ଭବାନୀ ଶଙ୍କର ଭୋଇ ବିଧାନସଭାର ଉପ-ବାଚସ୍ପତି, ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୪/୦୭: ଘୋଷଣା ହେଲା ଉପ-ବାଚସ୍ପତିଙ୍କ ନାଁ । ଭବାନୀ ଶଙ୍କର ଭୋଇ ହେଲେ ଉପ-ବାଚସ୍ପତି । ବାଚସ୍ପତି ସୁରମା ପାଢୀ କଲେ ନାଁ ଘୋଷଣା । ଦୁଇ ଦୁଇ ଥରର ତଳସରା ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି ଭବାନୀ ଶଙ୍କର। ତେବେ ତାଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିଭଳି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ତାଙ୍କୁ ସମ୍ମତି ଜଣାଇଛନ୍ତି । ସେହିପରି କଂଗ୍ରେସ ବି ସମର୍ଥନ ଜଣାଇଛନ୍ତି । ସୂଚନା ଥାଉକି, ୨୦୧୯ ଓ ୨୦୨୪ରେ ତଳସରାରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଭବାନୀ ଶଙ୍କରଙ୍କୁ ଉପ-ବାଚସ୍ପତି ପ୍ରାର୍ଥୀ ଭାବେ ଶାସକ ବିଜେପି ବାଛିଥିଲା। ସର୍ବସମ୍ମତି କ୍ରମେ ସେ ଆଜି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।
ଭୁବନେଶ୍ୱର ୨୪/୦୭: ଘୋଷଣା ହେଲା ଉପ-ବାଚସ୍ପତିଙ୍କ ନାଁ । ଭବାନୀ ଶଙ୍କର ଭୋଇ ହେଲେ ଉପ-ବାଚସ୍ପତି । ବାଚସ୍ପତି ସୁରମା ପାଢୀ କଲେ ନାଁ ଘୋଷଣା । ଦୁଇ ଦୁଇ ଥରର ତଳସରା ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି ଭବାନୀ ଶଙ୍କର।
ତେବେ ତାଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିଭଳି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ତାଙ୍କୁ ସମ୍ମତି ଜଣାଇଛନ୍ତି । ସେହିପରି କଂଗ୍ରେସ ବି ସମର୍ଥନ ଜଣାଇଛନ୍ତି ।
ସୂଚନା ଥାଉକି, ୨୦୧୯ ଓ ୨୦୨୪ରେ ତଳସରାରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଭବାନୀ ଶଙ୍କରଙ୍କୁ ଉପ-ବାଚସ୍ପତି ପ୍ରାର୍ଥୀ ଭାବେ ଶାସକ ବିଜେପି ବାଛିଥିଲା। ସର୍ବସମ୍ମତି କ୍ରମେ ସେ ଆଜି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।