ଆଇଏଏସ୍ ଅଫିସର ହେବାକୁ ଚାହୁଁଥିଲେ ୟାମି
ମୁମ୍ବାଇ: ଦମ୍ଦାର ଅଭିନୟ ଦ୍ୱାରା ଅଭିନେତ୍ରୀ ୟାମି ଗୌତମ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ସମ୍ପ୍ରତି ସେ ତାଙ୍କର ଆଗାମୀ ଫିଲ୍ମ ‘ଧୁମ୍ଧାମ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ବିବାହିତ ଦମ୍ପତିଙ୍କ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମରେ ୟାମି ଅଭିନେତା ପ୍ରତୀକ ଗାନ୍ଧୀଙ୍କ ସହ ନଜରକୁ ଆସିବେ। ଏହି ଫିଲ୍ମ ଆସନ୍ତା ୧୪ ତାରିଖରୁ ଓଟିଟି ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସରେ ଷ୍ଟ୍ରିମିଂ ହେବ। ୟାମି ଗତ କିଛି ଦିନ ଧରି ‘ଧୁମ୍ଧାମ୍’ର ପ୍ରମୋଶନରେ […] The post ଆଇଏଏସ୍ ଅଫିସର ହେବାକୁ ଚାହୁଁଥିଲେ ୟାମି appeared first on Dharitri Odia News.
ମୁମ୍ବାଇ: ଦମ୍ଦାର ଅଭିନୟ ଦ୍ୱାରା ଅଭିନେତ୍ରୀ ୟାମି ଗୌତମ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ସମ୍ପ୍ରତି ସେ ତାଙ୍କର ଆଗାମୀ ଫିଲ୍ମ ‘ଧୁମ୍ଧାମ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ବିବାହିତ ଦମ୍ପତିଙ୍କ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମରେ ୟାମି ଅଭିନେତା ପ୍ରତୀକ ଗାନ୍ଧୀଙ୍କ ସହ ନଜରକୁ ଆସିବେ।
ଏହି ଫିଲ୍ମ ଆସନ୍ତା ୧୪ ତାରିଖରୁ ଓଟିଟି ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସରେ ଷ୍ଟ୍ରିମିଂ ହେବ। ୟାମି ଗତ କିଛି ଦିନ ଧରି ‘ଧୁମ୍ଧାମ୍’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ମଙ୍ଗଳବାର ସେ ଏକ ସାକ୍ଷାତ୍କାର ଦେଇଛନ୍ତି। ସେ ଛାତ୍ରୀ ଥିବା ସମୟରେ ଅଭିନେତ୍ରୀ ହେବାକୁ ନୁହେଁ ବରଂ ଆଇଏଏସ୍ ଅଧିକାରୀ ହେବାକୁ ଚାହୁଁଥିଲେ ବୋଲି ୟାମି ଏହି ସାକ୍ଷାତ୍କାରରେ କହିଛନ୍ତି।
ଛାତ୍ରୀ ଥିବା ସମୟରେ ସେ ଅଧ୍ୟୟନରେ ଉତ୍କୃଷ୍ଠ ଥିଲେ। ସେ ପଢ଼ିବାକୁ ଏବଂ ଲେଖିବାକୁ ଖୁବ୍ ଭଲ ପାଉଥିବା ୟାମି କହିଛନ୍ତି। ସେତେବେଳେ ସେ ଜଣେ ଆଇଏଏସ୍ ଅଧିକାରୀ ହେବେ ବୋଲି ସ୍ବପ୍ନ ଦେଖୁଥିଲେ। କିନ୍ତୁ ଭାଗ୍ୟର କିଛି ଅଲଗା ଇଚ୍ଛା ଥିଲା ବୋଲି ୟାମି କହିଛନ୍ତି। କଲେଜ ପଢ଼ା ପରେ ତାଙ୍କୁ ମଡେଲିଂ ଦୁନିଆରେ ପାଦ ଥାପିବାକୁ ସୁଯୋଗ ମିଳିଥିଲା।
ମଡେଲିଂରେ ସଫଳତା ପାଇବା ପରେ ତାଙ୍କୁ ଛୋଟ ପରଦାରେ ସୁଯୋଗ ମିଳିଥିଲା। ସେ ‘ଚାନ୍ଦ୍ କେ ପାର୍ ଚଲୋ’ ଏବଂ ‘ୟେ ପ୍ୟାର୍ ନା ହୋଗା କମ୍’ ପରି ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ବହୁ ପ୍ରଶଂସା ସାଉଁଟିଥିଲେ। ୨୦୧୨ରେ ରିଲିଜ୍ ହୋଇଥିବା ‘ଭିକି ଡୋନର’ ଫିଲ୍ମ ସହ ୟାମି ବଲିଉଡ୍ରେ ଡେବ୍ୟୁ କରିଥିଲେ।
The post ଆଇଏଏସ୍ ଅଫିସର ହେବାକୁ ଚାହୁଁଥିଲେ ୟାମି appeared first on Dharitri Odia News.