କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଦଳୀୟ କାର୍ଯ୍ୟାଳୟରେ ସ୍ୱାଗତ

ସମ୍ବଲପୁର: ସମ୍ବଲପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଦଳ ପକ୍ଷରୁ ଦୁର୍ଗା ପ୍ରସାଦ ପାଢ଼ୀଙ୍କୁ ପ୍ରାର୍ଥୀ ରୂପେ ଦଳ ଘୋଷଣା କରିଛି। ଏଣୁ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଶୁକ୍ରବାର ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆସନ୍ତା ସାଧାରଣ ନିର୍ବାଚନରେ ୨୦୨୪ ନିର୍ବାଚନରେ ବିଧାନସଭା ପାଇଁ ପ୍ରାର୍ଥୀ ହେବା ପରେ ଆଜି ସନ୍ଧ୍ୟାରେ କାର୍ଯ୍ୟାଳୟକୁ ଆସିଥିବା ବେଳେ ଜିଲା କଂଗ୍ରେସ ସଭାପତି ଜୟଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଶ୍ରୀ ପାଢ଼ୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା […]

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଦଳୀୟ କାର୍ଯ୍ୟାଳୟରେ ସ୍ୱାଗତ

ସମ୍ବଲପୁର: ସମ୍ବଲପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଦଳ ପକ୍ଷରୁ ଦୁର୍ଗା ପ୍ରସାଦ ପାଢ଼ୀଙ୍କୁ ପ୍ରାର୍ଥୀ ରୂପେ ଦଳ ଘୋଷଣା କରିଛି। ଏଣୁ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଶୁକ୍ରବାର ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆସନ୍ତା ସାଧାରଣ ନିର୍ବାଚନରେ ୨୦୨୪ ନିର୍ବାଚନରେ ବିଧାନସଭା ପାଇଁ ପ୍ରାର୍ଥୀ ହେବା ପରେ ଆଜି ସନ୍ଧ୍ୟାରେ କାର୍ଯ୍ୟାଳୟକୁ ଆସିଥିବା ବେଳେ ଜିଲା କଂଗ୍ରେସ ସଭାପତି ଜୟଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଶ୍ରୀ ପାଢ଼ୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହିତ ନିର୍ବାଚନ ପାଇଁ ଆଲୋଚନା କରାଯାଇଥିଲା। ଏହି ଅବସରରେ ଦଳର କର୍ମୀ ମାନଙ୍କର ସହଯୋଗ କାମନା ବିଧାୟକ ପ୍ରାର୍ଥୀ ଶ୍ରୀ ପାଢ଼ୀ କରିଥିଲେ। ଏହି ସ୍ୱାଗତ ସମ୍ବର୍ଦ୍ଧନା ସମୟରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବା ସହିତ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ କାର୍ଯ୍ୟ କରିବେ ବୋଲି କହିଥିଲେ।