ହସ୍ପିଟାଲରୁ ଫେରିଲେ ଏକନାଥ ସିନ୍ଦେ, କହିଲେ ମୁଁ ଫିଟ୍
ମୁମ୍ବାଇ ୩।୧୨: ମହାରାଷ୍ଟ୍ରର କେୟାରଟେକର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡି ଯାଇଥିଲା। ଏଥି ପାଇଁ ସେ ଠାଣେର ଜୁପିଟର ହସ୍ପିଟାଲକୁ ଯାଇଥିଲେ। ତେବେ ସେ ହସ୍ପିଟାଲରେ ଆଡମିଟ ହୋଇ ନାହାନ୍ତି। ଡାକ୍ତର ତାଙ୍କର ଯାଞ୍ଚ କରିବା ପରେ ତାଙ୍କୁ ଘରକୁ ଯିବାକୁ ଦେଇଛନ୍ତି। ମିଳୁଥିବା ସୂଚନା ଅନୁସାରେ ସିନ୍ଦେଙ୍କୁ ସାମାନ୍ୟ ଜ୍ୱର ସାଙ୍ଗକୁ ତାଙ୍କ ଗଳା ଇନଫେକ୍ସନ ହୋଇଛି। କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଗତ ସପ୍ତାହରେ ଥଣ୍ଡା,କାସ ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ତେବେ ପରେ ସେ ସୁସ୍ଥ ହୋଇଯାଇଛନ୍ତି। ତେବେ ଅସୁସ୍ଥତା କାରଣରୁ ସେ ଏବେବି ଥକା ଅନୁଭବ କରୁଛନ୍ତି। ଏଣୁ ଡାକ୍ତର ତାଙ୍କୁ ନିୟମିତ ମେଡିକାଲ ଯାଞ୍ଚ କରାଇବାକୁ ପରାମର୍ଶ ଦେଇଛନ୍ତି। ସେହି ଅନୁସାରେ ସିନ୍ଦେ ମଙ୍ଗଳବାର ଜୁପିଟର ହସ୍ପିଟାଲ ଯାଇଥିଲେ। ଏକନାଥ ସିନ୍ଦେଙ୍କ ଡେଙ୍ଗୁ ଓ ମ୍ୟାଲେରିଆ ଯାଞ୍ଚ କରାଯାଇଛି। ତେବେ ଏହି ପରୀକ୍ଷଣରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। କିନ୍ତୁ ଶରୀରରେ ସ୍ୱେତ ରକ୍ତକଣିକା କମ ଥିବା ଯୋଗୁ ତାଙ୍କର ଚିକିତ୍ସା କରାଯାଉଛି। ଜ୍ୱର ରହୁଥିବାରୁ ସିନ୍ଦେଙ୍କୁ ଆଣ୍ଟିବୋୟାଟିକ୍ ଚିକିତ୍ସା କରାଯାଉଛି। ତାଙ୍କ ଦେହରେ ଲଗାତାର ଜ୍ୱର ରହୁଥିବାରୁ ସେ ଦୁର୍ବଳତା ଅନୁଭବ କରୁଥିବା ଡାକ୍ତର କହିଛନ୍ତି। ତେବେ ସିନ୍ଦେ ହସ୍ପିଟାଲରୁ ଫେରିବା ପରେ ସେ ସମ୍ପୂର୍ଣ୍ଣ ଫିଟଥିବା କହିଛନ୍ତି। ମଙ୍ଗଳବାର ମହାଯୁତି ମେଣ୍ଟର ବୈଠକ
