ଡିପଫେକ୍ ଭିଡିଓର ଶିକାର ହେଲେ ତେନ୍ଦୁଲକର, ସରକାରଙ୍କୁ କଲେ ଏହି ନିବେଦନ
ନୂଆଦିଲ୍ଲୀ,୧୫।୧: ନିକଟରେ ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍ ଭିଡିଓ ଭାଇରାଲ ପରେ ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଡିପଫେକ୍ ଭିଡିଓର ଶିକାର ହୋଇଛନ୍ତି। ମାଷ୍ଟର ବ୍ଲାଷ୍ଟର ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସମଗ୍ର ପ୍ରସଙ୍ଗକୁ ବ୍ୟାଖ୍ୟା କରିଛନ୍ତି। ସଚିନ ତେନ୍ଦୁଲକର ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଏହି ଭିଡିଓରେ ଡିପଫେକ୍ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ଏବଂ ତାଙ୍କୁ ଏକ ଆପ୍ ପ୍ରମୋଟ କରାଯାଉଥିବା ଦେଖାଯାଉଛି। ସଚିନ ତେନ୍ଦୁଲକର ଏକ୍ସରେ ଲେଖିଛନ୍ତି ଯେ, […] The post ଡିପଫେକ୍ ଭିଡିଓର ଶିକାର ହେଲେ ତେନ୍ଦୁଲକର, ସରକାରଙ୍କୁ କଲେ ଏହି ନିବେଦନ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୧: ନିକଟରେ ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍ ଭିଡିଓ ଭାଇରାଲ ପରେ ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଡିପଫେକ୍ ଭିଡିଓର ଶିକାର ହୋଇଛନ୍ତି। ମାଷ୍ଟର ବ୍ଲାଷ୍ଟର ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସମଗ୍ର ପ୍ରସଙ୍ଗକୁ ବ୍ୟାଖ୍ୟା କରିଛନ୍ତି। ସଚିନ ତେନ୍ଦୁଲକର ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଏହି ଭିଡିଓରେ ଡିପଫେକ୍ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ଏବଂ ତାଙ୍କୁ ଏକ ଆପ୍ ପ୍ରମୋଟ କରାଯାଉଥିବା ଦେଖାଯାଉଛି।
ସଚିନ ତେନ୍ଦୁଲକର ଏକ୍ସରେ ଲେଖିଛନ୍ତି ଯେ, ଏହି ଭିଡିଓଟି ନକଲି, ଏହା ଆପଣଙ୍କୁ ପ୍ରତାରଣା କରିବା ପାଇଁ ପ୍ରସ୍ତୁତ କରାଯାଇଛି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଡିପଫେକ୍କୁ ଅପବ୍ୟବହାର ଠିକ ନୁହେଁ। ତୁମେ ସମସ୍ତଙ୍କୁ ଯଦି ଏପରି ଭିଡିଓ କିମ୍ବା ଆପ କିମ୍ବା ବିଜ୍ଞାପନଗୁଡିକ ଯଥା ଶୀଘ୍ର ରିପୋର୍ଟ କରିବାକୁ ଅନୁରୋଧ କରାଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ମଧ୍ୟ ସତର୍କ ହେବା ଉଚିତ୍। ଯଥାଶୀଘ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଏହା ସହିତ ମାଷ୍ଟର ବ୍ଲାଷ୍ଟର ମଧ୍ୟ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ, ଆଇଟି ଏବଂ ଏହି ମନ୍ତ୍ରଣାଳୟର କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିବେଦନ କରିଛନ୍ତି।
The post ଡିପଫେକ୍ ଭିଡିଓର ଶିକାର ହେଲେ ତେନ୍ଦୁଲକର, ସରକାରଙ୍କୁ କଲେ ଏହି ନିବେଦନ appeared first on Dharitri Odia News.