ଟେସଲାର ନୂଆ କାର୍‌, କିଛି କରିବାକୁ ପଡ଼ିବନି ଆପେ ଆପେ ଚାଲିବ ‘ରୋବୋଟ୍ୟାକ୍ସି’

ନୂଆଦିଲ୍ଲୀ: ଆଧୁନିକ ମଡେଲ ଓ ଫିଚର୍ସ ପାଇଁ ସାରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଟେସଲା । ନିଜର ଏହି ସ୍ବତନ୍ତ୍ରତା ବଜାୟ ରଖିବା ସହ ନୂଆ ନୂଆ କାର୍ ମଧ୍ୟ ଲଞ୍ଚ କରୁଛି କମ୍ପାନି । ଏହାରି ମଧ୍ୟରେ ଆସିଛି କମ୍ପାନିର ପ୍ରଥମ ରୋବୋଟ କାର୍‌ ‘ରୋବୋଟ୍ୟାକ୍ସି’ । ନିକଟରେ କାଲିଫର୍ଣ୍ଣିଆରେ ଆୟୋଜିତ We Robot ଇଭେଣ୍ଟରେ କାର୍‌କୁ ପ୍ରଦର୍ଶିତ କରାଯାଇଥିଲା । ନିଜେ ଏଲନ ମସ୍କ ଏହି କାର୍‌ ବ୍ୟବହାର କରିଥିଲେ । ତେବେ ଏହି କାର୍‌ର ବିଶେଷତ୍ବ ହେଉଛି, ଏଥିରେ ପ୍ୟାଡେଲ ନାହିଁ କିମ୍ବା ଷ୍ଟିୟରିଂ ନାହିଁ। ଏହା ସଂପୂର୍ଣ୍ଣ ଭାବେ ସ୍ବୟଂଚାଳିତ । ଅର୍ଥାତ ଏହି ଗାଡ଼ି ଆପେ ଆପେ ଚାଲିବ। BREAKING: Here is the first look at Tesla’s Cybercab.IT LOOKS SICK IN PERSON!! pic.twitter.com/V2rkKsjNqz— Sawyer Merritt (@SawyerMerritt) October 11, 2024ଅବଶ୍ୟ, ଇଭେଣ୍ଟ ସମୟରେ ‘ରୋବୋଟ୍ୟାକ୍ସି’ର ପ୍ରୋଟୋଟାଇପୁ ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ଟେସଲା କମ୍ପାନି ଏହି ଟ୍ୟାକ୍ସିକୁ ‘ସାଇବରକ୍ୟାବ’ ନାଁରେ ଲଞ୍ଚ କରିପାରେ । ଏହି ରୋବୋଟ୍ୟାକ୍ସିର ଦାମ୍‌ ପ୍ରାୟ ୨୫ ଲକ୍ଷ ଟଙ୍କା ହେବା ନେଇ ଅନୁମାନ କରାଯାଉଛି । ଟେସଲା ରୋବୋଟ୍ୟାକ୍ସି ବା ସାଇବରକ୍ୟାବର ପ୍ରୋଡକ୍ସନ ୨୦୨୭ ଆରମ୍ଭ ହୋଇପାରେ। ଅବଶ୍ୟ ଏହି ରୋବୋଟ୍ୟାକ୍ସିକୁ ନେଇ କୌଣସି ସୂଚନା ଦିଆଯାଇନାହିଁ ।

ଟେସଲାର ନୂଆ କାର୍‌, କିଛି କରିବାକୁ ପଡ଼ିବନି ଆପେ ଆପେ ଚାଲିବ ‘ରୋବୋଟ୍ୟାକ୍ସି’

