କଂଗ୍ରେସ ଛାଡ଼ିବାର କିଛି ଘଣ୍ଟା ପରେ ବିଜେପିରେ ଯୋଗ ଦେଲେ ଗୌରବ ବଲ୍ଲଭ

ନୂଆଦିଲ୍ଲୀ: କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ହେଭି ୱେଟ୍ ନେତା ଦଳ ଛାଡ଼ି ବିଜେପିରେ ଯୋଗ ଦେଉଛନ୍ତି। ଏହି ତାଲିକାରେ ସାମିଲ୍ ହୋଇଚନ୍ତି କଂଗ୍ରେସର ପୂର୍ବତନ ଜାତୀୟ ପ୍ରବକ୍ତା ଗୌରବ ବଲ୍ଲଭ। ସେ ଗୁରୁବାର କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି। କଂଗ୍ରେସ ବର୍ତ୍ତମାନ ଦିଗହୀନ ହୋଇଯାଇଛି ବୋଲି ଗୌରବ ବଲ୍ଲଭ କହିଛନ୍ତି। ଦିନ ସମୟ ଥିଲା ଗୌରବ ବଲ୍ଲଭ ଏକାକୀ ସମସ୍ତ ବିଜେପି ପ୍ରବକ୍ତାଙ୍କର ମୁହଁ ବନ୍ଦ କରିଦେଉଥିଲେ। ଥରେ ସମ୍ବିତ ପାତ୍ରଙ୍କୁ ଟିଭି ଡିବେଟ୍‌ରେ ଏକ ଟ୍ରିଲିଅନ୍‌ରେ କେତୋଟି ଶୂନ ବୋଲି ପ୍ରଶ୍ନ କରିଥିଲେ ଗୌରବ। ଯାହାର ଭିଡିଓ କ୍ଲିପ୍ ଭାଇରାଲ୍ ହୋଇଥିଲା। ହେଲେ ଏବେ ସେ ବିଜେପି ସହ ହାତ ମିଳାଇ କଂଗ୍ରେସକୁ ଟ୍ରିଲିଅନ୍‌ର ହିସାବ ଗଣାଇବେ।ଗୌରବ ବଲ୍ଲଭଙ୍କ ସମେତ ବିହାରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଅନୀଲ ଶର୍ମା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଗୁରୁବାର ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡ଼େଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ତେବେ ଗୌରବ ବିଜେପିରେ ଯୋଗ ଦେବା ପରେ ଗଣମାଧ୍ୟମକୁ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ସୋସିଆଲ୍ ମିଡିଆରେ ମୁଁ ଏକ ଚିଠି ପୋଷ୍ଟ କରି ମୋ ବେଦନା ଜଣାଇଛି। ତେବେ ଶ୍ରୀ ରାମଙ୍କ ମନ୍ଦିର ତିଆରି ହେବା ଦିନଠାରୁ ମୋ ମନରେ ଅସନ୍ତୋଷ ଜାଗ୍ରତ ହୋଇଥିଲା। କଂଗ୍ରେସ ମନ୍ଦିର ଉଦ୍‌ଘାଟନ ସମାରୋହ ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟକ

କଂଗ୍ରେସ ଛାଡ଼ିବାର କିଛି ଘଣ୍ଟା ପରେ ବିଜେପିରେ ଯୋଗ ଦେଲେ ଗୌରବ ବଲ୍ଲଭ

ନୂଆଦିଲ୍ଲୀ: କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ହେଭି ୱେଟ୍ ନେତା ଦଳ ଛାଡ଼ି ବିଜେପିରେ ଯୋଗ ଦେଉଛନ୍ତି। ଏହି ତାଲିକାରେ ସାମିଲ୍ ହୋଇଚନ୍ତି କଂଗ୍ରେସର ପୂର୍ବତନ ଜାତୀୟ ପ୍ରବକ୍ତା ଗୌରବ ବଲ୍ଲଭ। ସେ ଗୁରୁବାର କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି। କଂଗ୍ରେସ ବର୍ତ୍ତମାନ ଦିଗହୀନ ହୋଇଯାଇଛି ବୋଲି ଗୌରବ ବଲ୍ଲଭ କହିଛନ୍ତି। 

ଦିନ ସମୟ ଥିଲା ଗୌରବ ବଲ୍ଲଭ ଏକାକୀ ସମସ୍ତ ବିଜେପି ପ୍ରବକ୍ତାଙ୍କର ମୁହଁ ବନ୍ଦ କରିଦେଉଥିଲେ। ଥରେ ସମ୍ବିତ ପାତ୍ରଙ୍କୁ ଟିଭି ଡିବେଟ୍‌ରେ ଏକ ଟ୍ରିଲିଅନ୍‌ରେ କେତୋଟି ଶୂନ ବୋଲି ପ୍ରଶ୍ନ କରିଥିଲେ ଗୌରବ। ଯାହାର ଭିଡିଓ କ୍ଲିପ୍ ଭାଇରାଲ୍ ହୋଇଥିଲା। ହେଲେ ଏବେ ସେ ବିଜେପି ସହ ହାତ ମିଳାଇ କଂଗ୍ରେସକୁ ଟ୍ରିଲିଅନ୍‌ର ହିସାବ ଗଣାଇବେ।

ଗୌରବ ବଲ୍ଲଭଙ୍କ ସମେତ ବିହାରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଅନୀଲ ଶର୍ମା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଗୁରୁବାର ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡ଼େଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। 

