ରାଜ୍ୟରେ ଖୁବ୍‌ଶୀଘ୍ର ପୂରଣ ହେବ ୫ ହଜାର ଡାକ୍ତର ପଦବୀ, ୩ ହଜାର ପାରା ମେଡ଼ିକାଲ ଷ୍ଟାଫ୍ ପଦବୀ ବି ହେବ ପୂରଣ

କରଞ୍ଜିଆ ୧୩।୧୧: ରାଜ୍ୟରେ ଖୁବ୍ ଶୀଘ୍ର ୫ ହଜାର ଡାକ୍ତର ପଦବୀ ପୂରଣ ହେବ ।  ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି । ଏହାସହ ୩ ହଜାର ପାରା ମେଡ଼ିକାଲ ଷ୍ଟାଫ୍ ପଦବୀ ପୂରଣ କରାଯିବ ବୋଲି ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବାରିପଦା ଯିବା ରାସ୍ତାରେ ଟଙ୍ଗାବିଲା ଠାରେ ତାଙ୍କୁ ଯଶୀପୁର ବିଧାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ଦଳୀୟ କର୍ମୀମାନେ ସ୍ବାଗତ କରି ଯଶୀପୁର ମେଡ଼ିକାଲକୁ ଆଣିଥିଲେ । ସେଠାରେ ସ୍ବାସ୍ଥ୍ୟମନ୍ତ୍ରୀ ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ଯଶୀପୁର ମେଡ଼ିକାଲ ପରିଦର୍ଶନ କରିବା ସହ ବିଭିନ୍ନ ୱାର୍ଡ଼ ବୁଲି ରୋଗୀଙ୍କ ସହ କଥାବାର୍ତ୍ତା ହୋଇ ଫଳ ବାଣ୍ଟିଥିଲେ । ଆଗାମୀ ଦିନରେ ଯଶୀପୁର ମେଡ଼ିକାଲରେ ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହାସହ ରାଜ୍ୟରେ ଖୁବ୍ ଶୀଘ୍ର ୫ ହଜାର ଡାକ୍ତର ପଦବୀ ଓ ୩ ହଜାର ପାରା ମେଡ଼ିକାଲ ଷ୍ଟାଫ୍ ପଦବୀ ପୂରଣ କରାଯିବ ବୋଲି କହିଥିଲେ ।You Can Read:ବାହାରେ ଦର ଉଚ୍ଚ ଅଛି, ନାଫେଡ଼ ଜରିଆରେ କେ.ଜି. ପ୍ରତି ୩୦ଟଙ୍କାରେ ବିକିବାକୁ କୁହାଯାଇଛି : ଯୋଗାଣ ମନ୍ତ୍ରୀ 

ରାଜ୍ୟରେ ଖୁବ୍‌ଶୀଘ୍ର ପୂରଣ ହେବ ୫ ହଜାର ଡାକ୍ତର ପଦବୀ, ୩ ହଜାର ପାରା ମେଡ଼ିକାଲ ଷ୍ଟାଫ୍ ପଦବୀ ବି ହେବ ପୂରଣ

କରଞ୍ଜିଆ ୧୩।୧୧: ରାଜ୍ୟରେ ଖୁବ୍ ଶୀଘ୍ର ୫ ହଜାର ଡାକ୍ତର ପଦବୀ ପୂରଣ ହେବ ।  ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି । ଏହାସହ ୩ ହଜାର ପାରା ମେଡ଼ିକାଲ ଷ୍ଟାଫ୍ ପଦବୀ ପୂରଣ କରାଯିବ ବୋଲି ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବାରିପଦା ଯିବା ରାସ୍ତାରେ ଟଙ୍ଗାବିଲା ଠାରେ ତାଙ୍କୁ ଯଶୀପୁର ବିଧାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ଦଳୀୟ କର୍ମୀମାନେ ସ୍ବାଗତ କରି ଯଶୀପୁର ମେଡ଼ିକାଲକୁ ଆଣିଥିଲେ । ସେଠାରେ ସ୍ବାସ୍ଥ୍ୟମନ୍ତ୍ରୀ ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ଯଶୀପୁର ମେଡ଼ିକାଲ ପରିଦର୍ଶନ କରିବା ସହ ବିଭିନ୍ନ ୱାର୍ଡ଼ ବୁଲି ରୋଗୀଙ୍କ ସହ କଥାବାର୍ତ୍ତା ହୋଇ ଫଳ ବାଣ୍ଟିଥିଲେ । ଆଗାମୀ ଦିନରେ ଯଶୀପୁର ମେଡ଼ିକାଲରେ ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହାସହ ରାଜ୍ୟରେ ଖୁବ୍ ଶୀଘ୍ର ୫ ହଜାର ଡାକ୍ତର ପଦବୀ ଓ ୩ ହଜାର ପାରା ମେଡ଼ିକାଲ ଷ୍ଟାଫ୍ ପଦବୀ ପୂରଣ କରାଯିବ ବୋଲି କହିଥିଲେ ।

You Can Read:

ବାହାରେ ଦର ଉଚ୍ଚ ଅଛି, ନାଫେଡ଼ ଜରିଆରେ କେ.ଜି. ପ୍ରତି ୩୦ଟଙ୍କାରେ ବିକିବାକୁ କୁହାଯାଇଛି : ଯୋଗାଣ ମନ୍ତ୍ରୀ