ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ହେବ ଆନ୍ଦୋଳନ- ଦେବୀରଞ୍ଜନ ତ୍ରିପାଠୀ

ଭୁବନେଶ୍ୱର ୨୩।୦୬ :  ଆଗାମୀ ଦିନରେ ଆନ୍ଦୋଳନ କରିବ ବିଜେଡି । ଆସନ୍ତା ୨୫ ତାରିଖରେ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜେଡି କରିବ ଅଲ୍‌ ଓଡ଼ିଶା ଷ୍ଟୁଡେଣ୍ଟ ଷ୍ଟ୍ରାଇକ୍‌ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଆନ୍ଦୋଳନ ସମୟରେ  ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବେ । ଧାରଣା ସମୟରେ କଳା ବ୍ୟାଚ୍‌ ପିନ୍ଧିବା ସହ ପିକେଟିଂ କରିବେ ଛାତ୍ରଛାତ୍ରୀ । ଓଡ଼ିଶାରେ କୌଣସି ବି ନାରୀ ସୁରକ୍ଷିତ ନୁହଁନ୍ତି । ବିଗତ ବର୍ଷକ ମଧ୍ୟରେ ୩ ହଜାର ଦୁଷ୍କର୍ମ ଘଟଣା ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ଯେଉଁଥି ପାଇଁ ଆସନ୍ତା ୨୫ ତାରିଖରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବା ସହ ଆନ୍ଦୋଳନ ମଧ୍ୟ କରିବେ ।  

ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ହେବ ଆନ୍ଦୋଳନ- ଦେବୀରଞ୍ଜନ ତ୍ରିପାଠୀ

ଭୁବନେଶ୍ୱର ୨୩।୦୬ :  ଆଗାମୀ ଦିନରେ ଆନ୍ଦୋଳନ କରିବ ବିଜେଡି । ଆସନ୍ତା ୨୫ ତାରିଖରେ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜେଡି କରିବ ଅଲ୍‌ ଓଡ଼ିଶା ଷ୍ଟୁଡେଣ୍ଟ ଷ୍ଟ୍ରାଇକ୍‌ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଆନ୍ଦୋଳନ ସମୟରେ  ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବେ । ଧାରଣା ସମୟରେ କଳା ବ୍ୟାଚ୍‌ ପିନ୍ଧିବା ସହ ପିକେଟିଂ କରିବେ ଛାତ୍ରଛାତ୍ରୀ । ଓଡ଼ିଶାରେ କୌଣସି ବି ନାରୀ ସୁରକ୍ଷିତ ନୁହଁନ୍ତି । ବିଗତ ବର୍ଷକ ମଧ୍ୟରେ ୩ ହଜାର ଦୁଷ୍କର୍ମ ଘଟଣା ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ଯେଉଁଥି ପାଇଁ ଆସନ୍ତା ୨୫ ତାରିଖରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବା ସହ ଆନ୍ଦୋଳନ ମଧ୍ୟ କରିବେ ।