ନିର୍ବାଚନ ତାରିଖ ଘୋଷଣା ପରେ ହଟିଲା ହୋର୍ଡିଂ

ଦାରିଙ୍ଗବାଡ଼ି,୧୬ା୩(ଅରୁଣ ସାହୁ): ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା ହେବା ପରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦଳୀୟ କର୍ମୀମାନେ ନିଜ ଦଳର ହୋର୍ଡିଂଗୁଡିକୁ ହଟାଇ ଦେଇଛନ୍ତି। ତେବେ ଏହା ଉକ୍ତ ବ୍ଲକ ଅଞ୍ଚଳର ସମସ୍ତ ପଞ୍ଚାୟତରେ ହୋର୍ଡିଂ ହଟାଯାଇ ନ ଥିବା ବେଳେ କିଛି ଅଞ୍ଚଳରେ ଦଳୀୟ କର୍ମୀମାନେ ହଟାଇ ଦେଇଛନ୍ତି। ବିଭିନ୍ନ ଦଳର ନୂତନ ବର୍ଷ ଅଭିନନ୍ଦନ ହୋର୍ଡିଂ ବିଭିନ୍ନ ପଞ୍ଚାୟତରେ ଏକାଧିକ ସ୍ଥାନରେ ମାଳ ମାଳ ଲାଗିଛି। ନିର୍ବାଚନ […] The post ନିର୍ବାଚନ ତାରିଖ ଘୋଷଣା ପରେ ହଟିଲା ହୋର୍ଡିଂ appeared first on Dharitri Odia News.

ନିର୍ବାଚନ ତାରିଖ ଘୋଷଣା ପରେ ହଟିଲା ହୋର୍ଡିଂ

ଦାରିଙ୍ଗବାଡ଼ି,୧୬ା୩(ଅରୁଣ ସାହୁ): ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା ହେବା ପରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦଳୀୟ କର୍ମୀମାନେ ନିଜ ଦଳର ହୋର୍ଡିଂଗୁଡିକୁ ହଟାଇ ଦେଇଛନ୍ତି। ତେବେ ଏହା ଉକ୍ତ ବ୍ଲକ ଅଞ୍ଚଳର ସମସ୍ତ ପଞ୍ଚାୟତରେ ହୋର୍ଡିଂ ହଟାଯାଇ ନ ଥିବା ବେଳେ କିଛି ଅଞ୍ଚଳରେ ଦଳୀୟ କର୍ମୀମାନେ ହଟାଇ ଦେଇଛନ୍ତି। ବିଭିନ୍ନ ଦଳର ନୂତନ ବର୍ଷ ଅଭିନନ୍ଦନ ହୋର୍ଡିଂ ବିଭିନ୍ନ ପଞ୍ଚାୟତରେ ଏକାଧିକ ସ୍ଥାନରେ ମାଳ ମାଳ ଲାଗିଛି। ନିର୍ବାଚନ ଘୋଷଣା ପରେ ଆଚରଣବିଧି ଲାଗୁ ହୋଇଛି। ଫଳରେ ଦଳୀୟ କର୍ମୀମାନେ ଏଭଳି ପଦକ୍ଷେପ ନେଇଥିବା ସିମନବାଡ଼ି ପଞ୍ଚାୟତର ସମିତିସଭ୍ୟ ସାଧୁ ନାୟକ, ଓ୍ବାର୍ଡସଭ୍ୟ ଅମରେନ୍ଦ୍ର ପ୍ରଧାନ କହିଛନ୍ତି।

ପ୍ରକାଶ ଯେ, ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ଏବେ ବିଜେଡି ଶାସନ କରୁଥିବା ବେଳେ ସାଲୁଗା ପ୍ରଧାନ ବିଧାୟକ ଭାବେ ର୍ନିବାଚିତ ହୋଇଥିଲେ ଓ ସେ ଏବେ ବିଧାନସଭାର ଉପବାଚସ୍ପତି ଭାବେ ଦାୟିତ୍ୱ ତୁଲାଉଥିଲେ। ଏବେ ଚଳିତ ନିର୍ବାଚନ ପାଇଁ ବିଜେଡି ସମେତ ଭାଜପା ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରସ୍ତୁତ ଚାଲିଛି। ସେପଟେ ଏହି ନିର୍ବାଚନରେ ମତ ଦାନ କରିବା ଅପେକ୍ଷାରେ ଭୋଟର। ହୋର୍ଡିଂଗୁଡିକ ହଟା ଯିବା ସମ୍ପର୍କରେ ବିଡିଓ ଗଦାଧର ପାତ୍ର କହିଛନ୍ତି ସ୍ବତନ୍ତ୍ର ଟିମ୍‌ ଉକ୍ତ ବ୍ଲକ ଅଞ୍ଚଳରେ ବୁଲି ଲାଗିଥିବା ହୋର୍ଡିଂଗୁଡ଼ିକୁ ହଟାଇବ ବୋଲି କହିଛନ୍ତି।

The post ନିର୍ବାଚନ ତାରିଖ ଘୋଷଣା ପରେ ହଟିଲା ହୋର୍ଡିଂ appeared first on Dharitri Odia News.