ପାଗ ଖରାପ ଯୋଗୁ ମଝି ଆକାଶରେ ହେଲା କୁଆପଥର ମାଡ଼: ଜରୁରୀ ଅବତରଣ କଲା ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ବିମାନ
ମୃତ୍ୟୁ ନିକଟ ଅନୁଭୂତି । ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ବିମାନର ଜରୁରୀ ଅବତରଣ । ପ୍ରତିକୂଳ ପାଗ ଏବଂ କୁଆପଥର ମାଡ ଯୋଗୁଁ ମଝି ଆକାଶରେ ବିମାନ ଟଳମଳ ହୋଇଥିଲା । ଯାହାଫଳରେ ବିମାନର ନୋଜ୍ କ୍ଷତିଗ୍ରସ୍ତ ହୋଇଥିଲା । ପାଇଲଟ ଏ ସମ୍ପର୍କରେ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ଜଣାଇବା ପରେ ବିମାନକୁ ଜରୁରୀ ଅବତରଣ କରିବାକୁ ଅନୁମତି ମିଳିଥିଲା । ଯାହା ଖବର ମିଳିଛି କି, ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ […] The post ପାଗ ଖରାପ ଯୋଗୁ ମଝି ଆକାଶରେ ହେଲା କୁଆପଥର ମାଡ଼: ଜରୁରୀ ଅବତରଣ କଲା ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ବିମାନ appeared first on KNews Odisha.

ମୃତ୍ୟୁ ନିକଟ ଅନୁଭୂତି । ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ବିମାନର ଜରୁରୀ ଅବତରଣ । ପ୍ରତିକୂଳ ପାଗ ଏବଂ କୁଆପଥର ମାଡ ଯୋଗୁଁ ମଝି ଆକାଶରେ ବିମାନ ଟଳମଳ ହୋଇଥିଲା । ଯାହାଫଳରେ ବିମାନର ନୋଜ୍ କ୍ଷତିଗ୍ରସ୍ତ ହୋଇଥିଲା । ପାଇଲଟ ଏ ସମ୍ପର୍କରେ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ଜଣାଇବା ପରେ ବିମାନକୁ ଜରୁରୀ ଅବତରଣ କରିବାକୁ ଅନୁମତି ମିଳିଥିଲା ।
ଯାହା ଖବର ମିଳିଛି କି, ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଦେଖାଦେଇଥିଲା ଏହି ଭୟଙ୍କର ସ୍ଥିତି । ଯାହାକୁ ନେଇ ବୁଧବାର ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । କାନ୍ଦଣା ବୋବାଳି ସହ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିପଡିଥିଲେ ଯାତ୍ରୀ । ହେଲେ ସୌଭାଗ୍ୟବଶତଃ ବିମାନଟି ସନ୍ଧ୍ୟା ୬.୩୦ରେ ଶ୍ରୀନଗରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା ।
ସରକାରୀ ସୂତ୍ର ଅନୁସାରେ, ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିବା ଏହି ଇଣ୍ଡିଗୋ ବିମାନରେ ୨୨୭ ଜଣ ଯାତ୍ରୀ ଥିଲେ । ବିମାନଟି ଖରାପ ପାଗ ଯୋଗୁଁ ମଝି ଆକାଶରେ ଟର୍ବୁଲାନ୍ସର ଶିକାର ହୋଇଥିଲା । ଯାହା ଫଳରେ ପାଇଲଟ୍ ଶ୍ରୀନଗରରେ ଥିବା ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଜରୁରୀକାଳୀନ ସୂଚନା ଦେଇଥିଲେ ।
ପାଇଲଟ୍ ଓ କ୍ରିଉ ମେମ୍ବରଙ୍କ ଉଦ୍ୟମରେ ବିମାନଟି ସୁରକ୍ଷିତ ଭାବେ ଶ୍ରୀନଗର ବିମାନ ବନ୍ଦରରେ ଅବତରଣ କରିବାରେ ସଫଳ ହୋଇଥିଲେ । ଏହି ବିମାନରେ TMC ସାଂସଦ ସାଗରିକା ଘୋଷଙ୍କ ସମେତ ୫ ଜଣ ସଦସ୍ୟ ଥିଲେ । ତେବେ ମଝି ଆକାଶରେ ଏଭଳି ଅଘଟଣ ମୃତ୍ୟୁ ନିକଟ ଅନୁଭୂତି ଆଣିଥିବା କହିଛନ୍ତି ସାଗରିକା ଘୋଷ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯିବା ସହ ସବୁ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଇଛି ।
ତେବେ ମଝି ଆକାଶରେ ଏହି ଭୟଙ୍କର ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ବିମାନଟି ଜୋରରେ ଥରିବା ସମୟରେ କିଛି ଯାତ୍ରୀ କାନ୍ଦୁଛନ୍ତି ତ କିଛି ଚିତ୍କାର କରୁଛନ୍ତି ଏବଂ ଆଉ କିଛି ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । ତଥାପି, ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା ଏବଂ ଏଥିରେ କୌଣସି ଯାତ୍ରୀ ଆହତ ହୋଇଥିବା ନେଇ କୌଣସି ସରକାରୀ ସୂଚନା ମିଳିନାହିଁ ।
ଆହୁରି ପଢନ୍ତୁ: କର୍ଣ୍ଣାଟକ : କାର୍ ଓ ବସ୍ ମୁହାଁମୁହିଁ ଧକ୍କା, ୬ ମୃତ
The post ପାଗ ଖରାପ ଯୋଗୁ ମଝି ଆକାଶରେ ହେଲା କୁଆପଥର ମାଡ଼: ଜରୁରୀ ଅବତରଣ କଲା ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ବିମାନ appeared first on KNews Odisha.