ଯାଜପୁର ଛତିଆରେ ବୋମା ବିସ୍ଫୋରଣ : ୨ ଜଣଙ୍କ ମୃତ୍ୟୁ, ଜଣେ ଆହତ

ଚଣ୍ଡିଖୋଲ ୧୩।୫: ଯାଜପୁର ଛତିଆ ନିକଟରେ ବୋମା ବିସ୍ଫୋରଣ ହୋଇଛି । ବୋମା ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ତେବେ ବୋମା ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଦୁଇଟି ବାଇକ୍ ଭାଙ୍ଗି ରୁଜି ଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ବଇରୀ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନରେ ବାଇକ୍‌ରେ ୩ ଜଣ ଛତିଆ ବାଇପାସ୍ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଫଳରେ ଦୁଇ ଜଣଙ୍କ ମୃତଦେହ ଖଣ୍ତ ବିଖଣ୍ଡିତ ଅବସ୍ଥାରେ ରାସ୍ତାରେ ଛିଟିକି ପଡ଼ିଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବୋମା ମାଡ଼ ହୋଇଛି ନା ଏମାନେ ବୋମା ନେଇ ଯାଉଥିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ଏହି ବିସ୍ଫୋରଣରେ ଦୁଇଟି ବାଇକ୍ ଭାଙ୍ଗି ରୁଜି ଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତ୍ତାବରଣ ଖେଳିଯାଇଛି । ଘଟଣାସ୍ଥଳରେ ବଇରୀ ଥାନା ପୋଲିସ, ଯାଜପୁର SDPO, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।You Can Read:ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ, ନୂଆ ଯୋଜନାର କାର୍ଯ୍ୟକାରିତା ଏବଂ ଖାଲିଥିବା ପଦବୀ ପୂରଣ ପ୍ରସଙ୍ଗରେ ଆଲୋଚନା

ଯାଜପୁର ଛତିଆରେ ବୋମା ବିସ୍ଫୋରଣ : ୨ ଜଣଙ୍କ ମୃତ୍ୟୁ, ଜଣେ ଆହତ

ଚଣ୍ଡିଖୋଲ ୧୩।୫: ଯାଜପୁର ଛତିଆ ନିକଟରେ ବୋମା ବିସ୍ଫୋରଣ ହୋଇଛି । ବୋମା ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ତେବେ ବୋମା ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଦୁଇଟି ବାଇକ୍ ଭାଙ୍ଗି ରୁଜି ଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ବଇରୀ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନରେ ବାଇକ୍‌ରେ ୩ ଜଣ ଛତିଆ ବାଇପାସ୍ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଫଳରେ ଦୁଇ ଜଣଙ୍କ ମୃତଦେହ ଖଣ୍ତ ବିଖଣ୍ଡିତ ଅବସ୍ଥାରେ ରାସ୍ତାରେ ଛିଟିକି ପଡ଼ିଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । 

ତେବେ ବୋମା ମାଡ଼ ହୋଇଛି ନା ଏମାନେ ବୋମା ନେଇ ଯାଉଥିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ଏହି ବିସ୍ଫୋରଣରେ ଦୁଇଟି ବାଇକ୍ ଭାଙ୍ଗି ରୁଜି ଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତ୍ତାବରଣ ଖେଳିଯାଇଛି । ଘଟଣାସ୍ଥଳରେ ବଇରୀ ଥାନା ପୋଲିସ, ଯାଜପୁର SDPO, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ, ନୂଆ ଯୋଜନାର କାର୍ଯ୍ୟକାରିତା ଏବଂ ଖାଲିଥିବା ପଦବୀ ପୂରଣ ପ୍ରସଙ୍ଗରେ ଆଲୋଚନା