ନୂଆଦିଲ୍ଲୀ: ଆଧୁନିକ ମଡେଲ ଓ ଫିଚର୍ସ ପାଇଁ ସାରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଟେସଲା । ନିଜର ଏହି ସ୍ବତନ୍ତ୍ରତା ବଜାୟ ରଖିବା ସହ ନୂଆ ନୂଆ କାର୍ ମଧ୍ୟ ଲଞ୍ଚ କରୁଛି କମ୍ପାନି । ଏହାରି ମଧ୍ୟରେ ଆସିଛି କମ୍ପାନିର ପ୍ରଥମ ରୋବୋଟ କାର୍‌ ‘ରୋବୋଟ୍ୟାକ୍ସି’ । ନିକଟରେ କାଲିଫର୍ଣ୍ଣିଆରେ ଆୟୋଜିତ We Robot ଇଭେଣ୍ଟରେ କାର୍‌କୁ ପ୍ରଦର୍ଶିତ କରାଯାଇଥିଲା । ନିଜେ ଏଲନ ମସ୍କ ଏହି କାର୍‌ ବ୍ୟବହାର କରିଥିଲେ । ତେବେ ଏହି କାର୍‌ର ବିଶେଷତ୍ବ ହେଉଛି, ଏଥିରେ ପ୍ୟାଡେଲ ନାହିଁ କିମ୍ବା ଷ୍ଟିୟରିଂ ନାହିଁ। ଏହା ସଂପୂର୍ଣ୍ଣ ଭାବେ ସ୍ବୟଂଚାଳିତ । ଅର୍ଥାତ ଏହି ଗାଡ଼ି ଆପେ ଆପେ ଚାଲିବ। 




ଅବଶ୍ୟ, ଇଭେଣ୍ଟ ସମୟରେ ‘ରୋବୋଟ୍ୟାକ୍ସି’ର ପ୍ରୋଟୋଟାଇପୁ ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ଟେସଲା କମ୍ପାନି ଏହି ଟ୍ୟାକ୍ସିକୁ ‘ସାଇବରକ୍ୟାବ’ ନାଁରେ ଲଞ୍ଚ କରିପାରେ । ଏହି ରୋବୋଟ୍ୟାକ୍ସିର ଦାମ୍‌ ପ୍ରାୟ ୨୫ ଲକ୍ଷ ଟଙ୍କା ହେବା ନେଇ ଅନୁମାନ କରାଯାଉଛି । ଟେସଲା ରୋବୋଟ୍ୟାକ୍ସି ବା ସାଇବରକ୍ୟାବର ପ୍ରୋଡକ୍ସନ ୨୦୨୭ ଆରମ୍ଭ ହୋଇପାରେ। ଅବଶ୍ୟ ଏହି ରୋବୋଟ୍ୟାକ୍ସିକୁ ନେଇ କୌଣସି ସୂଚନା ଦିଆଯାଇନାହିଁ । କମ୍ପାନି ରୋବୋଟ୍ୟାକ୍ସି ସହ ଅଟୋନୋମସ ‘ରୋବୋଭ୍ୟାନ’ ମଧ୍ୟ କରିଛି। ଏଥିରେ ୨୦ ଜଣ ଯାଇପାରିବେ। 




ରିପୋର୍ଟ ଅନୁଯାୟୀ, ରେବୋଟ୍ୟାକ୍ସିରେ ପ୍ରତି ୧.୬ କିଲୋମିଟର ପାଇଁ ପ୍ରାୟ ୧୬ ଟଙ୍କା ଖର୍ଚ୍ଚ ହୋଇପାରେ। ଏହା ବ୍ୟତୀତ ଫୋନରେ ଯେଉଁଭଳି ଓ୍ବାୟାରଲେସ ଚାର୍ଜିଂ ସୁବିଧା ରହିଛି, ସେହିଭଳି ଏହି ସାଇବରକ୍ୟାବ୍‌ କାରରେ ମଧ୍ୟ ଓ୍ବାୟାରଲେସ ଚାର୍ଜିଂ ସପୋର୍ଟ ରହିବ। ଏହା ଏକ ସଂପୂର୍ଣ୍ଣ ସେଲ୍ଫ ଡ୍ରାଇଭିଂ ଇଲେକ୍ଟ୍ରିକ୍‌ ଗାଡ଼ି ହେବ, ଯେଉଁଥିରେ ଲୋକଙ୍କୁ ପ୍ୟାଡେଲ କିମ୍ବା ଷ୍ଟିୟରିଂର ଆବଶ୍ୟକତା ପଡ଼ିବ ନାହିଁ । କାର୍‌ର ଲୁକ୍‌ ବାହରୁ ମଧ୍ୟ ବେଶ ଆକର୍ଷଣୀୟ ରହିଛି। ଏହି କାର୍‌ରେ ଦୁଇ ଜଣ ବସିପାରିବେ।