କୋଟିକୋଟିରେ କିଣିଯାଇଥିବା ଫେଲ୍‌, ଲକ୍ଷରେ କିଣାଯାଇଥିବା ପ୍ଲେୟର୍‌ ଜିତାଇଲେ ମ୍ୟାଚ୍‌…

ନୂଆଦିଲ୍ଲୀ ୦୮।୦୪: ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ । ୩ୟ ଥର ଚାଖିଲା ବିଜୟର ସ୍ବାଦ । ୩୩ ରନ୍‌ରେ ଗୁଜୁରାଟକୁ ମାତ୍‌ ଦେଲା LSG । ଲକ୍ଷ୍ନୌ ବିଜୟର ହିରୋ ହେଉଛନ୍ତି ଜଣେ ଅନକ୍ୟାପ୍‌ ପ୍ଲେୟର । ଯାହାକୁ ଟିମ୍‌ କୋଟିକୋଟିରେ ନୁହେଁ ବରଂ ଲକ୍ଷେରେ କିଣିଥିଲା । ଏହି ଖେଳାଳୀ ହେଉଛନ୍ତି ଦ୍ରୁତତମ ବୋଲର ୟଶ୍ ଠାକୁର । ୟଶ୍‌ଙ୍କୁ ଡେଥ୍‌ ଓଭର ସ୍ପେଶାଲିଷ୍ଟ ବୋଲର୍‌ ମଧ୍ୟ କୁହାଯାଏ ।  ୨୫ ବର୍ଷିୟ ଏହି ପ୍ଲେୟର ଗୁଜୁରାଟର ନେଇଥିଲେ ୫ଟି ଓ୍ବିକେଟ୍‌ । ଯାହା ଗୁଜୁରାଟ ଟାଇଟନ୍ସକୁ ଦେଇଥିଲା ବଡ ଝଟକା । ୟଶ୍‌  ୩ ଓଭର ୫ ବଲରେ ଦେଇଥିଲେ ମାତ୍ର ୩୦ ରନ୍ । ଗୁଜୁରାଟ୍‌ କ୍ୟାପଟେନ୍‌ ଶୁଭମାନ ଗିଲ୍‌, ବିଜୟ ଶଙ୍କର, ରାହୁଲ ତେବତିଆ, ରଶିଦ୍‌ ଖାନ୍‌ ଏବଂ ନୁର୍‌ ଅହମ୍ମଦଙ୍କୁ ପ୍ୟାଭିଲିୟନ୍‌ର ରାସ୍ତା ଦେଖାଇଥିଲେ ଅନ୍‌କ୍ୟାପ ପ୍ଲେୟର ୟଶ୍‌ । ନିଜର ଦମଦାର୍‌ ପ୍ରଦର୍ଶନ ପାଇଁ ୟଶ୍‌ ହୋଇଛନ୍ତି‘ପ୍ଲେୟର ଅଫ୍‌ ଦ ମ୍ୟାଚ୍‌’  । ସବୁଠାରୁ ଖାସ୍‌ କଥା ହେଉଛି ଲକ୍ଷ୍ନୌ କୋଟିକୋଟି ଟଙ୍କାରେ କିଣିଥିବା ପ୍ଲେୟର ମ୍ୟାଚ୍‌ରେ ଫିକା ପଡିଥିଲେ । କିନ୍ତୁ ମାତ୍ର ୪୫ ଲକ୍ଷରେ କିଣିଥିବା ପ୍ଲେୟର ଟିମ୍‌କୁ କରିଥିଲେ ମ୍ୟାଚ୍‌ ଓ୍ବିନର । ଲକ୍ଷ୍ନୌ ପାଇଁ ଲକି ସାବ୍ୟସ୍ତ ହୋଇଛନ୍ତି ୟଶ୍‌ । ସେ ଟିମ୍‌ ପାଇଁ ଗୁଜୁରାଟ ବିପକ୍ଷରେ ଯାହା ବି କରିଛନ୍ତି, ତାକୁ କୋଟିକୋଟିରେ କିଣାଯାଇଥିବା ବୋଲର ବି କରିପାରିନଥିଲେ ।  ତେବେ କିଏ ଏହି ଅନ୍‌କ୍ୟାପ୍‌ ପ୍ଲେୟର

