ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା ବସ୍‌; ୧୭ କାଉଡିଆ ଆହତ

ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁରରୁ ଏକ ବସ୍ ଯୋଗେ କାଉଡ଼ିଆମାନେ ପୁରୀ ଯାଉଥିଲେ।

ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା ବସ୍‌; ୧୭ କାଉଡିଆ ଆହତ

ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା ବସ୍‌। ଦୁର୍ଘଟଣାରେ ୧୭ ଜଣ କାଉଡ଼ିଆ ଆହତ ହୋଇଛନ୍ତି।କଟକ ଜିଲ୍ଲା ପାଣିକୋଇଲି ଥାନା ଅଧିନ ୨୦ନମ୍ବର ଜାତୀୟ ରାଜପଥ ଚାନ୍ଦପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ କାଉଡିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁରରୁ ଏକ ବସ୍ ଯୋଗେ କାଉଡ଼ିଆମାନେ ପୁରୀ ଯାଉଥିଲେ। ପାଣିକୋଇଲି ଥାନା ଚାନ୍ଦପୁର ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୧୭ ଜଣ କାଉଡ଼ିଆ ଆହତ ହୋଇଛନ୍ତି। ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା। ପୁଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।