ଜାତୀୟ ପତାକା ଉପରେ ବିବାଦୀୟ ପୋଷ୍ଟ: କ୍ଷମା ମାଗିଲେ ନିଲମ୍ବିତ ମନ୍ତ୍ରୀ

ବେଙ୍ଗାଲୁରୁ,୮ା୪ ବିରୋଧୀ ଦଳ ଅଶୋକ ଚକ୍ର ସଦୃଶ ପ୍ରତିକ ବ୍ୟବହାର କରୁଥିବା ନେଇ ସୋସିଆଲ ମିଡିଆରେ ମାଳଦ୍ୱୀପର ପୂର୍ବତନ ମନ୍ତ୍ରୀ ମାରିୟାମ ଶିଉନା କରିଥିବା ପୋଷ୍ଟକୁ ନେଇ ବିବାଦ ଦେଖାଦେବା ପରେ ସେ ସୋମବାର କ୍ଷମା ମାଗିଛନ୍ତି। ମୋ ପୋଷ୍ଟକୁ ନେଇ ଯଦି କୌଣସି ଦ୍ୱନ୍ଦ୍ୱ ବା ଅପରାଧ ହୋଇଥାଏ ସେଥିପାଇଁ ବିନମ୍ରତାର ସହ କ୍ଷମା ମାଗୁଛି ବୋଲି ନିଲମ୍ବିତ ମନ୍ତ୍ରୀ ଶିଉନା କହିଛନ୍ତି। ସେ କହିଛନ୍ତି, ମାଳଦ୍ୱୀପର ବିରୋଧୀ ଦଳ ଏମ୍‌ଡିପି ଭାରତୀୟ ଜାତୀୟ ପତାକା […] The post ଜାତୀୟ ପତାକା ଉପରେ ବିବାଦୀୟ ପୋଷ୍ଟ: କ୍ଷମା ମାଗିଲେ ନିଲମ୍ବିତ ମନ୍ତ୍ରୀ appeared first on Dharitri Odia News.

ଜାତୀୟ ପତାକା ଉପରେ ବିବାଦୀୟ ପୋଷ୍ଟ: କ୍ଷମା ମାଗିଲେ ନିଲମ୍ବିତ ମନ୍ତ୍ରୀ

ବେଙ୍ଗାଲୁରୁ,୮ା୪ ବିରୋଧୀ ଦଳ ଅଶୋକ ଚକ୍ର ସଦୃଶ ପ୍ରତିକ ବ୍ୟବହାର କରୁଥିବା ନେଇ ସୋସିଆଲ ମିଡିଆରେ ମାଳଦ୍ୱୀପର ପୂର୍ବତନ ମନ୍ତ୍ରୀ ମାରିୟାମ ଶିଉନା କରିଥିବା ପୋଷ୍ଟକୁ ନେଇ ବିବାଦ ଦେଖାଦେବା ପରେ ସେ ସୋମବାର କ୍ଷମା ମାଗିଛନ୍ତି। ମୋ ପୋଷ୍ଟକୁ ନେଇ ଯଦି କୌଣସି ଦ୍ୱନ୍ଦ୍ୱ ବା ଅପରାଧ ହୋଇଥାଏ ସେଥିପାଇଁ ବିନମ୍ରତାର ସହ କ୍ଷମା ମାଗୁଛି ବୋଲି ନିଲମ୍ବିତ ମନ୍ତ୍ରୀ ଶିଉନା କହିଛନ୍ତି।

ସେ କହିଛନ୍ତି, ମାଳଦ୍ୱୀପର ବିରୋଧୀ ଦଳ ଏମ୍‌ଡିପି ଭାରତୀୟ ଜାତୀୟ ପତାକା ଭଳି ଦେଖାଯାଉଥିବା ଏକ ଛବି ବ୍ୟବହାର କରୁଥିବା ନେଇ ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ଏହା ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ବିହୀନ ଏବଂ ବୁଝାମଣାର ଅଭାବ ପାଇଁ ଅନୁତପ୍ତ ବୋଲି ଶିଉନା ପ୍ରକାଶ କରିଛନ୍ତି।

The post ଜାତୀୟ ପତାକା ଉପରେ ବିବାଦୀୟ ପୋଷ୍ଟ: କ୍ଷମା ମାଗିଲେ ନିଲମ୍ବିତ ମନ୍ତ୍ରୀ appeared first on Dharitri Odia News.