ଜିମ୍ବାଓ୍ୱେ ଗସ୍ତରେ ଆଉ ତିନି ଖେଳାଳି ସାମିଲ, ଜୁଲାଇ ୬ରୁ ଆରମ୍ଭ ହେବ ସିରିଜ୍‌

ମୁମ୍ବାଇ ୦୨।୦୭ : ୨୦୨୪ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିବା ପରେ ଜିମ୍ବାଓ୍ୱେ ଗସ୍ତରେ ଟିମ୍‌ ଇଣ୍ଡିଆ । ଏହି ସିରିଜ୍‌ରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସବୁ ଯୁବ ପ୍ଲେୟାରଙ୍କୁ ସାମିଲ କରାଯାଇଛି । ୧୬ ଜଣିଆ ଦଳ ଜିମ୍ବାଓ୍ୱେ ଗସ୍ତ କରିଥିବା ବେଳେ ଏବେ ଏହି ଦଳରେ ଆଉ ଆଉ ତିନି ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି।  ଭାରତୀୟ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବୋର୍ଡର ଘୋଷଣା ମୁତାବିକ, ଜିମ୍ବାଓ୍ୱେ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ଦଳରେ ଆଉ ତିନି ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ଆଉ ସେହି ତିନି ଖେଳାଳି ହେଲେ ବାମହାତୀ ବ୍ୟାଟର ସାଇ ସୁଦର୍ଶନ, ଓ୍ୱିକେଟ୍‌ କିପର ବ୍ୟାଟର ଜିତେଶ ଶର୍ମା ଏବଂ ଦ୍ରୁତ ବୋଲର ହରଷିତ୍‌ ରାଣା ରହିଛନ୍ତି । ବିଶ୍ୱକପ ଜିତିବା ପରେ ଜିମ୍ବାୱେ ସହ ଟି-୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ। ଦୁଇ ଦେଶ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଜୁଲାଇ ୬ ତାରିଖରୁ ମ୍ୟାଚ୍ ଆରମ୍ଭ ହେବ। କ୍ୟାପ୍ଟେନ୍ ଶୁଭମନ ଗିଲ୍‌ଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମ୍ ଜିମ୍ବାୱେ ସହ ମୁକାବିଲା କରିବ।???? NEWS ????Sai Sudharsan, Jitesh Sharma and Harshit Rana added to India’s squad for first two T20Is against Zimbabwe.Full Details ???? #TeamIndia | #ZIMvINDhttps://t.co/ezEefD23D3— BCCI (@BCCI) July 2

ଜିମ୍ବାଓ୍ୱେ ଗସ୍ତରେ ଆଉ ତିନି ଖେଳାଳି ସାମିଲ, ଜୁଲାଇ ୬ରୁ ଆରମ୍ଭ ହେବ ସିରିଜ୍‌

ମୁମ୍ବାଇ ୦୨।୦୭ : ୨୦୨୪ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିବା ପରେ ଜିମ୍ବାଓ୍ୱେ ଗସ୍ତରେ ଟିମ୍‌ ଇଣ୍ଡିଆ । ଏହି ସିରିଜ୍‌ରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସବୁ ଯୁବ ପ୍ଲେୟାରଙ୍କୁ ସାମିଲ କରାଯାଇଛି । ୧୬ ଜଣିଆ ଦଳ ଜିମ୍ବାଓ୍ୱେ ଗସ୍ତ କରିଥିବା ବେଳେ ଏବେ ଏହି ଦଳରେ ଆଉ ଆଉ ତିନି ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି।  ଭାରତୀୟ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । 

ବୋର୍ଡର ଘୋଷଣା ମୁତାବିକ, ଜିମ୍ବାଓ୍ୱେ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ଦଳରେ ଆଉ ତିନି ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ଆଉ ସେହି ତିନି ଖେଳାଳି ହେଲେ ବାମହାତୀ ବ୍ୟାଟର ସାଇ ସୁଦର୍ଶନ, ଓ୍ୱିକେଟ୍‌ କିପର ବ୍ୟାଟର ଜିତେଶ ଶର୍ମା ଏବଂ ଦ୍ରୁତ ବୋଲର ହରଷିତ୍‌ ରାଣା ରହିଛନ୍ତି । 

ବିଶ୍ୱକପ ଜିତିବା ପରେ ଜିମ୍ବାୱେ ସହ ଟି-୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ। ଦୁଇ ଦେଶ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଜୁଲାଇ ୬ ତାରିଖରୁ ମ୍ୟାଚ୍ ଆରମ୍ଭ ହେବ। କ୍ୟାପ୍ଟେନ୍ ଶୁଭମନ ଗିଲ୍‌ଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମ୍ ଜିମ୍ବାୱେ ସହ ମୁକାବିଲା କରିବ।




ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଜୁଲାଇ ୬ ତାରିଖରେ ଖେଳାଯିବ। ଦ୍ୱିତୀୟ ଟି-୨୦ ମ୍ୟାଚ୍ ୭ ଜୁଲାଇରେ ଖେଳାଯିବ, ତୃତୀୟ ଟି-୨୦ ମ୍ୟାଚ୍ ୧୦ ଜୁଲାଇରେ, ଚତୁର୍ଥ ଟି -୨୦ ମ୍ୟାଚ୍ ୧୩ ଜୁଲାଇରେ ଏବଂ ପଞ୍ଚମ ତଥା ଅନ୍ତିମ ଟି -୨୦ ୧୪ ଜୁଲାଇରେ ଖେଳାଯିବ। ଟି -୨୦ ସିରିଜର ସମସ୍ତ ମ୍ୟାଚ୍ ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ।

ଜିମ୍ବାୱେ ଗସ୍ତ ପାଇଁ ଟିମ୍ ଇଣ୍ଡିଆ-:

ଶୁଭମନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସୱାଲ, ରୁତୁରାଜ ଗାଇକୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ (ୱିକେଟ୍ କିପର), ଧ୍ରୁବ୍ ଜୁରେଲ (ୱିକେଟ୍ କିପର), ଶିବମ୍ ଦୁବେ, ରିଆନ୍ ପରାଗ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ଆଭେଶ ଖାନ, ଖଲିଲ୍‌ ଅହମ୍ମଦ, ମୁକେଶ କୁମାର ଏବଂ ତୁଷାର ଦେଶପାଣ୍ଡେ, ସାଇ ସୁଦର୍ଶନ, ହରଷିତ୍‌ ରାଣା, ଜିତେଶ ଶର୍ମା (ୱିକେଟ୍ କିପର)।