ମୁମ୍ବାଇ ୩।୧୨: ମହାରାଷ୍ଟ୍ରର କେୟାରଟେକର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡି ଯାଇଥିଲା। ଏଥି ପାଇଁ ସେ ଠାଣେର ଜୁପିଟର ହସ୍ପିଟାଲକୁ ଯାଇଥିଲେ। ତେବେ ସେ ହସ୍ପିଟାଲରେ ଆଡମିଟ ହୋଇ ନାହାନ୍ତି। ଡାକ୍ତର ତାଙ୍କର ଯାଞ୍ଚ କରିବା ପରେ ତାଙ୍କୁ ଘରକୁ ଯିବାକୁ ଦେଇଛନ୍ତି। ମିଳୁଥିବା ସୂଚନା ଅନୁସାରେ ସିନ୍ଦେଙ୍କୁ ସାମାନ୍ୟ ଜ୍ୱର ସାଙ୍ଗକୁ ତାଙ୍କ ଗଳା ଇନଫେକ୍ସନ ହୋଇଛି। କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଗତ ସପ୍ତାହରେ ଥଣ୍ଡା,କାସ ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ତେବେ ପରେ ସେ ସୁସ୍ଥ ହୋଇଯାଇଛନ୍ତି।
ତେବେ ଅସୁସ୍ଥତା କାରଣରୁ ସେ ଏବେବି ଥକା ଅନୁଭବ କରୁଛନ୍ତି। ଏଣୁ ଡାକ୍ତର ତାଙ୍କୁ ନିୟମିତ ମେଡିକାଲ ଯାଞ୍ଚ କରାଇବାକୁ ପରାମର୍ଶ ଦେଇଛନ୍ତି। ସେହି ଅନୁସାରେ ସିନ୍ଦେ ମଙ୍ଗଳବାର ଜୁପିଟର ହସ୍ପିଟାଲ ଯାଇଥିଲେ। ଏକନାଥ ସିନ୍ଦେଙ୍କ ଡେଙ୍ଗୁ ଓ ମ୍ୟାଲେରିଆ ଯାଞ୍ଚ କରାଯାଇଛି। ତେବେ ଏହି ପରୀକ୍ଷଣରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। କିନ୍ତୁ ଶରୀରରେ ସ୍ୱେତ ରକ୍ତକଣିକା କମ ଥିବା ଯୋଗୁ ତାଙ୍କର ଚିକିତ୍ସା କରାଯାଉଛି। ଜ୍ୱର ରହୁଥିବାରୁ ସିନ୍ଦେଙ୍କୁ ଆଣ୍ଟିବୋୟାଟିକ୍ ଚିକିତ୍ସା କରାଯାଉଛି।
ତାଙ୍କ ଦେହରେ ଲଗାତାର ଜ୍ୱର ରହୁଥିବାରୁ ସେ ଦୁର୍ବଳତା ଅନୁଭବ କରୁଥିବା ଡାକ୍ତର କହିଛନ୍ତି। ତେବେ ସିନ୍ଦେ ହସ୍ପିଟାଲରୁ ଫେରିବା ପରେ ସେ ସମ୍ପୂର୍ଣ୍ଣ ଫିଟଥିବା କହିଛନ୍ତି। ମଙ୍ଗଳବାର ମହାଯୁତି ମେଣ୍ଟର ବୈଠକ ହେବାର ଥିଲା। ଏହି ବୈଠକରେ ସିନ୍ଦେଙ୍କ ସହିତ ଦେବେନ୍ଦ୍ର ଫଡନବୀଶ ଓ ଅଜିତ ପାୱାର ଯୋଗ ଦେବାର ଥିଲା। ତେବେ ସ୍ୱାସ୍ଥ୍ୟଗତ କାରଣରୁ ସିନ୍ଦେ ଏହି ବୈଠକରେ ଯୋଗ ଦେବାର ସମ୍ଭାବନା କ୍ୱଚିତ, ଅନ୍ୟପକ୍ଷରେ ଅଜିତ ପାୱାର ଏ ପର୍ଯ୍ୟନ୍ତ ଦିଲ୍ଲୀରୁ ଫେରି ନାହାନ୍ତି। ଏଣୁ ଅନୁଷ୍ଠିତ ହେବାକୁ ଥିବା ବୈଠକ ନେଇ ସଂସୟ ଲାଗି ରହିଛି।