ପୂର୍ବପରି ଲଦାଖ ସୀମାରେ ପାଟ୍ରୋଲିଂ କରିବ ଭାରତୀୟ ସେନା: ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ଚୀନ ସହିତ ସୀମା ବିବାଦର ସମାଧାନ ପରେ ଏବେ ପୂର୍ବ ପରି ଦୁଇ ଦେଶ ଲଦାଖରେ ଲାଇନ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲରେ ପାଟ୍ରୋଲିଂ କରିବେ। ଏପ୍ରିଲ ୨୦୨୦ର ସୈନ୍ୟ ଲଢ଼େଇ ପୂର୍ବରୁ ଦୁଇ ଦେଶ ସୀମାରେ ଯେମିତି ପାଟ୍ରୋଲିଂ କରୁଥିଲେ, ଠିକ୍ ସେମିତି ପାଟ୍ରୋଲିଂ କରିବେ। ଏନେଇ ରବିବାର(ଅକ୍ଟୋବର ୨୭) ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଛନ୍ତି। ମୁମ୍ବାଇର ଏକ ସାମ୍ବାଦିକ ସମ୍ମିଳନୀ କରି ଜୟଶଙ୍କର କହିଛନ୍ତି “ଆମେ ଆଶା କରୁଛୁ ୩୧ ଅକ୍ଟୋବର ୨୦୨୦ ପୂର୍ବପରି ଡେମଚକ ଏବଂ ଡିପସଙ୍ଗ ପରି ଅଞ୍ଚଳରେ ପାଟ୍ରୋଲିଂ କରାଯିବ। ତେବେ ଏଥିପାଇଁ କିଛି ସମୟ ଲାଗିବ।”ମନ୍ତ୍ରୀ କହିଛନ୍ତି ଅକ୍ଟୋବର ୨୧ ତାରିଖରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ, ଲଦାଖର ସବୁଠାରୁ ଉତ୍ତରସୀମା ବିଶେଷ କରି ଜାବସାଙ୍ଗ ଓ ଡେମଚୋକ୍‌ରେ ୨୦୨୦ ଭଳି ପାଟ୍ରୋଲିଂ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଚୁକ୍ତିନାମା ସୀମା ପରିଚାଳନାକୁ ସମାଧାନ କରିବା ଏବଂ ଉତ୍ତେଜନା ବୃଦ୍ଧି ହେବାର ଆଶଙ୍କାକୁ ରୋକିବା ପାଇଁ ହୋଇଥିଲା। କାରଣ ଏହା ପୂର୍ବରୁ ଉକ୍ତ ଏରିଆରେ ଦୁଇ ଦେଶର ସେନା ହିଂସକ ଲଢ଼େଇ କରିଥିଲେ। ଏଥିରେ ଉଭୟ ପକ୍ଷ ସୈନ୍ୟ ସହିଦ ହୋଇଥିଲେ। ତେବେ ଏବେ ବି ସୀମାକୁ ନେଇ କିଛି ସମସ୍ୟା ରହିଛି। ଭବିଷ୍ୟତରେ, ସୀମାରେ କିଭଳି ସ୍ଥିରତା ଆସିବ ସେ ନେଇ ଆଲୋଚନା ହେବ ବୋଲି ଜୟଶଙ୍କର କହିଛନ୍ତି। ଏଲଏସିରେ ବିବାଦର ସମାଧାନ ପାଇଁ ଜୈୟଶଙ୍କର ସେନା

