କଂଗ୍ରେସକୁ ସମର୍ଥନ କଲେ ଆଉ ଜଣେ ଏମପି! ଲୋକ ସଭାରେ ୧୦୦ଛୁଇଁବ ଆସନ…
ନୂଆଦିଲ୍ଲୀ,୧୧।୬: ଲଦାଖର ସ୍ବାଧୀନ ଏମପି ମହମ୍ମଦ ହନିଫା ଜାନ ମଙ୍ଗଳବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଗେର୍ର୍ଙ୍କୁ ଭେଟିଛନ୍ତି। ହନିଫା ଏବଂ ଖାର୍ଗେଙ୍କ ଫଟୋକୁ କଂଗ୍ରେସ ଏହାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରିଛି। ଏହି ଫଟୋରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ମଧ୍ୟ ନଜର ଆସିଛନ୍ତି। ହନିଫା ଏବଂ ଖାର୍ଗେଙ୍କ ବୈଠକ ପରେ ଲଦାଖର ସ୍ବାଧୀନ ଏମପି ହନିଫା କଂଗ୍ରେସ ସହ ହାତ ମିଳାଇବାକୁ ଯାଉଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ […] The post କଂଗ୍ରେସକୁ ସମର୍ଥନ କଲେ ଆଉ ଜଣେ ଏମପି! ଲୋକ ସଭାରେ ୧୦୦ଛୁଇଁବ ଆସନ… appeared first on Dharitri Odia News.
ନୂଆଦିଲ୍ଲୀ,୧୧।୬: ଲଦାଖର ସ୍ବାଧୀନ ଏମପି ମହମ୍ମଦ ହନିଫା ଜାନ ମଙ୍ଗଳବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଗେର୍ର୍ଙ୍କୁ ଭେଟିଛନ୍ତି। ହନିଫା ଏବଂ ଖାର୍ଗେଙ୍କ ଫଟୋକୁ କଂଗ୍ରେସ ଏହାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରିଛି। ଏହି ଫଟୋରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ମଧ୍ୟ ନଜର ଆସିଛନ୍ତି। ହନିଫା ଏବଂ ଖାର୍ଗେଙ୍କ ବୈଠକ ପରେ ଲଦାଖର ସ୍ବାଧୀନ ଏମପି ହନିଫା କଂଗ୍ରେସ ସହ ହାତ ମିଳାଇବାକୁ ଯାଉଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ମହମ୍ମଦ ହନିଫାଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ମଧ୍ୟ ଆଲୋଚନା ହେଉଛି। ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ଦୁଇ ଏମପିଙ୍କ ସମର୍ଥନ ପାଇ ସାରିଛନ୍ତି। ପୁର୍ନିଆର ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପପୁ ଯାଦବ ସୋମବାର ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟି କଂଗ୍ରେସକୁ ସମର୍ଥନ ଜଣାଇଛନ୍ତି। ସେହିପରି ମହାରାଷ୍ଟ୍ରର ସାଙ୍ଗଲି ଲୋକ ସଭା ଆସନରୁ ସ୍ବାଧୀନ ଭାବେ ଜିତିଥିବା ବିଶାଲ ପାଟିଲ ମଧ୍ୟ କଂଗ୍ରେସ ଦଳକୁ ସମର୍ଥନ କରିଛନ୍ତି। ତେବେ ଚଳିତ ନିର୍ବାଚନରେ କଂଗ୍ରେସ ୯୯ଟି ଆସନ ପାଇଥିବାବେଳେ ଦୁଇ ଏମପିଙ୍କ ସମର୍ଥନ ପାଇଲେ ଲୋକ ସଭାରେ ଦଳ ୧୦୦ଟପିବ ବୋଲି କୁହାଯାଉଛି।
The post କଂଗ୍ରେସକୁ ସମର୍ଥନ କଲେ ଆଉ ଜଣେ ଏମପି! ଲୋକ ସଭାରେ ୧୦୦ଛୁଇଁବ ଆସନ… appeared first on Dharitri Odia News.