IPL 2024 : ଇଡେନ୍ରେ କୋଲକାତା ନାଇଟ୍ ରାଇଡର୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍
କୋଲକାତା ୧୧।୦୫ : ଆଇପିଏଲ୍ ୨୦୨୫। ଶନିବାର ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୬୦ ତମ ମ୍ୟାଚ୍ । କୋଲକାତାର ଇଡେନ୍ ଗାର୍ଡେନ କ୍ରିକେଟ୍ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ରାତି ୭ଟା ୩୦ ମିନିଟ୍ରେ ଖେଳାଯିବ ଏହି ମୁକାବିଲା । ଚଳିତ ସିଜିନ୍ର ପ୍ଲେ-ଅପ୍ ରେସ୍ରୁ ମୁମ୍ବାଇ ବିଦା ହୋଇସାରିଛି । ସେପଟେ କୋଲକାତା ଟିମ୍ ଏକପ୍ରକାର ପ୍ଲେ-ଅପ୍ ନିଜ ଦାବିଦାରି କରିସାରିଛି । ହେଲେ ଆଜିର ବିଜୟୀ ସହ ସ୍ଥିତି ମଜବୁତ୍ ପାଇଁ ଲଢେଇ କରିବ ଶ୍ରେୟସ ବାହିନୀ । ବର୍ତ୍ତମାନ ସୁଦ୍ଧା କୋଲକାତା ନାଇଟ୍ ରାଇଡର୍ସ ୧୧ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହେବାକୁ ପଡିଛି । ଦଳରେ ଅନେକ୍ ଷ୍ଟାର୍ ଖେଳାଳି ରହିଛନ୍ତି । ଯାହାକି ବିରୋଧୀ ଦଳ ପାଇଁ ଟେନ୍ସନ ସାଜିଛି । ଅଧିନାୟକ ଶ୍ରେୟସ ଆୟରଙ୍କ ରଣକୌଶଳରେ ଚକ୍ମା ଖାଉଛନ୍ତି ବିରୋଧୀ ଟିମ୍ । ଦଳ ଅଙ୍କ ତାଲିକାର ପ୍ରଥମ ସ୍ଥାନରେ ରହିଛି । ପ୍ଲେ-ଅପ୍ ପାଇଁ ଦଳ ଏକପ୍ରକାର କ୍ୱାଲିଫାଏ କରିସାରିଛି । ହେଲେ ଆଜିର ମ୍ୟାଚ୍ ଜିତି ନିଜ ସ୍ଥିତିକୁ ଆହୁରି ମଜବୁତ କରିବାକୁ ଟାର୍ଗେଟ ରଖିଛି କୋଲକାତା ନାଇଟ୍ ରାଇଡର୍ସ । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭଲ ଖେଳ ପ୍ରଦର୍ଶନ କରିନଥିଲା । ହେଲେ ଶେଷ ଆଡକୁ କିଛିଟା ମ୍ୟାଚ୍ରେ ବିଜୟୀ ହୋଇଥ
କୋଲକାତା ୧୧।୦୫ : ଆଇପିଏଲ୍ ୨୦୨୫। ଶନିବାର ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୬୦ ତମ ମ୍ୟାଚ୍ । କୋଲକାତାର ଇଡେନ୍ ଗାର୍ଡେନ କ୍ରିକେଟ୍ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ରାତି ୭ଟା ୩୦ ମିନିଟ୍ରେ ଖେଳାଯିବ ଏହି ମୁକାବିଲା । ଚଳିତ ସିଜିନ୍ର ପ୍ଲେ-ଅପ୍ ରେସ୍ରୁ ମୁମ୍ବାଇ ବିଦା ହୋଇସାରିଛି । ସେପଟେ କୋଲକାତା ଟିମ୍ ଏକପ୍ରକାର ପ୍ଲେ-ଅପ୍ ନିଜ ଦାବିଦାରି କରିସାରିଛି । ହେଲେ ଆଜିର ବିଜୟୀ ସହ ସ୍ଥିତି ମଜବୁତ୍ ପାଇଁ ଲଢେଇ କରିବ ଶ୍ରେୟସ ବାହିନୀ ।
ବର୍ତ୍ତମାନ ସୁଦ୍ଧା କୋଲକାତା ନାଇଟ୍ ରାଇଡର୍ସ ୧୧ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହେବାକୁ ପଡିଛି । ଦଳରେ ଅନେକ୍ ଷ୍ଟାର୍ ଖେଳାଳି ରହିଛନ୍ତି । ଯାହାକି ବିରୋଧୀ ଦଳ ପାଇଁ ଟେନ୍ସନ ସାଜିଛି । ଅଧିନାୟକ ଶ୍ରେୟସ ଆୟରଙ୍କ ରଣକୌଶଳରେ ଚକ୍ମା ଖାଉଛନ୍ତି ବିରୋଧୀ ଟିମ୍ । ଦଳ ଅଙ୍କ ତାଲିକାର ପ୍ରଥମ ସ୍ଥାନରେ ରହିଛି । ପ୍ଲେ-ଅପ୍ ପାଇଁ ଦଳ ଏକପ୍ରକାର କ୍ୱାଲିଫାଏ କରିସାରିଛି । ହେଲେ ଆଜିର ମ୍ୟାଚ୍ ଜିତି ନିଜ ସ୍ଥିତିକୁ ଆହୁରି ମଜବୁତ କରିବାକୁ ଟାର୍ଗେଟ ରଖିଛି କୋଲକାତା ନାଇଟ୍ ରାଇଡର୍ସ ।
ସେହିପରି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭଲ ଖେଳ ପ୍ରଦର୍ଶନ କରିନଥିଲା । ହେଲେ ଶେଷ ଆଡକୁ କିଛିଟା ମ୍ୟାଚ୍ରେ ବିଜୟୀ ହୋଇଥିଲା । ହେଲେ ନିଜକୁ ପ୍ଲେ-ଅପ୍ ରେସ୍ରେ ରଖିପାରିଲାନାହିଁ । ଯାହାଫଳରେ ଚଳିତ ସିଜିନ୍ର ପ୍ରଥମ ଟିମ୍ ଭାବେ ଚଳିତ ଟୁର୍ଣ୍ଣାମେଣ୍ଟରୁ ଏଲିମିନେଟ୍ ହୋଇଛି । ଦଳରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଜବରଦସ୍ତ ଖେଳାଳି ରହିଥିଲେ । ହେଲେ ଦଳ ଆଶା ମୁତାବିକା ଖେଳ ପ୍ରଦର୍ଶନ କରିପାରିନଥିଲା । ଦଳ ଏବେ ଯାଏଁ ୧୨ଟି ମୁକାବିଲା ଖେଳିଛି । ଯେଉଁଥିରେ ୪ଟିରେ ବିଜୟୀ ହୋଇଥିବା ବେଳେ ୮ଟିରେ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍ର ୯ମ ସ୍ଥାନରେ ରହିଛି ।
ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍ର ଟପ୍ରେ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ଏବେ ଯାଏଁ ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍ର ଟପ୍ରେ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍ । ଦଳ ଏବେ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ଦଳ ପାଖରେ ରହିଛି ୧୪ ପଏଣ୍ଟ । ଏହାପରେ ୪ର୍ଥ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ଦଳ ଏବେ ସୁଦ୍ଧା ୧୨ଟି ମୁକାବିଲା ଖେଳିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୨ ପଏଣ୍ଟ ରହିଛି ।