ଜିଲାସ୍ତରୀୟ ନିଯୁକ୍ତି ମେଳାରେ ୫ ହଜାର ଆଶାୟୀ

ଛତ୍ରପୁର,୨୧ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସ୍ପୋଟର୍‌ସ ଷ୍ଟାଡିଅମରେ ଶୁକ୍ରବାର ଗଞ୍ଜାମ ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ୫ ହଜାର ଆଶାୟୀ ବେକାର ଯୁବତୀଯୁବକମାନେ ପଞ୍ଜୀକରଣ କରିଥିଲେ। ଏହାକୁ ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଉଦ୍‌ଘାଟନ କରିଥିଲେ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ୮୦ରୁ ଅଧିକ ଘରୋଇ କମ୍ପାନୀ ଅଂଶଗ୍ରହଣ କରିଥିଲେ ଏହି ନିଯୁକ୍ତି ମେଳାରେ ୧୫୦ ଜଣ ଛାତ୍ରୀଛାତ୍ରଙ୍କୁ ଚୟନ କରାଯାଇ ସେମାନଙ୍କୁ ଜିଲାପାଳ ନିଯୁକ୍ତିପତ୍ର ଦେଇଥିଲେ। ଜିଲାପାଳ […] The post ଜିଲାସ୍ତରୀୟ ନିଯୁକ୍ତି ମେଳାରେ ୫ ହଜାର ଆଶାୟୀ appeared first on Dharitri Odia News.

ଜିଲାସ୍ତରୀୟ ନିଯୁକ୍ତି ମେଳାରେ ୫ ହଜାର ଆଶାୟୀ

ଛତ୍ରପୁର,୨୧ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସ୍ପୋଟର୍‌ସ ଷ୍ଟାଡିଅମରେ ଶୁକ୍ରବାର ଗଞ୍ଜାମ ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ୫ ହଜାର ଆଶାୟୀ ବେକାର ଯୁବତୀଯୁବକମାନେ ପଞ୍ଜୀକରଣ କରିଥିଲେ। ଏହାକୁ ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଉଦ୍‌ଘାଟନ କରିଥିଲେ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ୮୦ରୁ ଅଧିକ ଘରୋଇ କମ୍ପାନୀ ଅଂଶଗ୍ରହଣ କରିଥିଲେ ଏହି ନିଯୁକ୍ତି ମେଳାରେ ୧୫୦ ଜଣ ଛାତ୍ରୀଛାତ୍ରଙ୍କୁ ଚୟନ କରାଯାଇ ସେମାନଙ୍କୁ ଜିଲାପାଳ ନିଯୁକ୍ତିପତ୍ର ଦେଇଥିଲେ। ଜିଲାପାଳ କହିଛନ୍ତି ଯେ, ଏହା ସଫଳ ଆୟୋଜନ ହୋଇଥିଲା ଏବଂ ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ ଫଳରେ ବେକାର ଯୁବତୀ ଓ ଯୁବକ ଉପକୃତ ହୋଇପାରିବେ ଖୋଲା ଯାଇଥିବା ଷ୍ଟଲ୍‌ଗୁଡିକ ବୁଲି ଜିଲାପାଳ ଦେଖିଥିଲେ।

The post ଜିଲାସ୍ତରୀୟ ନିଯୁକ୍ତି ମେଳାରେ ୫ ହଜାର ଆଶାୟୀ appeared first on Dharitri Odia News.