ଟାଇକୋଣ୍ଡା ଏକାଡେମୀର ବାର୍ଷିକ ଉତ୍ସବ
ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗର ଆର୍.ଏମ.ସି. ସଭାକକ୍ଷରେ ଭଞ୍ଜନଗର ଟାଇକୋଣ୍ଡା ଏକା କଲର ବେଲ୍ଟ ଟେଷ୍ଟ ଓ ୫ମ ବାର୍ଷିକ ଉତ୍ସବ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ସମସ୍ତ ଛାତ୍ରୀ ଛାତ୍ର ନଗର ପରିକ୍ରମା ପରେ କଲର ବେଲ୍ଟ ଟେଷ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ଟାଇକୋଣ୍ଡା ଏକା ସମ୍ପାଦକ ସତ୍ୟନାରାୟଣ ତ୍ରିପାଠୀ ଏବଂ ପରୀକ୍ଷକ ଭାବେ ପାରଳାଖେମୁଣ୍ଡି ଟାଇକୋଣ୍ଡା ଏକା କୋଚ କାର୍ତ୍ତିକ ମହାପାତ୍ର ଯୋଗଦେଇଥିଲେ। ୫୦ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। ରାତିରେ ଏକ […] The post ଟାଇକୋଣ୍ଡା ଏକାଡେମୀର ବାର୍ଷିକ ଉତ୍ସବ appeared first on Dharitri Odia News.
ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗର ଆର୍.ଏମ.ସି. ସଭାକକ୍ଷରେ ଭଞ୍ଜନଗର ଟାଇକୋଣ୍ଡା ଏକା କଲର ବେଲ୍ଟ ଟେଷ୍ଟ ଓ ୫ମ ବାର୍ଷିକ ଉତ୍ସବ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ସମସ୍ତ ଛାତ୍ରୀ ଛାତ୍ର ନଗର ପରିକ୍ରମା ପରେ କଲର ବେଲ୍ଟ ଟେଷ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ଟାଇକୋଣ୍ଡା ଏକା ସମ୍ପାଦକ ସତ୍ୟନାରାୟଣ ତ୍ରିପାଠୀ ଏବଂ ପରୀକ୍ଷକ ଭାବେ ପାରଳାଖେମୁଣ୍ଡି ଟାଇକୋଣ୍ଡା ଏକା କୋଚ କାର୍ତ୍ତିକ ମହାପାତ୍ର ଯୋଗଦେଇଥିଲେ। ୫୦ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। ରାତିରେ ଏକ ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏକା କୋଚ ପ୍ରାଣକୃଷ୍ଣ ଗୌଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଇଏସ ଲୋପାମୁଦ୍ରା ରଥ, ସମ୍ମାନିତ ଅତିଥିଭାବେ ପାରଳାଖେମୁଣ୍ଡି ଟାଇକୋଣ୍ଡା ଏକା କୋଚ କାର୍ତ୍ତିକ ମହାପାତ୍ର, ବ୍ରହ୍ମପୁର ଟାଇକୋଣ୍ଡା ଏକା ସମ୍ପାଦକ ସତ୍ୟନାରାୟଣ ତ୍ରିପାଠୀ ମଞ୍ଚାସୀନ ରହି ଟାଇକୋଣ୍ଡାରେ ଭବିଷ୍ୟତ ଗଠନ କରିବାର ମାର୍ଗ ପ୍ରଦର୍ଶନ କରିଥିଲେ ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଅତିଥିମାନଙ୍କ ଦ୍ୱାରା କଲର ବେଲ୍ଟ ଟେଷ୍ଟର ଉତ୍ତିର୍ଣ୍ଣ ଛାତ୍ରୀ ଛାତ୍ର ମାନଙ୍କୁ ବେଲ୍ଟ ପ୍ରଦାନ କରାଯାଇଥିଲା। ଅରକ୍ଷିତ ପରିଚ୍ଛା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶେଷରେ ଏକା କୋଚ ଗୌଡ ୫ବର୍ଷର ଯାତ୍ରା ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
The post ଟାଇକୋଣ୍ଡା ଏକାଡେମୀର ବାର୍ଷିକ ଉତ୍ସବ appeared first on Dharitri Odia News.