କୋଟିକୋଟିରେ କିଣିଯାଇଥିବା ଫେଲ୍‌, ଲକ୍ଷରେ କିଣାଯାଇଥିବା ପ୍ଲେୟର୍‌ ଜିତାଇଲେ ମ୍ୟାଚ୍‌…

ନୂଆଦିଲ୍ଲୀ ୦୮।୦୪: ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ । ୩ୟ ଥର ଚାଖିଲା ବିଜୟର ସ୍ବାଦ । ୩୩ ରନ୍‌ରେ ଗୁଜୁରାଟକୁ ମାତ୍‌ ଦେଲା LSG । ଲକ୍ଷ୍ନୌ ବିଜୟର ହିରୋ ହେଉଛନ୍ତି ଜଣେ ଅନକ୍ୟାପ୍‌ ପ୍ଲେୟର । ଯାହାକୁ ଟିମ୍‌ କୋଟିକୋଟିରେ ନୁହେଁ ବରଂ ଲକ୍ଷେରେ କିଣିଥିଲା । ଏହି ଖେଳାଳୀ ହେଉଛନ୍ତି ଦ୍ରୁତତମ ବୋଲର ୟଶ୍ ଠାକୁର । ୟଶ୍‌ଙ୍କୁ ଡେଥ୍‌ ଓଭର ସ୍ପେଶାଲିଷ୍ଟ ବୋଲର୍‌ ମଧ୍ୟ କୁହାଯାଏ । 

 ୨୫ ବର୍ଷିୟ ଏହି ପ୍ଲେୟର ଗୁଜୁରାଟର ନେଇଥିଲେ ୫ଟି ଓ୍ବିକେଟ୍‌ । ଯାହା ଗୁଜୁରାଟ ଟାଇଟନ୍ସକୁ ଦେଇଥିଲା ବଡ ଝଟକା । ୟଶ୍‌  ୩ ଓଭର ୫ ବଲରେ ଦେଇଥିଲେ ମାତ୍ର ୩୦ ରନ୍ । ଗୁଜୁରାଟ୍‌ କ୍ୟାପଟେନ୍‌ ଶୁଭମାନ ଗିଲ୍‌, ବିଜୟ ଶଙ୍କର, ରାହୁଲ ତେବତିଆ, ରଶିଦ୍‌ ଖାନ୍‌ ଏବଂ ନୁର୍‌ ଅହମ୍ମଦଙ୍କୁ ପ୍ୟାଭିଲିୟନ୍‌ର ରାସ୍ତା ଦେଖାଇଥିଲେ ଅନ୍‌କ୍ୟାପ ପ୍ଲେୟର ୟଶ୍‌ । ନିଜର ଦମଦାର୍‌ ପ୍ରଦର୍ଶନ ପାଇଁ ୟଶ୍‌ ହୋଇଛନ୍ତି‘ପ୍ଲେୟର ଅଫ୍‌ ଦ ମ୍ୟାଚ୍‌’  । 