ପୂର୍ବପରି ଲଦାଖ ସୀମାରେ ପାଟ୍ରୋଲିଂ କରିବ ଭାରତୀୟ ସେନା: ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ଚୀନ ସହିତ ସୀମା ବିବାଦର ସମାଧାନ ପରେ ଏବେ ପୂର୍ବ ପରି ଦୁଇ ଦେଶ ଲଦାଖରେ ଲାଇନ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲରେ ପାଟ୍ରୋଲିଂ କରିବେ। ଏପ୍ରିଲ ୨୦୨୦ର ସୈନ୍ୟ ଲଢ଼େଇ ପୂର୍ବରୁ ଦୁଇ ଦେଶ ସୀମାରେ ଯେମିତି ପାଟ୍ରୋଲିଂ କରୁଥିଲେ, ଠିକ୍ ସେମିତି ପାଟ୍ରୋଲିଂ କରିବେ। ଏନେଇ ରବିବାର(ଅକ୍ଟୋବର ୨୭) ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଛନ୍ତି। ମୁମ୍ବାଇର ଏକ ସାମ୍ବାଦିକ ସମ୍ମିଳନୀ କରି ଜୟଶଙ୍କର କହିଛନ୍ତି “ଆମେ ଆଶା କରୁଛୁ ୩୧ ଅକ୍ଟୋବର ୨୦୨୦ ପୂର୍ବପରି ଡେମଚକ ଏବଂ ଡିପସଙ୍ଗ ପରି ଅଞ୍ଚଳରେ ପାଟ୍ରୋଲିଂ କରାଯିବ। ତେବେ ଏଥିପାଇଁ କିଛି ସମୟ ଲାଗିବ।”

ମନ୍ତ୍ରୀ କହିଛନ୍ତି ଅକ୍ଟୋବର ୨୧ ତାରିଖରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ, ଲଦାଖର ସବୁଠାରୁ ଉତ୍ତରସୀମା ବିଶେଷ କରି ଜାବସାଙ୍ଗ ଓ ଡେମଚୋକ୍‌ରେ ୨୦୨୦ ଭଳି ପାଟ୍ରୋଲିଂ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଚୁକ୍ତିନାମା ସୀମା ପରିଚାଳନାକୁ ସମାଧାନ କରିବା ଏବଂ ଉତ୍ତେଜନା ବୃଦ୍ଧି ହେବାର ଆଶଙ୍କାକୁ ରୋକିବା ପାଇଁ ହୋଇଥିଲା। କାରଣ ଏହା ପୂର୍ବରୁ ଉକ୍ତ ଏରିଆରେ ଦୁଇ ଦେଶର ସେନା ହିଂସକ ଲଢ଼େଇ କରିଥିଲେ। ଏଥିରେ ଉଭୟ ପକ୍ଷ ସୈନ୍ୟ ସହିଦ ହୋଇଥିଲେ। 

ତେବେ ଏବେ ବି ସୀମାକୁ ନେଇ କିଛି ସମସ୍ୟା ରହିଛି। ଭବିଷ୍ୟତରେ, ସୀମାରେ କିଭଳି ସ୍ଥିରତା ଆସିବ ସେ ନେଇ ଆଲୋଚନା ହେବ ବୋଲି ଜୟଶଙ୍କର କହିଛନ୍ତି। ଏଲଏସିରେ ବିବାଦର ସମାଧାନ ପାଇଁ ଜୈୟଶଙ୍କର ସେନା ଓ କୂଟନୈତିକ ପ୍ରୟାସକୁ କ୍ରେଡିଟ୍ ଦେଇଛନ୍ତି। ଦେଶର ସୁରକ୍ଷା ପାଇଁ ସେନା ଅବିଶ୍ୱାସନୀୟ କାମ କରିଛନ୍ତି ବୋଲି ଜୟଶଙ୍କର କହିଛନ୍ତି।

ସୀମା ବିବାଦର ସମାଧାନ ନେଇ ଦୁଇ ଦେଶ ଚୁକ୍ତି କରିବା ପରେ ପୂର୍ବ ଲଦାଖରର ଡେମଚୋକ ଓ ଡେପସାଙ୍ଗରୁ ଉଭୟ ପକ୍ଷରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି। ଅକ୍ଟୋବର ୨୮-୨୯ ସୁଦ୍ଧା ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ହୋଇଯିବ।