ଓଡ଼ିଶା ପାଇଁ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ, ଏମଏସପି ୩୧୦୦ ଟଙ୍କା, ୧୮ ମାସରେ ଚିଟ୍‌ଫଣ୍ଡ ଅର୍ଥ ଫେରସ୍ତ

ଭୁବନେଶ୍ଵର: ଓଡ଼ିଶାରେ ନିର୍ବାଚନ ଜିତି ସରକାର ଗଢିବାକୁ ଅଣ୍ଟା ଭିଡ଼ିଥିବା ବିଜେପି ଆଜି ରାଜ୍ୟ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି। କୃଷକ, ଯୁବ ପିଢି, ମହିଳା ଓ ଗରିବ ଓ ମଧ୍ୟମ ବର୍ଗଙ୍କ ପାଇଁ ଏହି ଇସ୍ତାହାରକୁ ସମର୍ପିତ କରାଯାଇଛି। ଏଥିରେ ୨୧ ପ୍ରସ୍ତାବ ପାରିତ ହୋଇଛି। ‘ସଂକଳ୍ପପତ୍ର’ରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହେବ ‘ସୁଭଦ୍ରା’ ଯୋଜନା। ଏହି ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ ବୋଲି ଘୋଷଣାରେ ଉଲ୍ଲେଖ କରାଯାଇଛି। ଏହି ସମୟରେ ରାଜ୍ୟ ବିଜେପି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ଜୁଏଲ ଓରାମ, ବରିଷ୍ଠ ନେତା  ସମୀର ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ। ଓଡ଼ିଶା ପାଇଁ ସଂକଳ୍ପ ପତ୍ର ଉନ୍ମୋଚନ କରିବା ଅବସରରେ ଜେପି ନଡ୍ଡା କହିଛନ୍ତି, ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵରେ ରାଜନୀତିର ସଂସ୍କୃତି ବଦଳିଛି। ସଂପ୍ରତି ନିର୍ବାଚନୀ ଇସ୍ତାହାରର ଗରିମା ଓ ମହତ୍ଵ ବଢି ଯାଇଛି। ପୂର୍ବ ସରକାର ସମୟରେ ଇସ୍ତାହାର ଏକ ଲୋକ ଦେଖାଣିଆ ଥିଲା। ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇ ସେମାନେ ଭୁଲି ଯାଉଥିଲେ। କିନ୍ତୁ ମୋଦୀ ସରକାର ଏହାକୁ କ

ଓଡ଼ିଶା ପାଇଁ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ, ଏମଏସପି ୩୧୦୦ ଟଙ୍କା, ୧୮ ମାସରେ ଚିଟ୍‌ଫଣ୍ଡ ଅର୍ଥ ଫେରସ୍ତ

ଭୁବନେଶ୍ଵର: ଓଡ଼ିଶାରେ ନିର୍ବାଚନ ଜିତି ସରକାର ଗଢିବାକୁ ଅଣ୍ଟା ଭିଡ଼ିଥିବା ବିଜେପି ଆଜି ରାଜ୍ୟ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି। କୃଷକ, ଯୁବ ପିଢି, ମହିଳା ଓ ଗରିବ ଓ ମଧ୍ୟମ ବର୍ଗଙ୍କ ପାଇଁ ଏହି ଇସ୍ତାହାରକୁ ସମର୍ପିତ କରାଯାଇଛି। ଏଥିରେ ୨୧ ପ୍ରସ୍ତାବ ପାରିତ ହୋଇଛି। ‘ସଂକଳ୍ପପତ୍ର’ରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହେବ ‘ସୁଭଦ୍ରା’ ଯୋଜନା। ଏହି ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ ବୋଲି ଘୋଷଣାରେ ଉଲ୍ଲେଖ କରାଯାଇଛି। ଏହି ସମୟରେ ରାଜ୍ୟ ବିଜେପି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ଜୁଏଲ ଓରାମ, ବରିଷ୍ଠ ନେତା  ସମୀର ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ। 

ଓଡ଼ିଶା ପାଇଁ ସଂକଳ୍ପ ପତ୍ର ଉନ୍ମୋଚନ କରିବା ଅବସରରେ ଜେପି ନଡ୍ଡା କହିଛନ୍ତି, ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵରେ ରାଜନୀତିର ସଂସ୍କୃତି ବଦଳିଛି। ସଂପ୍ରତି ନିର୍ବାଚନୀ ଇସ୍ତାହାରର ଗରିମା ଓ ମହତ୍ଵ ବଢି ଯାଇଛି। ପୂର୍ବ ସରକାର ସମୟରେ ଇସ୍ତାହାର ଏକ ଲୋକ ଦେଖାଣିଆ ଥିଲା। ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇ ସେମାନେ ଭୁଲି ଯାଉଥିଲେ। କିନ୍ତୁ ମୋଦୀ ସରକାର ଏହାକୁ କାର୍ଯ୍ୟରେ କରି ଦେଖାଇଛି। ଯାହା କହିଛୁ କରିଛୁ, ଯାହା କହୁଛୁ, ନିଶ୍ଚିତ କରି ଦେଖାଇବୁ। ଦେଶର ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ଏବେ ଭାରତର ଅତି ଗରିବଙ୍କ ସଂଖ୍ୟା ୧%ରୁ ମଧ୍ୟ କମ୍‌ ବୋଲି ନଡ୍ଡା କହିଛନ୍ତି।

