କନ୍ଧମାଳବାସୀଙ୍କୁ ଭୋଟ୍ ମାଗିଲେ ମୁଖ୍ୟମନ୍ତ୍ରୀ
ଫୁଲବାଣୀ,୯ା୫(ରାକେଶ କୁମାର ରାଉତ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର କନ୍ଧମାଳ ଗସ୍ତରେ ଆସି ଭୋଟ୍ ମାଗିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ୭ ବିଧାନସଭା ପ୍ରାର୍ଥୀ ଏବଂ ଏମ୍ପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ କହିଛନ୍ତି। ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି। ରାଜ୍ୟବାସୀଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସେମାନେ ଯାହା କୁହନ୍ତି, ତାହା କରନ୍ତି ନାହିଁ। ତେଣୁ ଏଥର ଆମେ ଯୋଡ଼ି ଶଙ୍ଖ ଗୋଟିଏ ଏମ୍ଏଲ୍ଏ ଏବଂ ଅନ୍ୟଟି ଏମ୍ପି […] The post କନ୍ଧମାଳବାସୀଙ୍କୁ ଭୋଟ୍ ମାଗିଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଫୁଲବାଣୀ,୯ା୫(ରାକେଶ କୁମାର ରାଉତ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର କନ୍ଧମାଳ ଗସ୍ତରେ ଆସି ଭୋଟ୍ ମାଗିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ୭ ବିଧାନସଭା ପ୍ରାର୍ଥୀ ଏବଂ ଏମ୍ପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ କହିଛନ୍ତି। ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି। ରାଜ୍ୟବାସୀଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସେମାନେ ଯାହା କୁହନ୍ତି, ତାହା କରନ୍ତି ନାହିଁ। ତେଣୁ ଏଥର ଆମେ ଯୋଡ଼ି ଶଙ୍ଖ ଗୋଟିଏ ଏମ୍ଏଲ୍ଏ ଏବଂ ଅନ୍ୟଟି ଏମ୍ପି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି।
କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଗ ପ୍ରତିକୂଳ ଯୋଗୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରିତ ସମୟଠାରୁ ପାଖାପାଖି ୧ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ଏହା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବର୍ଷା ପବନ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ବିଳମ୍ବରେ ପହଞ୍ଚିଥିଲେ ହେଁ ଷ୍ଟାଡିୟମରେ ସମସ୍ତେ ତାଙ୍କୁ ଚାହିଁ ବସିଥିଲେ।
The post କନ୍ଧମାଳବାସୀଙ୍କୁ ଭୋଟ୍ ମାଗିଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.