ତେବେ ଗୌରବ ବିଜେପିରେ ଯୋଗ ଦେବା ପରେ ଗଣମାଧ୍ୟମକୁ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ସୋସିଆଲ୍ ମିଡିଆରେ ମୁଁ ଏକ ଚିଠି ପୋଷ୍ଟ କରି ମୋ ବେଦନା ଜଣାଇଛି। ତେବେ ଶ୍ରୀ ରାମଙ୍କ ମନ୍ଦିର ତିଆରି ହେବା ଦିନଠାରୁ ମୋ ମନରେ ଅସନ୍ତୋଷ ଜାଗ୍ରତ ହୋଇଥିଲା। କଂଗ୍ରେସ ମନ୍ଦିର ଉଦ୍‌ଘାଟନ ସମାରୋହ ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟକ୍ଷାନ କରିଥିଲା। ମେଣ୍ଟ ସହଯୋଗୀମାନେ ସନାତନ ଧର୍ମକୁ ନେଇ ପ୍ରଶ୍ନ ଉଠାଇଲେ। କଂଗ୍ରେସ କାହିଁକି ଏହାର ଜବାବ ଦେଲାନି? ମୁଁ ଆଜି ବିଜେପିରେ ଯୋଗ ଦେଇଛି। ମୁଁ ମୋର ସମସ୍ତ ଦକ୍ଷତା ଓ ଜ୍ଞାନର ବ୍ୟବହାର କରି ଭାରତକୁ ଆଗକୁ ନେଇଯିବି ବୋଲି ଗୌରବ ବଲ୍ଲଭ କହିଛନ୍ତି।   

ପଢ଼ନ୍ତୁ- ‘ବିଜେପିରେ ସାମିଲ୍ ନହେଲେ ଗିରଫ’...ବୟାନକୁ ନେଇ ଆତିଶୀଙ୍କୁ ମାନହାନୀ ନୋଟିସ୍ 

ଗୌରବ କହିଛନ୍ତି ଯେ ମୁଁ ମୋ ଇସ୍ତଫାପତ୍ରରେ କିଛି ସମସ୍ୟା ଉଜାଗର କରିଛି। ମୁଁ ସକାଳୁର ସଞ୍ଜ ଧନ ଅର୍ଜନ କରୁଥିବା ଲୋକଙ୍କୁ ଗାଳି ଦେଇପାରିବି ନାହିଁ। ସମ୍ପତ୍ତି ଅର୍ଜନ କରିବା ଅପରାଧ ନୁହେଁ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ଗୌରବ ଦଳକୁ ଦିଗହୀନ ବୋଲି କହିଛନ୍ତି। ଜାତିଗତ ଜନଗଣନାକୁ ବିରୋଧ ସହିତ ସନାତନ ବିରୋଧୀ ନାରାକୁ ଲଗାଇ ପାରିବି ନାହିଁ ବୋଲି କଂଗ୍ରେସ ଛାଡ଼ିଲି ବୋଲି ଗୌରବ ବଲ୍ଲଭ କହିଛନ୍ତି। 

ଗୌରବ ବଲ୍ଲଭ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି“ ଦିଗହୀନ ପଥରେ ଯାଉଥିବା କଂଗ୍ରେସ ପାର୍ଟି ସହ ମୁଁ ନିଜକୁ ଖାପଖୁଆଇପାରି ନାହିଁ। ନା ମୁଁ ସନାତନ ଧର୍ମ ବିରୋଧୀ ନାରା ଲଗାଇ ପାରିବି ନା ଦେଶର ଧନ ଅର୍ଜନ କରୁଥିବା ବ୍ୟକ୍ତିଙ୍କୁ ଗାଳି ଦେଇପାରିବି। ମୁଁ କଂଗ୍ରେସର ସମସ୍ତ ପଦବୀରୁ ଇସ୍ତଫା ଦେଉଛି। ପ୍ରାଥମିକ ସଦସ୍ୟ ପଦ ସହ ସମସ୍ତ ପଦରୁ ଇସ୍ତଫା ଦେଉଛି।”

ପିଏଚ୍‌ଡୀ ଡିଗ୍ରୀଧାରି ତଥା ପୂର୍ବତନ ପ୍ରଫେସର ଗୌରବ ବଲ୍ଲଭ କଂଗ୍ରେସର ଜଣେ ଜ୍ଞାନୀ ବକ୍ତା ଥିଲେ। ଅର୍ଥନୀତି ଉପରେ ତାଙ୍କର ତର୍କ ଅକାଟ୍ୟ ରହୁଥିଲା। ସେ ବିଜେପି ସହ କଡ଼ା ଡିବେଟ୍ କରୁଥିଲେ। ୨୦୨୩ରେ ସେ ପ୍ରଥମ କରି ରାଜସ୍ଥାନ ଉଦୟପୁର ବିଧାନସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ତାଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ୩୨ ହଜାର ଭୋଟ୍‌ରେ ଜିତିଥିଲେ। ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା ୨୦୧୯ରେ। ଏହି ବର୍ଷ ସେ ଝାଡ଼ଖଣ୍ଡ ଜାମସେଦ୍‌ପୁର ଇଷ୍ଟରୁ ନିର୍ବାଚନ ଲଢ଼ି ୧୮ ହଜାର ଭୋଟ୍ ସହ ତୃତୀୟ ସ୍ଥାନରେ ଥିଲେ। ସେ ରଘୁଭର ଦାସଙ୍କୁ ଠାରୁ ପରାସ୍ତ ହୋଇଥିଲେ।