ଜୁନ୍‌ ୪ ପରେ ଏନ୍‌ଡିଏ ଛାଡ଼ି ‘ଇଣ୍ଡିଆ’ ମେଣ୍ଟରେ ମିଶିବେ କି ନୀତୀଶ? ତେଜସ୍ବୀଙ୍କ ବୟାନ ପରେ ରାଜନୈତିକ ହଲଚଲ ବଢ଼ିଲା…

ପାଟନା,୨୮।୫: ବିହାର ରାଜନୀତିରେ ପୁଣି ରାଜନୈତିକ ହଲଚଲ ଆଶଙ୍କା ବୃଦ୍ଧି ପାଇଛି। ଗତ କିଛି ବର୍ଷ ମଧ୍ୟରେ ଏଠାରେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଥର ଦଳବଦଳ ହୋଇଥିବା ଦେଖାଯାଇଛି। ଚଳିତ ବର୍ଷ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଦଳ ଜେଡିୟୁ ମେଣ୍ଟରୁ ଅଲଗା ହୋଇଥିଲେ। ପରେ ସେ ଏନ୍‌ଡିଏରେ ସାମିଲ ହୋଇଯାଇଥିଲେ। ଏହାକୁ ନେଇ ରାଜନୈତିକ ହଙ୍ଗାମା ଦେଖିବାକୁ ମିଳିଥିଲା। ଏବେ ତେଜସ୍ବୀ ଯାଦବଙ୍କ ଏକ ବୟାନ ପୁଣିଥରେ ଲୋକ ସଭା ନିର୍ବାଚନ […] The post ଜୁନ୍‌ ୪ ପରେ ଏନ୍‌ଡିଏ ଛାଡ଼ି ‘ଇଣ୍ଡିଆ’ ମେଣ୍ଟରେ ମିଶିବେ କି ନୀତୀଶ? ତେଜସ୍ବୀଙ୍କ ବୟାନ ପରେ ରାଜନୈତିକ ହଲଚଲ ବଢ଼ିଲା… appeared first on Dharitri Odia News.

ଜୁନ୍‌ ୪ ପରେ ଏନ୍‌ଡିଏ ଛାଡ଼ି ‘ଇଣ୍ଡିଆ’ ମେଣ୍ଟରେ ମିଶିବେ କି ନୀତୀଶ? ତେଜସ୍ବୀଙ୍କ ବୟାନ ପରେ ରାଜନୈତିକ ହଲଚଲ ବଢ଼ିଲା…

ପାଟନା,୨୮।୫: ବିହାର ରାଜନୀତିରେ ପୁଣି ରାଜନୈତିକ ହଲଚଲ ଆଶଙ୍କା ବୃଦ୍ଧି ପାଇଛି। ଗତ କିଛି ବର୍ଷ ମଧ୍ୟରେ ଏଠାରେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଥର ଦଳବଦଳ ହୋଇଥିବା ଦେଖାଯାଇଛି। ଚଳିତ ବର୍ଷ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଦଳ ଜେଡିୟୁ ମେଣ୍ଟରୁ ଅଲଗା ହୋଇଥିଲେ। ପରେ ସେ ଏନ୍‌ଡିଏରେ ସାମିଲ ହୋଇଯାଇଥିଲେ। ଏହାକୁ ନେଇ ରାଜନୈତିକ ହଙ୍ଗାମା ଦେଖିବାକୁ ମିଳିଥିଲା। ଏବେ ତେଜସ୍ବୀ ଯାଦବଙ୍କ ଏକ ବୟାନ ପୁଣିଥରେ ଲୋକ ସଭା ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ରହିଛି।

ନୀତୀଶ କୁମାରଙ୍କୁ ନେଇ ତେଜସ୍ବୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ନୀତୀଶ ଜୁନ ୪ ପରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ସେ ନିଜ ଦଳକୁ ରକ୍ଷା କରିବାକୁ ଯାଇ ବଡ଼ ନିଷ୍ପତ୍ତି ନେବେ। ଏହି ବୟାନ ପରେ ପୁଣିଥରେ ବିହାରରେ ବଡ଼ ଧରଣର ଅଦଳବଦଳ ହୋଇପାରେ ବୋଲି ଅନୁମାନ କରାଯାଉଛି। ନୀତୀଶ ଏନ୍‌ଡିଏରୁ ଅଲଗା ହୋଇ ‘ଇଣ୍ଡିଆ’ ମେଣ୍ଟ ସହ ଆସିପାରନ୍ତି ବୋଲି କୁହାଯାଉଛି। ତେବେ ତେଜସ୍ବୀଙ୍କୁ ଏନେଇ ପଚରାଯିବାରେ ସେ ସିଧା ଜବାବ ଦେଇ ଜୁନ୍‌ ୪ ପରେ ବଡ଼ ନିଷ୍ପତ୍ତି ହେବ ଏବଂ ସମସ୍ତଙ୍କୁ ସୂଚନା ମିଳିଯିବ ବୋଲି କହିଛନ୍ତି।

ଅପରପକ୍ଷେ ଏନ୍‌ଡିଏ ସହ ପୁଣିଥରେ ମିଶିବା ପରେ ନୀତୀଶ ପୁଣି ଆଉ କେଉଁଆଡେ ଯିବେ ନାହିଁ ବୋଲି କହିଥିଲେ। ଏମିତିରେ ଜୁନ ୪ ପରେ ନୀତୀଶ କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

The post ଜୁନ୍‌ ୪ ପରେ ଏନ୍‌ଡିଏ ଛାଡ଼ି ‘ଇଣ୍ଡିଆ’ ମେଣ୍ଟରେ ମିଶିବେ କି ନୀତୀଶ? ତେଜସ୍ବୀଙ୍କ ବୟାନ ପରେ ରାଜନୈତିକ ହଲଚଲ ବଢ଼ିଲା… appeared first on Dharitri Odia News.