ନିବେଶକ ହରାଇଲେ ୧୦ ଲକ୍ଷ କୋଟି
ମୁମ୍ବାଇ,୧୩।୨: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ପୁଞ୍ଜିବଜାର ଏବଂ ଷ୍ଟକ୍ ମାର୍କେଟ କାରବାର ଉପରେ ପଡୁଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ପ୍ରତିଦିନ ବହୁ ଲକ୍ଷ କୋଟି ଟଙ୍କାର ନିବେଶ ହରାଉଛନ୍ତି। ଗୋଟିଏ ପଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ନୀତି ଓ ନିଷ୍ପତ୍ତି ବୈଶ୍ୱିକ ବଜାରରେ ପ୍ରଭାବ ପକାଉଥିବାବେଳେ ବିଦେଶୀ ନିବେଶକମାନେ ଘରୋଇ ପୁଞ୍ଜିବଜାରରୁ ନିବେଶ ପ୍ରତ୍ୟାହର କରିବା ଏବଂ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ […] The post ନିବେଶକ ହରାଇଲେ ୧୦ ଲକ୍ଷ କୋଟି appeared first on Dharitri Odia News.
ମୁମ୍ବାଇ,୧୩।୨: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ପୁଞ୍ଜିବଜାର ଏବଂ ଷ୍ଟକ୍ ମାର୍କେଟ କାରବାର ଉପରେ ପଡୁଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ପ୍ରତିଦିନ ବହୁ ଲକ୍ଷ କୋଟି ଟଙ୍କାର ନିବେଶ ହରାଉଛନ୍ତି। ଗୋଟିଏ ପଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ନୀତି ଓ ନିଷ୍ପତ୍ତି ବୈଶ୍ୱିକ ବଜାରରେ ପ୍ରଭାବ ପକାଉଥିବାବେଳେ ବିଦେଶୀ ନିବେଶକମାନେ ଘରୋଇ ପୁଞ୍ଜିବଜାରରୁ ନିବେଶ ପ୍ରତ୍ୟାହର କରିବା ଏବଂ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଷ୍ଟକ୍ ବଜାରର କାରବାର ବିଶେଷ ଭାବେ ପ୍ରଭାବିତ ହେଉଛି ବୋଲି ବଜାର ବିଶେଷଜ୍ଞମାନେ ଆଶପ୍ରକଟ କରିଛନ୍ତି।
ସେହିଭଳି ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର କାରବାର କ୍ରମାଗତ ଭାବେ ହ୍ରାସ ଘଟୁଛି। ଫଳରେ ନିବେଶକ ନିରାଶ ଓ ଆଶଙ୍କ ମଧ୍ୟରେ ନିବେଶ କରୁଛନ୍ତି।
ଚଳିତ ସପ୍ତାହର ଦ୍ୱିତୀୟ କାର୍ଯ୍ୟଦିବସର ଫଳାଫଳ ଶେଷ ସୁଦ୍ଧା ପୁଞ୍ଜିବଜାରର ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି। ଏପରିକି ପୂର୍ବ କାର୍ଯ୍ୟଦିବସର ଫଳାଫଳ ଶେଷ ସୁଦ୍ଧା ବଜାର ପୁଞ୍ଜି ୪୧୮ ଲକ୍ଷ କୋଟି ଥିଲା। ମଙ୍ଗଳବାରର ବଜାର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୧୦ (୯.୮୭ ଲକ୍ଷ କୋଟି) ଲକ୍ଷ କୋଟି କମି ୪୦୮ ( ୪୦୭.୯୫ ଲକ୍ଷ କୋଟି ) ଲକ୍ଷ କୋଟିରେ ପହଞ୍ଚତ୍ଛି।
ସେହିପରି ମଙ୍ଗଳବାର ୩୦ ଶେୟାର ବିଶିଷ୍ଠ ବିଏସ୍ଇ ସେନ୍ସେକ୍ସର କାରବାର ୧.୩୨% ହ୍ରାସ ଘଟି ୭୬,୨୯୩.୬୦ ଅଙ୍କରେ ରହିଥିଲାବେଳେ ଏନ୍ଏସ୍ଇ ନିଫ୍ଟିର କାରବାର ୧.୩୨% କମି ୨୩,୦୭୧.୮୦ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଏପରିକି ବିଏସ୍ଇ ସେନ୍ସେକ୍ସର ମିଡକ୍ୟାପରେ ୩.୪୫% ଏବଂ ସ୍ମଲକ୍ୟାପରେ ୩% କାରବାର ହ୍ରାସ ଘଟିଛି। ଅପରପକ୍ଷରେ ନିଫ୍ଟି ମିଡକ୍ୟାପର କାରବାର ୩.୦୨% କମି ୫୦,୮୮୭.୯୫ ଅଙ୍କରେ ଏବଂ ସ୍ମଲକ୍ୟାପରେ ୩.୫୦% ହ୍ରାସ ଘଟି ୭୭୪୬.୨୦ ଅଙ୍କରେ ରହିଛି। ନିଫ୍ଟି ବ୍ୟାଙ୍କର କାରବାରରେ ୫୭୭.୬୦ ପଏଣ୍ଟ ହ୍ରାସ ଘଟି ୪୯,୪୦୩.୪୦ ଅଙ୍କରେ କାରବାର ବନ୍ଦ ହୋଇଛି।
The post ନିବେଶକ ହରାଇଲେ ୧୦ ଲକ୍ଷ କୋଟି appeared first on Dharitri Odia News.