ଫିଲ୍ମ ‘ସିକନ୍ଦର’ରୁ ସାମ୍ନାକୁ ଆସିଲା ସଲମାନ ଖାନଙ୍କ ପ୍ରଥମ ଲୁକ୍‌, ପୋଷ୍ଟ ଦେଖି ଦିଓ୍ଵାନା ହେଲେ ଫ୍ୟାନ୍ସ

ସଲମାନ ଖାନଙ୍କ ଅପ୍‌କମିଂ ଫିଲ୍ମ ‘ସିକନ୍ଦର’ ଖୁବ୍‌ ଶୀଘ୍ର ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମରେ ତାଙ୍କ ସହ ରଶ୍ମିକା ମନ୍ଦାନା ନଜର ଆସିବେ । ଏହି ଫିଲ୍ମ ୨୦୨୫ ଇଦ୍ ଅବସରରେ ମୁକ୍ତିଲାଭ କରିବ, ଯାହାର ସୁଟିଂ ବର୍ତ୍ତମାନ ଆରମ୍ଭ ହୋଇଛି । ଏହି ସମୟରେ, ସଲମାନ ଖାନ ‘ ସିକନ୍ଦର ‘ର ସେଟରୁ ତାଙ୍କର ପ୍ରଥମ ଲୁକ୍ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି […] The post ଫିଲ୍ମ ‘ସିକନ୍ଦର’ରୁ ସାମ୍ନାକୁ ଆସିଲା ସଲମାନ ଖାନଙ୍କ ପ୍ରଥମ ଲୁକ୍‌, ପୋଷ୍ଟ ଦେଖି ଦିଓ୍ଵାନା ହେଲେ ଫ୍ୟାନ୍ସ appeared first on KNews Odisha.

ଫିଲ୍ମ ‘ସିକନ୍ଦର’ରୁ ସାମ୍ନାକୁ ଆସିଲା ସଲମାନ ଖାନଙ୍କ ପ୍ରଥମ ଲୁକ୍‌, ପୋଷ୍ଟ ଦେଖି ଦିଓ୍ଵାନା ହେଲେ ଫ୍ୟାନ୍ସ
film sikandar

ସଲମାନ ଖାନଙ୍କ ଅପ୍‌କମିଂ ଫିଲ୍ମ ‘ସିକନ୍ଦର’ ଖୁବ୍‌ ଶୀଘ୍ର ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମରେ ତାଙ୍କ ସହ ରଶ୍ମିକା ମନ୍ଦାନା ନଜର ଆସିବେ । ଏହି ଫିଲ୍ମ ୨୦୨୫ ଇଦ୍ ଅବସରରେ ମୁକ୍ତିଲାଭ କରିବ, ଯାହାର ସୁଟିଂ ବର୍ତ୍ତମାନ ଆରମ୍ଭ ହୋଇଛି । ଏହି ସମୟରେ, ସଲମାନ ଖାନ ‘ ସିକନ୍ଦର ‘ର ସେଟରୁ ତାଙ୍କର ପ୍ରଥମ ଲୁକ୍ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ତେବେ ସଲମାନ ଖାନ ଏହି ଲୁକରେ ବହୁତ ଜବରଦସ୍ତ ଲାଗୁଛନ୍ତି ।

