଙ୍କର ବିଦେଶରେ ମଧ୍ୟ ଏକ ଘର ଅଛି। ଏହି ଘର ସ୍ୱିଜରଲ୍ୟାଣ୍ଡରେ ଅଛି । ଯାହାର ମୂଲ୍ୟ ପ୍ରାୟ ୩୩ କୋଟି ଟଙ୍କା । ପ୍ରାୟତଃ ଅଭିନେତ୍ରୀ ତାଙ୍କ ଛୁଟିରେ ପରିବାର ସହିତ ସେଠାକୁ ଯାଆନ୍ତି।ଦାମୀ ଘର ବ୍ୟତୀତ କରୀନା କପୁର ମଧ୍ୟ ବହୁ ଦାମୀ ଘଣ୍ଟାର ମାଲିକ ଅଟନ୍ତି। ଏହି ଅଭିନେତ୍ରୀଙ୍କର ଏକ serpenti tubogas watch ଅଛି। ଯାହାର ୧୮ କେଟି ଗୋଲ୍ଡ କେସ୍ ସେଟ୍ ଅଛି । ଖବର ଅନୁଯାୟୀ,
ମୁମ୍ଵାଇ ୨୧।୦୯: ବଲିଉଡ୍ର ବେବୋ କରୀନା କପୁର । ବି-ଟାଉନର ଗ୍ଲାମରସ୍ ଗର୍ଲ । ଫିଲ୍ମ 'ରିଫ୍ୟୁଜି' ସହିତ ବଲିଉଡରେ ଏଣ୍ଟ୍ରି କରିଥିଲେ। କରୀନା କପୁର ବର୍ତ୍ତମାନ ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ତାରକା ପାଲଟିଛନ୍ତି। ଆଜି ଅର୍ଥାତ୍ ୨୧ ସେପ୍ଟେମ୍ବରରେ ଅଭିନେତ୍ରୀ ତାଙ୍କର ୪୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଏପରି ପରିସ୍ଥିତିରେ ଅଭିନେତ୍ରୀଙ୍କ ଲଗଜରୀ ଲାଇଫ୍ଷ୍ଟାଇଲ୍ ବିଷୟରେ କହିବାକୁ ଯାଉଛୁ ।
କରୀନା କପୁର ତାଙ୍କ ସ୍ୱାମୀ ସୈଫ ଅଲି ଖାନ ଏବଂ ପିଲାମାନଙ୍କ ସହ ମୁମ୍ବାଇର ଏକ ବିଳାସପୂର୍ଣ୍ଣ ଘରେ ରୁହନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଏହି ଘର ବ୍ୟତୀତ କରୀନାଙ୍କର ଅନ୍ୟାନ୍ୟ ଆପାର୍ଟମେଣ୍ଟ ଅଛି । କପିଲ ଶର୍ମାଙ୍କ ସୋ’ରେ ଅକ୍ଷୟ କୁମାର ଏହା ପ୍ରକାଶ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ବିବାହ ପରେ କରୀନା କପୁର ଏକ ବିଳାସପୂର୍ଣ୍ଣ ଫ୍ଲାଟ କିଣିଥିଲେ। ଯାହାର ମୂଲ୍ୟ ୪୩ କୋଟି ଟଙ୍କା ବୋଲି କୁହାଯାଉଛି। ମୁମ୍ବାଇ ବ୍ୟତୀତ କରୀନାଙ୍କର ବିଦେଶରେ ମଧ୍ୟ ଏକ ଘର ଅଛି। ଏହି ଘର ସ୍ୱିଜରଲ୍ୟାଣ୍ଡରେ ଅଛି । ଯାହାର ମୂଲ୍ୟ ପ୍ରାୟ ୩୩ କୋଟି ଟଙ୍କା । ପ୍ରାୟତଃ ଅଭିନେତ୍ରୀ ତାଙ୍କ ଛୁଟିରେ ପରିବାର ସହିତ ସେଠାକୁ ଯାଆନ୍ତି।

ଦାମୀ ଘର ବ୍ୟତୀତ କରୀନା କପୁର ମଧ୍ୟ ବହୁ ଦାମୀ ଘଣ୍ଟାର ମାଲିକ ଅଟନ୍ତି। ଏହି ଅଭିନେତ୍ରୀଙ୍କର ଏକ serpenti tubogas watch ଅଛି। ଯାହାର ୧୮ କେଟି ଗୋଲ୍ଡ କେସ୍ ସେଟ୍ ଅଛି । ଖବର ଅନୁଯାୟୀ, ଏହାର ମୂଲ୍ୟ ୨,୭୧୦,୦୦୦ ଟଙ୍କା ।

ଏହା ବ୍ୟତୀତ କରୀନା କପୁର ମଧ୍ୟ ଦାମୀ କାରକୁ ବହୁତ ଭଲ ପାଆନ୍ତି । ତାଙ୍କ ପାଖରେ BMW X7, ମର୍ସିଡିଜ୍-ବେଞ୍ଜ୍ ଏସ୍-କ୍ଲାସ୍, ମର୍ସିଡିଜ୍-ବେଞ୍ଜ୍ ଇ-କ୍ଲାସ୍ ଏବଂ ଅଡି Q7 ଭଳି କାର ଅନ୍ତର୍ଭୁକ୍ତ ।

କରୀନାଙ୍କର ଅନେକ ଦାମୀ ପର୍ସ ମଧ୍ୟ ଅଛି । ତାଙ୍କ hermes, chanel,bottega veneta ସହିତ ଭିନ୍ନ ଭିନ୍ନ କ୍ଲଚ୍ ଅଛି। ରିପୋର୍ଟ ଅନୁଯାୟୀ କରୀନାଙ୍କ ସବୁଠାରୁ ମହଙ୍ଗା ବ୍ୟାଗ୍ ହେଉଛି ଜେଟ୍ ବ୍ଲାକ୍ ବିର୍କିନ୍। ଯାହାର ମୂଲ୍ୟ ୨୦-୨୫ ଲକ୍ଷ ଟଙ୍କା ।
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ କରୀନା କପୁରଙ୍କୁ ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ବକିଂହମ୍ ମଡର୍ସ’ରେ ନଜର ଆସିଛନ୍ତି। ଯାହା ୧୩ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା ।