ଇମ୍ରାନଙ୍କ ପାର୍ଟିକୁ ଝଟ୍‌କା: ନିର୍ବାଚନ ଲଢିପାରିବେନି ଶାହ ମହମ୍ମଦ କୁରେସି !

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ରେ ପାକିସ୍ତାନରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ। କିନ୍ତୁ ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନର ଉପରାଷ୍ଟ୍ରପତି ତେହେରିକ-ଇ-ଇନସାଫ (ପିଟିଆଇ)ର ଶାହ ମହମଦ କୁରେସିଙ୍କୁ ତାଙ୍କ ଗଡ଼ ମୁଲତାନରୁ ନିର୍ବାଚନ ଲଢିବାକୁ ଅଯୋଗ୍ୟ ଘୋଷଣା କରାଯାଇଛି। ଶନିବାର ଆବେଦନକାରୀଙ୍କ ନାମାଙ୍କନପତ୍ରକୁ ଖାରଜ କରିବା ବିରୋଧରେ ଆବେଦନକୁ ଖାରଜ କରିଛନ୍ତି ଟ୍ରିବ୍ୟୁନାଲ। ତେବେ ସିନ୍ଧର ଉମରକୋଟ ସହରର NA-214 ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବା ପାଇଁ ଶାହା ମହମଦ କୁରେସିଙ୍କୁ ଅନୁମତି ଦିଆଯାଇଛି। ଦୁଇଟି ବିଧାନସଭା ଏବଂ ଅନେକ ପଞ୍ଜାବ ବିଧାନସଭା ଆସନ ପାଇଁ ତାଙ୍କ ନାମାଙ୍କନପତ୍ର ଖାରଜ କରିଥିବା ରିଟର୍ଣ୍ଣିଂ ଅଫିସର(ଆରଓ)ଙ୍କ ନିଷ୍ପତ୍ତି ବିରୋଧରେ ଆବେଦନପତ୍ରକୁ ଟ୍ରିବ୍ୟୁନାଲ ଖାରଜ କରିଦେଇଛନ୍ତି। ଗୁପ୍ତ ଦଲିଲ ଲିକ୍ ମାମଲାରେ କୁରେଶୀ ବର୍ତ୍ତମାନ ରାୱଲପିଣ୍ଡିର ଆଡିଆଲା ଜେଲରେ ଅଛନ୍ତି। ସେ ଏନ୍‌ଏ-୧୫୦ Multan-୩, NA-୧୫୧ Multan-୪ ଏବଂ PP-୨୧୮, PP-୨୧୯ ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ମୁଲତାନ ହାଇକୋର୍ଟ ବାର ଆସୋସିଏସନ ସଭାପତି ରାଣା ଆସିଫ ସଇଦ କହିଛନ୍ତି ଯେ ତାଙ୍କ ପ୍ରାର୍ଥୀ ଅଧିକାରର ଫେରି ପାଇବା ପାଇଁ ଶାହ ମହମଦ ଦେଇଥିବା ଆବେଦନକୁ ନିର୍ବାଚନ ଟ୍ର

ଇମ୍ରାନଙ୍କ ପାର୍ଟିକୁ ଝଟ୍‌କା: ନିର୍ବାଚନ ଲଢିପାରିବେନି ଶାହ ମହମ୍ମଦ କୁରେସି !

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ରେ ପାକିସ୍ତାନରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ। କିନ୍ତୁ ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନର ଉପରାଷ୍ଟ୍ରପତି ତେହେରିକ-ଇ-ଇନସାଫ (ପିଟିଆଇ)ର ଶାହ ମହମଦ କୁରେସିଙ୍କୁ ତାଙ୍କ ଗଡ଼ ମୁଲତାନରୁ ନିର୍ବାଚନ ଲଢିବାକୁ ଅଯୋଗ୍ୟ ଘୋଷଣା କରାଯାଇଛି। ଶନିବାର ଆବେଦନକାରୀଙ୍କ ନାମାଙ୍କନପତ୍ରକୁ ଖାରଜ କରିବା ବିରୋଧରେ ଆବେଦନକୁ ଖାରଜ କରିଛନ୍ତି ଟ୍ରିବ୍ୟୁନାଲ।

ତେବେ ସିନ୍ଧର ଉମରକୋଟ ସହରର NA-214 ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବା ପାଇଁ ଶାହା ମହମଦ କୁରେସିଙ୍କୁ ଅନୁମତି ଦିଆଯାଇଛି। ଦୁଇଟି ବିଧାନସଭା ଏବଂ ଅନେକ ପଞ୍ଜାବ ବିଧାନସଭା ଆସନ ପାଇଁ ତାଙ୍କ ନାମାଙ୍କନପତ୍ର ଖାରଜ କରିଥିବା ରିଟର୍ଣ୍ଣିଂ ଅଫିସର(ଆରଓ)ଙ୍କ ନିଷ୍ପତ୍ତି ବିରୋଧରେ ଆବେଦନପତ୍ରକୁ ଟ୍ରିବ୍ୟୁନାଲ ଖାରଜ କରିଦେଇଛନ୍ତି।

ଗୁପ୍ତ ଦଲିଲ ଲିକ୍ ମାମଲାରେ କୁରେଶୀ ବର୍ତ୍ତମାନ ରାୱଲପିଣ୍ଡିର ଆଡିଆଲା ଜେଲରେ ଅଛନ୍ତି। ସେ ଏନ୍‌ଏ-୧୫୦ Multan-୩, NA-୧୫୧ Multan-୪ ଏବଂ PP-୨୧୮, PP-୨୧୯ ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ମୁଲତାନ ହାଇକୋର୍ଟ ବାର ଆସୋସିଏସନ ସଭାପତି ରାଣା ଆସିଫ ସଇଦ କହିଛନ୍ତି ଯେ ତାଙ୍କ ପ୍ରାର୍ଥୀ ଅଧିକାରର ଫେରି ପାଇବା ପାଇଁ ଶାହ ମହମଦ ଦେଇଥିବା ଆବେଦନକୁ ନିର୍ବାଚନ ଟ୍ରିବ୍ୟୁନାଲ ଖାରଜ କରିଛନ୍ତି।

The post ଇମ୍ରାନଙ୍କ ପାର୍ଟିକୁ ଝଟ୍‌କା: ନିର୍ବାଚନ ଲଢିପାରିବେନି ଶାହ ମହମ୍ମଦ କୁରେସି ! appeared first on Prameya News7.