ରାସ୍ତା ଉପରେ ଖସି ପଡ଼ିଲା ରେଲଓ୍ବ ଗାର୍ଡ ବାର୍, ଅଳ୍ପକେ ବର୍ତ୍ତିଗଲେ ଲୋକେ
କଟକ: ରାସ୍ତା ଉପରେ ଖସି ପଡ଼ିଲା ରେଲଓ୍ବ ଗାର୍ଡ ବାର୍। ଘଟଣା ଘଟିଛି କଟକ ମଧୁପାଟଣା ଜାତୀୟ ରାଜପଥ ୧୬ର ସମ୍ରାଟ ସିନେମା ହଲ ସାମ୍ନାରେ। ତେବେ ଏହି ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ତଳେ ଯାଉଥିବା ଲୋକେ।ସୂଚନା ଅନୁଯାୟୀ, ସିନେମା ହଲ ସମ୍ନା ପାର୍ଶ୍ବରେ ଥିବା ରେଲୱେ ଗାର୍ଡ ବାର୍ ରବିବାର ପୁଣି ଖସିପଡ଼ିଥିଲା। ରାତି ପ୍ରାୟ ୮ଟା ସମୟରେ ମାଲବାହୀ ଟ୍ରକ୍ ମାଡ଼ ହେବା ଫଳରେ ଏହି ବାରଟି ଖସି ପଡିଥିଲା। ତେବେ ବେଳେ ସୌଭାଗ୍ୟ ବଶତଃ ଏହି ସମୟରେ ତଳେ ରାସ୍ତାରେ ଯାଆସ କରୁଥିବା ଲୋକଙ୍କ ଉପରେ ତାହା ପଡ଼ିନାହିଁ।ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ମିଳିଛି। ତେବେ ଏଥିପାଇଁ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଉପରେ ଗାଡ଼ିର ଭିଡ଼ ଲାଗିଥିଲା। ଘଟଣା ସ୍ଥଳରେ ରେଲୱେ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପହଞ୍ଚି ବାରକୁ ହଟାଇବା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି।
କଟକ: ରାସ୍ତା ଉପରେ ଖସି ପଡ଼ିଲା ରେଲଓ୍ବ ଗାର୍ଡ ବାର୍। ଘଟଣା ଘଟିଛି କଟକ ମଧୁପାଟଣା ଜାତୀୟ ରାଜପଥ ୧୬ର ସମ୍ରାଟ ସିନେମା ହଲ ସାମ୍ନାରେ। ତେବେ ଏହି ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ତଳେ ଯାଉଥିବା ଲୋକେ।
ସୂଚନା ଅନୁଯାୟୀ, ସିନେମା ହଲ ସମ୍ନା ପାର୍ଶ୍ବରେ ଥିବା ରେଲୱେ ଗାର୍ଡ ବାର୍ ରବିବାର ପୁଣି ଖସିପଡ଼ିଥିଲା। ରାତି ପ୍ରାୟ ୮ଟା ସମୟରେ ମାଲବାହୀ ଟ୍ରକ୍ ମାଡ଼ ହେବା ଫଳରେ ଏହି ବାରଟି ଖସି ପଡିଥିଲା। ତେବେ ବେଳେ ସୌଭାଗ୍ୟ ବଶତଃ ଏହି ସମୟରେ ତଳେ ରାସ୍ତାରେ ଯାଆସ କରୁଥିବା ଲୋକଙ୍କ ଉପରେ ତାହା ପଡ଼ିନାହିଁ।
ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ମିଳିଛି। ତେବେ ଏଥିପାଇଁ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଉପରେ ଗାଡ଼ିର ଭିଡ଼ ଲାଗିଥିଲା। ଘଟଣା ସ୍ଥଳରେ ରେଲୱେ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପହଞ୍ଚି ବାରକୁ ହଟାଇବା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି।