ବିରାଟ କୋହଲିଙ୍କ ଉପରେ ହେବ କି ଆକ୍ସନ ? ସାମ କନଷ୍ଟାଣ୍ଟଙ୍କୁ ଖରାପ ଆଚରଣ ପାଇଁ ଭୋଗିବେ ତଣ୍ଡ !
ନୂଆଦିଲ୍ଲୀ ୨୬/୧୨: ବିରାଟ କୋହଲିଙ୍କ ଉପରେ ବ୍ୟାନ ଲାଗିବ ନା ଜରିମାନା ? କାରଣ ଡିସେମ୍ବର ୨୬ ତାରିଖ ସକାଳେ ଯେତେବେଳେ ସାରା ଭାରତ ଶୋଇଥିଲା ସେତେବେଳେ ଘଟଛି ଏହି ଘଟଣା । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ସହର ପାଇଁ ଥିଲା ଥିଲା ଖରାପଦିନ । ୪୦ ଡିଗ୍ରୀ ତାପମାତ୍ରା ଗରମ ସହ ଆରମ୍ଭ ହୋଇଥିଲା ମେଲବର୍ଣ୍ଣରେ ବକ୍ସିଂ ଡେ ଟେଷ୍ଟ । ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା । ଏହି ଟେଷ୍ଟରେ ୧୯ ବର୍ଷୀୟ ଓପନର୍ ସାମ କନଷ୍ଟାଣ୍ଟ ଡେବ୍ୟୁରେ ନିଜର ଦକ୍ଷତା ପ୍ରଦର୍ଶନ କରୁଥିବାର ଦେଖୁଥିଲା । କିନ୍ତୁ, ଏହି ସମୟରେ, ବିରାଟ କନଷ୍ଟାଣ୍ଟଙ୍କୁ ଧକ୍କା ଦେଇଥିଲେ । ଫଳରେ ବିବାଦ ଉପୁଜିଥିଲା, ଯାହାକୁ ନେଇ ଆରମ୍ଭ ହୋଇଥିଲା ତର୍କ ଓ ବିତର୍କ । "Have a look where Virat walks. Virat's walked one whole pitch over to his right and instigated that confrontation. No doubt in my mind whatsoever."- Ricky Ponting #AUSvIND pic.twitter.com/zm4rjG4X9A— 7Cricket (@7Cricket) December 26, 2024ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ଦଶମ ଓଭର ଶେଷ ହେବା ପରେ ଏହି ଘଟଣା ଘଟିଥିଲା । ଓଭର ଶେଷ ହେବା ମାତ୍ରେ ବିରାଟ କୋହଲି ଆଗରୁ ଆସି ସାମ କନଷ୍ଟାଣ୍ଟଙ୍କୁ ଧକ୍କା ଦେଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଛି । ବର୍ତ୍ତମାନ ବିରାଟ କୋହଲି ଉଦ୍ଦେଶ୍ୟମୂଳକ କିମ୍ବା ଅଜାଣତରେ ଏହା
ନୂଆଦିଲ୍ଲୀ ୨୬/୧୨: ବିରାଟ କୋହଲିଙ୍କ ଉପରେ ବ୍ୟାନ ଲାଗିବ ନା ଜରିମାନା ? କାରଣ ଡିସେମ୍ବର ୨୬ ତାରିଖ ସକାଳେ ଯେତେବେଳେ ସାରା ଭାରତ ଶୋଇଥିଲା ସେତେବେଳେ ଘଟଛି ଏହି ଘଟଣା । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ସହର ପାଇଁ ଥିଲା ଥିଲା ଖରାପଦିନ । ୪୦ ଡିଗ୍ରୀ ତାପମାତ୍ରା ଗରମ ସହ ଆରମ୍ଭ ହୋଇଥିଲା ମେଲବର୍ଣ୍ଣରେ ବକ୍ସିଂ ଡେ ଟେଷ୍ଟ ।
ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା । ଏହି ଟେଷ୍ଟରେ ୧୯ ବର୍ଷୀୟ ଓପନର୍ ସାମ କନଷ୍ଟାଣ୍ଟ ଡେବ୍ୟୁରେ ନିଜର ଦକ୍ଷତା ପ୍ରଦର୍ଶନ କରୁଥିବାର ଦେଖୁଥିଲା । କିନ୍ତୁ, ଏହି ସମୟରେ, ବିରାଟ କନଷ୍ଟାଣ୍ଟଙ୍କୁ ଧକ୍କା ଦେଇଥିଲେ । ଫଳରେ ବିବାଦ ଉପୁଜିଥିଲା, ଯାହାକୁ ନେଇ ଆରମ୍ଭ ହୋଇଥିଲା ତର୍କ ଓ ବିତର୍କ ।
"Have a look where Virat walks. Virat's walked one whole pitch over to his right and instigated that confrontation. No doubt in my mind whatsoever."
- Ricky Ponting #AUSvIND pic.twitter.com/zm4rjG4X9A— 7Cricket (@7Cricket) December 26, 2024
ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ଦଶମ ଓଭର ଶେଷ ହେବା ପରେ ଏହି ଘଟଣା ଘଟିଥିଲା । ଓଭର ଶେଷ ହେବା ମାତ୍ରେ ବିରାଟ କୋହଲି ଆଗରୁ ଆସି ସାମ କନଷ୍ଟାଣ୍ଟଙ୍କୁ ଧକ୍କା ଦେଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଛି । ବର୍ତ୍ତମାନ ବିରାଟ କୋହଲି ଉଦ୍ଦେଶ୍ୟମୂଳକ କିମ୍ବା ଅଜାଣତରେ ଏହା କରିଛନ୍ତି କି ନାହିଁ, ଆଇସିସି ଏହାର ଅନୁସନ୍ଧାନ କରିବ।
ବର୍ତ୍ତମାନ ଆଇସିସି ଏହି ଘଟଣାର କୌଣସି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ପ୍ରଥମେ ଘଟଣାର ଅନୁସନ୍ଧାନ କରିବ । କିନ୍ତୁ, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ ଏହା ଅନୁଭବ କରିଛନ୍ତି ଯେ ଏହା ବିରାଟ କୋହଲିଙ୍କ ଦୋଷ । ପଣ୍ଟିଂ କହିଛନ୍ତି ଯେ ବିରାଟ ପୁରା ପିଚରେ ବୁଲୁଥିଲେ, ଯାହା ତାଙ୍କର ଉଦ୍ଦେଶ୍ୟ ଦର୍ଶାଏ । ମୁଁ ନିଶ୍ଚିତ ଯେ ଏହା ତାଙ୍କର ଦୋଷ । ମୁଁ ଆଶା କରୁଛି ଅମ୍ପାୟାର ଏବଂ ରେଫରି ମଧ୍ୟ କିଛି କଥାବାର୍ତ୍ତା ହୋଇଛନ୍ତି । ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ଆଶା ପ୍ରକଟ କରିଛନ୍ତି ଯେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି ।
ଯାହା ଆଇସିସି ନିୟମ କହୁଛି କ୍ରିକେଟ୍ ରେ କୌଣସି ପ୍ରକାରେ ଶାରୀରିକ ଧସ୍ତାଧସ୍ତି ନିଷେଧ । ଏପରି ଘଟଣାରେ ଖେଳାଳି ଲେଭଲ ୨ ଅଧୀନରେ ଦୋଷୀ ବୋଲି ବିବେଚନା କରାଯାଏ । ଯାଞ୍ଚରେ, ବିରାଟ କିମ୍ବା କନଷ୍ଟାଣ୍ଟଙ୍କ ମଧ୍ୟରୁ ଯଏ ବି ଦୋଷୀ ସାବ୍ୟସ୍ତ ହେବ ତାଙ୍କୁ ୩ ରୁ ୪ ଡେରିମିଟ୍ ପଏଣ୍ଟର ପରିଣାମ ଭୋଗିବାକୁ ପଡିପାରେ । ତେବେ ପୂର୍ବତନ ଟେଷ୍ଟ ଅମ୍ପାୟାର ସାଇମନ ଟୌଫେଲଙ୍କ ଅନୁଯାୟୀ ଏହି ପ୍ରସଙ୍ଗରେ କୌଣସି ବଡ଼ କାର୍ଯ୍ୟ ପାଇଁ କୌଣସି ସୁଯୋଗ ନାହିଁ। ଅର୍ଥାତ୍ ଉଭୟ ଖେଳାଳି ନିଲମ୍ବନକୁ ଏଡାଇ ପାରିବ । କାରଣ ଏହି ଘଟଣା ପ୍ରଥମ ଥର ପାଇଁ ଘଟିଛି ।