ସଲମାନ ଖାନଙ୍କ ଫିଲ୍ମ ‘ ସିକନ୍ଦର’ ଘୋଷଣା ହେବା ଦିନଠାରୁ ଫ୍ୟାନ୍ସ ଏହି ଫିଲ୍ମ ସହ ଜଡିତ ଖବର ଉପରେ ନଜର ରଖିଛନ୍ତି । ଏହି ସମୟରେ, ସଲମାନ ଖାନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସିକନ୍ଦରଙ୍କ ପ୍ରଥମ ଲୁକ ସେୟାର କରି ଲୋକଙ୍କ ଉତ୍ସାହ ଲେବଲକୁ ବଢାଇ ଦେଇଛନ୍ତି । ବାସ୍ତବରେ, ଜୁନ୍ ୧୮ ସିକନ୍ଦର ସୁଟିଂର ପ୍ରଥମ ଦିନ ଥିଲା ଏବଂ ସଲମାନ ସେଟ୍ର ପ୍ରଥମ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଭାଇଜାନ୍‌ ଏକ ନୂଆ ଲୁକ୍‌ରେ ନଜର ଆସିଛନ୍ତି । ସଲମାନଙ୍କ ଏହି ଦମ୍‌ଦାର ଲୁକ୍‌ ଫ୍ୟାନ୍ସ ବହୁତ ପସନ୍ଦ ଆସିଛି । ଏହି ଫଟୋରେ ସଲମାନ ଖାନଙ୍କ ସହ ଫିଲ୍ମର ନିର୍ମାତା ସାଜିଦ ନାଦିଆଡୱାଲା ଏବଂ ନିର୍ଦ୍ଦେଶକ ଏ.ଆର ମୁରୁଗାଦାସ ମଧ୍ୟ ନଜର ଆସିଛନ୍ତି । ଲୋକମାନେ ସଲମାନଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଫଟୋକୁ ବହୁତ ପସନ୍ଦ କରୁଛନ୍ତି । ଏହି ଫଟୋ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି । ଏଥି ସହିତ ସଲମାନଙ୍କ ଏହି ଲୁକକୁ ଫ୍ୟାନ୍ସ ପ୍ରଶଂସା କରୁଛନ୍ତି । ସଲମାନ ଖାନଙ୍କ ଏହି ଲୁକ୍ କୁ ନେଇ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଆସୁଛି ।

ତେବେ ସଲମାନ ଖାନଙ୍କ ଫିଲ୍ମ ସିକନ୍ଦର ଆମିର ଖାନଙ୍କ ଅଭିନୀତ ଗଜନିଙ୍କ ନିର୍ଦ୍ଦେଶନା ଦେଇଥିବା ଆର୍ ମୁରୁଗାଦାସ ନିର୍ଦ୍ଦେଶନା ଦେଉଛନ୍ତି । ନାଦିଆୱାଲା ନାତି ହାଉସର ବ୍ୟାନରରେ ଏହି ଫିଲ୍ମ ନିର୍ମାଣ କରାଯିବ । ଏହା ସହ ସଲମାନ ଖାନଙ୍କୁ କ୍ୟାଟ୍ରିନା କୈଫଙ୍କ ସହ ‘ଟାଇଗର’ ‘ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ରଶ୍ମିକା ମନ୍ଦାନାଙ୍କ ବିଷୟରେ କହିବାକୁ ଗଲେ ତାଙ୍କୁ ରଣବୀର କପୁରଙ୍କ ସହ ଫିଲ୍ମ ‘ଆନିମଲ’ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଖୁବ ଶୀଘ୍ର ଧନୁଷଙ୍କ ସହ ‘କୁବେର’, ‘ଇନ୍ଦ୍ରଧନୁ’, ‘ଗର୍ଲଫ୍ରେଣ୍ଡ’ ଏବଂ ସୁକୁମାରଙ୍କ ଫିଲ୍ମ ‘ ପୁଷ୍ପା ୨: ଦି ରୁଲ୍‌’ରେ ନଜର ଆସିବେ । ତେବେ ଏହି ଫିଲ୍ମ ଇଦ୍ ୨୦୨୫ ରେ ରିଲିଜ୍‌ ହେବାକୁ ଯାଉଛି ।

The post ଫିଲ୍ମ ‘ସିକନ୍ଦର’ରୁ ସାମ୍ନାକୁ ଆସିଲା ସଲମାନ ଖାନଙ୍କ ପ୍ରଥମ ଲୁକ୍‌, ପୋଷ୍ଟ ଦେଖି ଦିଓ୍ଵାନା ହେଲେ ଫ୍ୟାନ୍ସ appeared first on KNews Odisha.