କେମିକାଲ ଫ୍ୟାକ୍ଟ୍ରିରୁ ରାସାୟନିକ ଗ୍ୟାସ ଲିକ୍, କମ୍ପାନିକୁ ସିଲ୍‌ କଲା ପ୍ରଶାସନ

ଭୁବନେଶ୍ୱର: ଚନ୍ଦକା ଶିଳ୍ପାଞ୍ଚଳରେ ଥିବା କେମିକାଲ ଫ୍ୟାକ୍ଟ୍ରିରୁ ରାସାୟନିକ ଗ୍ୟାସ ଲିକ୍। ଶିଭମ୍ କେମିକାଲରୁ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି। ପ୍ରାୟ ଅଧଘଣ୍ଟା ଧରି ଗ୍ୟାସ ଲିକ୍ ଚାଲିଛି। ଏହି ଗ୍ୟାସ୍‌ରେ ସୋଡିୟମ ହାଇଡ୍ରୋକ୍ଲୋରାଇଡ୍‌ ଥିବା ଜଣାପଡ଼ିଛି।  ତେବେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସ୍ୱତନ୍ତ୍ର ଡ୍ରେସ ପିନ୍ଧି ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି। ଦମକଳର ୫ଟି ଗାଡ଼ି ଗ୍ୟାସ ଲିକ୍‌କୁ ଆୟତ୍ତ ଉଦ୍ୟମ କରୁଛନ୍ତି। ତେବେ ସୁରକ୍ଷା ଦୃଷ୍ଟିରୁ ପଟିଆ-ଇନଫୋସିସ ରାସ୍ତା ସିଲ କରାଯାଇଛି।  ତେବେ ଗୋଟିଏ ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇଥିବା ଜଣାପଡ଼ିଛି। ତେବେ ଅଗ୍ନିଶମ କର୍ମଚାରୀମାନେ ଅତି ସତର୍କତାର ସହ ଲିକ୍‌ ହୋଇଥିବା ଗ୍ୟାସ ଟାଙ୍କିକୁ ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି। ଲିକ୍‌ ସ୍ଥାନରେ ଚୁନ ପାଣି ସ୍ପ୍ରେ କରାଯାଉଛି। ସେପଟେ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ। ଶିଭମ କମ୍ପାନିକୁ ପ୍ରଶାସନ ଦ୍ୱାରା ସିଲ୍‌ କରାଯାଇଛି।

କେମିକାଲ ଫ୍ୟାକ୍ଟ୍ରିରୁ ରାସାୟନିକ ଗ୍ୟାସ ଲିକ୍, କମ୍ପାନିକୁ ସିଲ୍‌ କଲା ପ୍ରଶାସନ

ଭୁବନେଶ୍ୱର: ଚନ୍ଦକା ଶିଳ୍ପାଞ୍ଚଳରେ ଥିବା କେମିକାଲ ଫ୍ୟାକ୍ଟ୍ରିରୁ ରାସାୟନିକ ଗ୍ୟାସ ଲିକ୍। ଶିଭମ୍ କେମିକାଲରୁ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି। ପ୍ରାୟ ଅଧଘଣ୍ଟା ଧରି ଗ୍ୟାସ ଲିକ୍ ଚାଲିଛି। ଏହି ଗ୍ୟାସ୍‌ରେ ସୋଡିୟମ ହାଇଡ୍ରୋକ୍ଲୋରାଇଡ୍‌ ଥିବା ଜଣାପଡ଼ିଛି।  

ତେବେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସ୍ୱତନ୍ତ୍ର ଡ୍ରେସ ପିନ୍ଧି ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି। ଦମକଳର ୫ଟି ଗାଡ଼ି ଗ୍ୟାସ ଲିକ୍‌କୁ ଆୟତ୍ତ ଉଦ୍ୟମ କରୁଛନ୍ତି। ତେବେ ସୁରକ୍ଷା ଦୃଷ୍ଟିରୁ ପଟିଆ-ଇନଫୋସିସ ରାସ୍ତା ସିଲ କରାଯାଇଛି। 

 

ତେବେ ଗୋଟିଏ ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇଥିବା ଜଣାପଡ଼ିଛି। ତେବେ ଅଗ୍ନିଶମ କର୍ମଚାରୀମାନେ ଅତି ସତର୍କତାର ସହ ଲିକ୍‌ ହୋଇଥିବା ଗ୍ୟାସ ଟାଙ୍କିକୁ ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି। ଲିକ୍‌ ସ୍ଥାନରେ ଚୁନ ପାଣି ସ୍ପ୍ରେ କରାଯାଉଛି। ସେପଟେ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ। ଶିଭମ କମ୍ପାନିକୁ ପ୍ରଶାସନ ଦ୍ୱାରା ସିଲ୍‌ କରାଯାଇଛି।