ପ୍ରଧାନମନ୍ତ୍ରୀଙ୍କ ମାରାଥନ୍ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
ନୂଆଦିଲ୍ଲୀ ୦୨।୦୬ : ଲୋକସଭା ଏଗ୍ଜିଟ୍ ପୋଲ ପରେ ଆକ୍ସନରେ ପିଏମ୍ ମୋଦି । ଗୋଟିଏ ଦିନରେ କରିବେ ୭ଟି ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା । ଦେଶରେ ନୂଆ ସରକାରଙ୍କ ୧୦୦ ଦିନର ଏଜେଣ୍ଡା ପ୍ରସ୍ତୁତ ହେବ । ଖବର ଅନୁଯାୟୀ, ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରବିବାର ବସିବାକୁ ଥିବା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ। ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂତ୍ର ଅନୁଯାୟୀ, ବୈଠକରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଘୂର୍ଣ୍ଣିବଳୟ ପରେ ସେଠିକା ସ୍ଥିତିର ସମୀକ୍ଷା କରିବେ। ସେହିପରି ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ମଧ୍ୟ ପ୍ରସ୍ତୁତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ବୈଠକ କରିବେ। ଏହାପରେ, ନୂଆ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟକ୍ରମର ଏଜେଣ୍ଡା ସମୀକ୍ଷା କରିବା ପାଇଁ ମୋଦି ବୈଠକ କରିବେ। ଲୋକସଭା ନିର୍ବାଚନ ପାଇଁ ନିଜର ଅଭିଯାନ ଆରମ୍ଭ କରିବା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନୂଆ ସରକାର ପାଇଁ ୧୦୦ ଦିନିଆ ଏଜେଣ୍ଡା ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ଏବେ ୨୦୨୯ କୁ ଟାର୍ଗେଟ ରଖି ମୋଦି ସରକାର ନୂଆ ଏଜେଣ୍ଡା ପ୍ରସ୍ତତ କରିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ ଯେ, ଶନିବାର ହୋଇଥିବା ଏକଜିଟ୍ ପୋଲରେ ଏନ୍ଡିଏକୁ ବହୁମତ ଦେଇଛନ୍ତି ଅନେକ ସରକାର । ଯାହାଫଳରେ ଏଥିରୁ ଗୋଟି
ନୂଆଦିଲ୍ଲୀ ୦୨।୦୬ : ଲୋକସଭା ଏଗ୍ଜିଟ୍ ପୋଲ ପରେ ଆକ୍ସନରେ ପିଏମ୍ ମୋଦି । ଗୋଟିଏ ଦିନରେ କରିବେ ୭ଟି ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା । ଦେଶରେ ନୂଆ ସରକାରଙ୍କ ୧୦୦ ଦିନର ଏଜେଣ୍ଡା ପ୍ରସ୍ତୁତ ହେବ ।
ଖବର ଅନୁଯାୟୀ, ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରବିବାର ବସିବାକୁ ଥିବା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ। ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂତ୍ର ଅନୁଯାୟୀ, ବୈଠକରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଘୂର୍ଣ୍ଣିବଳୟ ପରେ ସେଠିକା ସ୍ଥିତିର ସମୀକ୍ଷା କରିବେ।
ସେହିପରି ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ମଧ୍ୟ ପ୍ରସ୍ତୁତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ବୈଠକ କରିବେ। ଏହାପରେ, ନୂଆ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟକ୍ରମର ଏଜେଣ୍ଡା ସମୀକ୍ଷା କରିବା ପାଇଁ ମୋଦି ବୈଠକ କରିବେ। ଲୋକସଭା ନିର୍ବାଚନ ପାଇଁ ନିଜର ଅଭିଯାନ ଆରମ୍ଭ କରିବା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନୂଆ ସରକାର ପାଇଁ ୧୦୦ ଦିନିଆ ଏଜେଣ୍ଡା ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ଏବେ ୨୦୨୯ କୁ ଟାର୍ଗେଟ ରଖି ମୋଦି ସରକାର ନୂଆ ଏଜେଣ୍ଡା ପ୍ରସ୍ତତ କରିବାକୁ ଯାଉଛନ୍ତି ।
ସୂଚନାଯୋଗ୍ୟ ଯେ, ଶନିବାର ହୋଇଥିବା ଏକଜିଟ୍ ପୋଲରେ ଏନ୍ଡିଏକୁ ବହୁମତ ଦେଇଛନ୍ତି ଅନେକ ସରକାର । ଯାହାଫଳରେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଦେଶରେ ତୃତୀୟ ଥର ପାଇଁ ମୋଦି ସରକାର ଆସିବାକୁ ଯାଉଛି । ବିଜେପି ୪୦୦ ପାର୍ର ଟାର୍ଗେଟ ରଖିଥିବା ବେଳେ ସବୁ ଏଜେନ୍ସି ଏହି ସଂଖ୍ୟା ପାଖାପାଖି ଆସନ ଦେଇଛନ୍ତି । ବାକି ରହିଲା ଜୁନ୍ ୪କୁ ଅପେକ୍ଷା । ଦେଖାଯାଉ କେଉଁ ଏକଜିଟ୍ ପୋଲ୍ର ସତ ହେଉଛି ଭବିଷ୍ୟବାଣୀ ।