କାଳବୈଶାଖୀ ବର୍ଷା ସତ୍ତ୍ବେ ତାତିର ପ୍ରକୋପ ଜାରି, ଗ୍ରୀଷ୍ମଲହରୀ ପାଇଁ କାଲି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର (କେନ୍ୟୁଜ୍): ତାତିରେ ଲାଗିଲା ସାମାନ୍ୟ ବ୍ରେକ । ଉପକୂଳ ଓଡ଼ିଶାରେ ଆଶ୍ବସ୍ତି ଆଣି ଦେଲା କାଳବୈଶାଖୀ । ଏବେ ବି ତାତିର ପ୍ରକୋପ ଜାରି ରହିଛି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମଲହରୀ ଲାଗି ରହିବ । ଭୀଷଣ ଗ୍ରୀଷ୍ମଲହରୀ ପାଇଁ ଆସନ୍ତାକାଲି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୩ତାରିଖରେ ଭୀଷଣ ଗ୍ରୀଷ୍ମଲହରୀ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । […] The post କାଳବୈଶାଖୀ ବର୍ଷା ସତ୍ତ୍ବେ ତାତିର ପ୍ରକୋପ ଜାରି, ଗ୍ରୀଷ୍ମଲହରୀ ପାଇଁ କାଲି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ appeared first on KNews Odisha.

ଭୁବନେଶ୍ୱର (କେନ୍ୟୁଜ୍): ତାତିରେ ଲାଗିଲା ସାମାନ୍ୟ ବ୍ରେକ । ଉପକୂଳ ଓଡ଼ିଶାରେ ଆଶ୍ବସ୍ତି ଆଣି ଦେଲା କାଳବୈଶାଖୀ । ଏବେ ବି ତାତିର ପ୍ରକୋପ ଜାରି ରହିଛି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମଲହରୀ ଲାଗି ରହିବ । ଭୀଷଣ ଗ୍ରୀଷ୍ମଲହରୀ ପାଇଁ ଆସନ୍ତାକାଲି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
୩ତାରିଖରେ ଭୀଷଣ ଗ୍ରୀଷ୍ମଲହରୀ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତଥାପି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରକୋପ । ୪୫ ଡିଗ୍ରୀ ସହ ତାଳଚେର ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ୪୩ ଡିଗ୍ରୀ ଉପରେ ରେକର୍ଡ ହୋଇଛି ୧୫ ସହରର ତାପମାତ୍ରା । ୩ ତାରିଖ ବେଳକୁ ପାଗରେ ପରିବର୍ତନ ସହ ସାମାନ୍ୟ ତାପମାତ୍ରାରେ ହ୍ରାସ ହେବାର ସମ୍ଭାବନା ରହିଛି ।
The post କାଳବୈଶାଖୀ ବର୍ଷା ସତ୍ତ୍ବେ ତାତିର ପ୍ରକୋପ ଜାରି, ଗ୍ରୀଷ୍ମଲହରୀ ପାଇଁ କାଲି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ appeared first on KNews Odisha.