ସବୁଠାରୁ ଖାସ୍‌ କଥା ହେଉଛି ଲକ୍ଷ୍ନୌ କୋଟିକୋଟି ଟଙ୍କାରେ କିଣିଥିବା ପ୍ଲେୟର ମ୍ୟାଚ୍‌ରେ ଫିକା ପଡିଥିଲେ । କିନ୍ତୁ ମାତ୍ର ୪୫ ଲକ୍ଷରେ କିଣିଥିବା ପ୍ଲେୟର ଟିମ୍‌କୁ କରିଥିଲେ ମ୍ୟାଚ୍‌ ଓ୍ବିନର । ଲକ୍ଷ୍ନୌ ପାଇଁ ଲକି ସାବ୍ୟସ୍ତ ହୋଇଛନ୍ତି ୟଶ୍‌ । ସେ ଟିମ୍‌ ପାଇଁ ଗୁଜୁରାଟ ବିପକ୍ଷରେ ଯାହା ବି କରିଛନ୍ତି, ତାକୁ କୋଟିକୋଟିରେ କିଣାଯାଇଥିବା ବୋଲର ବି କରିପାରିନଥିଲେ ।  ତେବେ କିଏ ଏହି ଅନ୍‌କ୍ୟାପ୍‌ ପ୍ଲେୟର ୟଶ୍‌ ଠାକୁର ?

 ୨୮ ଡିସେମ୍ବର ୧୯୯୮ରେ ଜନ୍ମିତ ଭାରତୀୟ ପ୍ଲେୟର ୟଶ୍‌ ଠାକୁର । ବିଦର୍ଭ ପାଇଁ ଘରୋଇ କ୍ରିକେଟ ଖେଳିଥାନ୍ତି ୟଶ୍‌ । ସେ ୨୦୧୬-୧୭ରେ ବିଜୟ ହଜାରେ ଟ୍ରଫିରେ ଲିଷ୍ଟ ଏ କ୍ରିକେଟରେ ପଦାର୍ପଣ କରିଥିଲେ । ୟଶ୍‌ ୨୦୧୮-୧୯ ରଣଜୀ ଟ୍ରଫିରେ ନିଜର ଫାଷ୍ଟକ୍ଲାସ୍‌ କ୍ରିକେଟ ଖେଳିଥିଲେ । ଏହାପରେ ୨୦୧୯ରେ ସୟଦ୍‌ ମୁସ୍ତକ୍‌ ଅଲି ଟ୍ରଫିରେ ବିଦର୍ଭ ପାଇଁ ଖେଳି ନିଜର ଟି-୨୦ କ୍ୟାରିୟର୍‌ରେ କରିଥିଲେ ଡେବ୍ୟୁ । 

ୟଶ ୨୦୨୨ ସୟଦ ମୁସ୍ତାକ୍‌ ଅଲି ଟ୍ରଫିରେ ମୋଟ ୧୫ଟି ୱିକେଟ୍ ନେଇଥିଲେ । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କ ମଧ୍ୟରେ ସେ ୫ ନମ୍ବର ସ୍ଥାନରେ ରହିଥିଲେ । ୟଶଙ୍କ ପାଖରେ ଉଭୟ ପାର୍ଶ୍ୱରୁ ବଲ୍ ସୁଇଙ୍ଗ୍ କରିବାର କଳା ରହିଛି । ୧୩ଟି ଫାଷ୍ଟକ୍ଲାସ୍‌ ମ୍ୟାଚ୍‌ରେ ସେ ନେଇଛନ୍ତି ୩୭ଟି ଓ୍ବିକେଟ୍‌ । 

ଲିଷ୍ଟ ଏ ମ୍ୟାଚ୍‌ରେ ତାଙ୍କ ନାଁରେ ରହିଛି ୪୪ଟି ୱିକେଟ୍ ।    ତେବେ ୟଶ୍‌ ୨୦୨୩ରେ ଆଇପିଏଲ୍‌ରେ ଡେବ୍ୟୁ କରିଥିଲେ । ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ୟଶ୍‌ଙ୍କୁ ୪୫ ଲକ୍ଷରେ କିଣିଥିଲା । ଗତବର୍ଷ ସେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲେ । କିନ୍ତୁ ଗୁଜୁରାଟ୍‌ ବିପକ୍ଷ ମ୍ୟାଚ୍‌ରେ ୫ ଓ୍ବିକେଟ୍‌ ନେଇ ଫ୍ୟାନ୍ସଙ୍କ ଆଟେନସନ୍‌କୁ ନିଜ ଆଡକୁ ଟାଣିଛନ୍ତି ।