ମିଆଁମାର ଭୂକମ୍ପ; ମୃତ୍ୟୁସଂଖ୍ୟା ୧୬୪୪କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି
ନୂଆଦିଲ୍ଲୀ ୩୦।୦୩; ମିଆଁମାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୬୪୪କୁ ବୃଦ୍ଧି ପାଇଲାଣି । ୩୫୦୦ରୁ ଉର୍ଦ୍ଧ୍ବ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଭଗ୍ନାବଶେଷ ତଳୁ ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ୩ ହଜାର ୮୦୪ ଜଣ ଗୁରୁତର ହୋଇଛନ୍ତି । ଏବେବି ଆହୁରି ନିଖୋଜ ଅଛନ୍ତି । ଏଭଳି ସ୍ଥିତିରେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିବ ବୋଲି ଆଶଙ୍କା କରାଯାଉଛି । ଭୂମିକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନାପିଡୋ ଓ ମଣ୍ଡାଲୟ । ମିଆଁମାରର ଦ୍ବିତୀୟ ବୃହତ ସହର ନାପିଡୋ । US ଜିଓଲୋଜିକାଲ ସର୍ଭେର ଆକଳନ ଅନୁସାରେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିପାରେ । ଗତକାଲି ପୁଣି ମିଆଁମାରରେ ୫ ଦଶମିକ ୧ ତୀବ୍ରତାର ଭୂକମ୍ପରେ ଲୋକଙ୍କ ମଧ୍ୟରେ ଛନକା ପଶିଛି। କହିବାକୁ ଗଲେ ଗତ ୨୮ତାରିଖରେ ଲଗାତାର ୨ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଝଟକା ପରେ ଦେଶର ଦ୍ବିତୀୟ ବୃହତ୍ତମ ସହର ତଥା ଭୂମିକମ୍ପର କେନ୍ଦ୍ରସ୍ଥଳ ମଣ୍ଡାଲେରେ ଉଦ୍ଧାରକାରୀମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି।ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ୯୦୦ କିଲୋମିଟର ଦୂରରେ ଅବସ୍ଥିତ ବ୍ୟାଙ୍କକ୍ ମଧ୍ୟ ଏହାର ପ୍ରଭାବ ଅନୁଭବ କରିଥିଲା। ଯାହା ଫଳରେ ଅନେକ ବଡ କୋଠା ଏବଂ ପୋଲ ଭୁଶୁଡ଼ି ପଡ଼ିଥିଲା। ଭୂମିକମ୍ପ ଯୋଗୁଁ ଥାଇଲାଣ୍ଡରେ ବି ନାହିଁ ନଥିବା କ୍ଷତି ହୋଇଛି ।ରାଜଧାନୀ ବ୍ୟାଙ୍କକରେ ୨ ହଜାରରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି । ବ୍ୟାଙ୍କକର ଚାଟୁ
ନୂଆଦିଲ୍ଲୀ ୩୦।୦୩; ମିଆଁମାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୬୪୪କୁ ବୃଦ୍ଧି ପାଇଲାଣି । ୩୫୦୦ରୁ ଉର୍ଦ୍ଧ୍ବ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଭଗ୍ନାବଶେଷ ତଳୁ ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ୩ ହଜାର ୮୦୪ ଜଣ ଗୁରୁତର ହୋଇଛନ୍ତି । ଏବେବି ଆହୁରି ନିଖୋଜ ଅଛନ୍ତି । ଏଭଳି ସ୍ଥିତିରେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିବ ବୋଲି ଆଶଙ୍କା କରାଯାଉଛି ।
ଭୂମିକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନାପିଡୋ ଓ ମଣ୍ଡାଲୟ । ମିଆଁମାରର ଦ୍ବିତୀୟ ବୃହତ ସହର ନାପିଡୋ । US ଜିଓଲୋଜିକାଲ ସର୍ଭେର ଆକଳନ ଅନୁସାରେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିପାରେ । ଗତକାଲି ପୁଣି ମିଆଁମାରରେ ୫ ଦଶମିକ ୧ ତୀବ୍ରତାର ଭୂକମ୍ପରେ ଲୋକଙ୍କ ମଧ୍ୟରେ ଛନକା ପଶିଛି। କହିବାକୁ ଗଲେ ଗତ ୨୮ତାରିଖରେ ଲଗାତାର ୨ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଝଟକା ପରେ ଦେଶର ଦ୍ବିତୀୟ ବୃହତ୍ତମ ସହର ତଥା ଭୂମିକମ୍ପର କେନ୍ଦ୍ରସ୍ଥଳ ମଣ୍ଡାଲେରେ ଉଦ୍ଧାରକାରୀମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି।
ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ୯୦୦ କିଲୋମିଟର ଦୂରରେ ଅବସ୍ଥିତ ବ୍ୟାଙ୍କକ୍ ମଧ୍ୟ ଏହାର ପ୍ରଭାବ ଅନୁଭବ କରିଥିଲା। ଯାହା ଫଳରେ ଅନେକ ବଡ କୋଠା ଏବଂ ପୋଲ ଭୁଶୁଡ଼ି ପଡ଼ିଥିଲା। ଭୂମିକମ୍ପ ଯୋଗୁଁ ଥାଇଲାଣ୍ଡରେ ବି ନାହିଁ ନଥିବା କ୍ଷତି ହୋଇଛି ।ରାଜଧାନୀ ବ୍ୟାଙ୍କକରେ ୨ ହଜାରରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି । ବ୍ୟାଙ୍କକର ଚାଟୁଛକ ମାର୍କେଟରେ ୧୦୦ରୁ ଅଧିକ ଶ୍ରମିକ ପୋତି ହୋଇଥିବା ଆଶଙ୍କା କରାଯାଉଛି । ମିଆଁମାରକୁ ସହାୟତାର ହାତ ବଢ଼ାଇଛି ଭାରତ । ‘ଅପରେସନ ବ୍ରହ୍ମା’ରେ ମିଆଁମାରକୁ ଭାରତ ପଠାଇଛି ଔଷଧ, ଖାଦ୍ୟ ପଦାର୍ଥ ସମେତ ୧୫ ଟନ ରିଲିଫ ସାମଗ୍ରୀ । ମିଆଁମାରକୁ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଜାତିସଂଘ ପକ୍ଷରୁ ୫ ନିୟୁତ ଡଲାର ସହାୟତା ଦିଆଯାଇଛି ।