ସଂକଳ୍ପ ପତ୍ର

ଦୁର୍ନୀତି ବିରୋଧରେ ଶୂନ୍ୟସହସୀଳ ନୀତି।

ଚିଟଫଣ୍ଡ ଦୁର୍ନୀତିର ଅଭିଯୁକ୍ତଙ୍କୁ ଦଣ୍ଡ ମିଳିବ। ୧୮ ମାସରେ ସବୁ ଚିଟ୍ ଫଣ୍ଡ   ଅର୍ଥ ଜମାକାରୀଙ୍କୁ ଫେରସ୍ତ ହେବ।

ଖଣିଜରୁ ଆୟ  ଓଡ଼ିଶା ଉନ୍ନତିରେ ଖର୍ଚ୍ଚ ହେବ।

ସମୃଦ୍ଧ କୃଷକ, 

ଏମଏସପି ୩୧୦୦ ଟଙ୍କା ମିଳିବ। ୪୮ ଘଣ୍ଟା ଭିତରେ କୃଷକଙ୍କ ଆକାଉଣ୍ଟ ଯିବ। କଟନି ଛଟନି ସମାପ୍ତ ହେବ।

ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା, ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର ମିଳିବ। ୨ ବର୍ଷ ଭିତରେ ଏନକ୍ୟାସ୍ କରିବେ।

ଦେଶର ପ୍ରତି ମେଟ୍ରୋ ସିଟିରେ ଓଡ଼ିଆ ଭବନ ନିର୍ମାଣ ହେବ। 

ଆଗାମୀ ୩ ବର୍ଷରେ ଅର୍ଥାତ ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବ।

ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ସହାୟତା ରାଶି ଦିଆଯିବ। 

ଶୀତଳ ଭଣ୍ଡାର ସ୍ଥାପନ, ମତ୍ସ୍ୟଚାଷ ପାଇଁ ପ୍ରକ୍ରିୟାକରଣ ଗୃହ ସ୍ଥାପନ। 

୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବ। 

ଭୁବନେଶ୍ଵର, ବ୍ରହ୍ମପୁର, ରାଉରକେଲା ଓ ବାଲେଶ୍ଵରରେ ଆଇଟି ପାର୍କ ନିର୍ମାଣ କରିବୁ।

ବିଭିନ୍ନ ବିଭାଗରେ ଖାଲିଥିବା ୧.୫ ଲକ୍ଷ ଖାଲି ପଦଭୀ ପୂରଣ ହେବ। ପ୍ରଥମ ୨ ବର୍ଷରେ ୬୫ ହଜାର ପଦ ପୂରଣ ହେବ। 

କେନ୍ଦୁପତ୍ର ତୋଳାଳିଙ୍କୁ ୩୫ ପ୍ରତିଶତ ଓ କେନ୍ଦୁପତ୍ର ବନ୍ଧାଳୀଙ୍କୁ ୧୦ ପ୍ରତିଶତ ବୋନସ୍ ଦେବୁ।  

ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ବିଧବା ଭତ୍ତା ୩ ହଜାର ଟଙ୍କା କରାଯିବ

ସାରା ରାଜ୍ୟରେ ବିଶ୍ବସ୍ତରୀୟ ରାସ୍ତା ନିର୍ମାଣ କରାଯିବ

ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ

୨୦୨୯ ମଧ୍ୟରେ ୩.୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ

ଖାଲି ଥିବା ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣ କରିବୁ

ପିଏମ୍‌ଏୱାଇ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ କରିବୁ

ଓଡ଼ିଶାରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଲାଗୁ ହେବ

ପଶ୍ଚିମ ଓଡ଼ିଶାରେ ୩ଟି ଟେକ୍ସଟାଇଲ୍ ପାର୍କ ସ୍ଥାପନ ହେବ। ୫୧ ହଜାରରୁ ଅଧିକ ଚାକିରି ସୃଷ୍ଟି ହେବ। 

ଅଣ ସଂଗଠିତ ଶ୍ରମିକଙ୍କ ପାଇଁ ୫ ଲକ୍ଷ ବୀମା କଭର ଦିଆଯିବ। 

ବିଦ୍ୟାଳୟରେ ଡ୍ରପ୍ ଆଉଟ୍ ରୋକିବା ପାଇଁ ଜନଜାତି ଛାତ୍ର-ଛାତ୍ରୀଙ୍କୁ ବାର୍ଷିକ ୫୦୦୦ ଟଙ୍କା ସହାୟତା ଦିଆଯିବ। 

ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ଯୋଗାଯିବ। 

ଶ୍ରୀମନ୍ଦିର ପାଇଁ ବିଜେପି ସଂପଳ୍ପ ପତ୍ରରେ ବଡ଼ ଘୋଷଣା

ବିଜେପି ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ। 

ହଜିଥିବା ଚାବିର ତଦନ୍ତ ହେବ।

ଶ୍ରୀମନ୍ଦିର ପ୍ରଶାସନରେ ଚାଲିଥିବା ଅବ୍ୟବସ୍ଥା ଦୂର କରାଯିବ।

ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲି ଦିଆଯିବ।

ଭକ୍ତ ଯେମିତି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ, ତାର ସବୁ ବ୍ୟବସ୍ଥା ହେବ।

ରତ୍ନ ଗଣତି, ମଣତି କରାଯାଇ ତଥ୍ୟ ସାର୍ବଜନୀନ ହେବ।

କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର କରାଯିବ।

ଶ୍ରୀମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ପରିଚାଳନା କରାଯିବ।