ତାଜମହଲକୁ ନେଇ କାହିଁକି ଏଏସ୍ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ଏସ୍ଆଇ)ରୁ ପ୍ରତିକ୍ରିୟା ମାଗିଛନ୍ତି। ଜଷ୍ଟିସ ଅଭୟ ଏସ୍ ଓକା ଏବଂ ଉଜ୍ଜଲ ଭୂୟାଁଙ୍କ ଏକ ବେଞ୍ଚ ଉତ୍ତରପ୍ରଦେଶ ସରକାରଙ୍କୁ ଭିଜନ ଦଲିଲକୁ ରେକର୍ଡରେ ଆଣିବାକୁ ନିର୍ଦ୍ଦେଶ ଦେଇଛି। ଯାହା ରାଜ୍ୟ ସରକାରଙ୍କ ସହ ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର (ଏସ୍ପିଏ) ଦ୍ୱାରା ପ୍ରସ୍ତୁତ କରାଯାଇଛି। ତାଜମହଲର ସଂରକ୍ଷଣ ତଥା […] The post ତାଜମହଲକୁ ନେଇ କାହିଁକି ଏଏସ୍ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ… appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ଏସ୍ଆଇ)ରୁ ପ୍ରତିକ୍ରିୟା ମାଗିଛନ୍ତି। ଜଷ୍ଟିସ ଅଭୟ ଏସ୍ ଓକା ଏବଂ ଉଜ୍ଜଲ ଭୂୟାଁଙ୍କ ଏକ ବେଞ୍ଚ ଉତ୍ତରପ୍ରଦେଶ ସରକାରଙ୍କୁ ଭିଜନ ଦଲିଲକୁ ରେକର୍ଡରେ ଆଣିବାକୁ ନିର୍ଦ୍ଦେଶ ଦେଇଛି। ଯାହା ରାଜ୍ୟ ସରକାରଙ୍କ ସହ ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର (ଏସ୍ପିଏ) ଦ୍ୱାରା ପ୍ରସ୍ତୁତ କରାଯାଇଛି। ତାଜମହଲର ସଂରକ୍ଷଣ ତଥା ତାଜ୍ ଟ୍ରାପେଜିୟମ ଜୋନ୍ର ସୁରକ୍ଷା ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟର ଏକ ବେଞ୍ଚ ଶୁଣାଣି କରୁଛି।
ସୁପ୍ରିମକୋର୍ଟ କହିଛନ୍ତି, ୮ ଡିସେମ୍ବର ୨୦୧୭ରେ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଜ୍ ଟ୍ରାପେଜିୟମ ଜୋନ୍ ହେଉଛି ଏକ ଟ୍ରାପେଜଏଡାଲ ଆକୃତିର କ୍ଷେତ୍ର। ଯାହା ପ୍ରାୟ ୧୦,୪୦୦ ବର୍ଗ କିଲୋମିଟର ପରିଧିରେ ବ୍ୟାପିଛି। ଏହା ଉତ୍ତରପ୍ରଦେଶର ଆଗ୍ରା, ଫିରୋଜାବାଦ, ମଥୁରା, ହାଥ୍ରାସ ଏବଂ ଏଟା ଜିଲା ଏବଂ ରାଜସ୍ଥାନର ଭାରତପୁର ଜିଲାକୁ ବ୍ୟାପିଛି। ସୁପ୍ରିମକୋର୍ଟ କହିଛନ୍ତି, ଏହା ଆଶ୍ଚର୍ଯ୍ୟଜନକ ଯେ, ୨୬ ଜୁଲାଇ ୨୦୧୮ରେ ଏହା ପ୍ଲାନ୍ ପ୍ରସ୍ତୁତ ହୋଇସାରିଛି। କିନ୍ତୁ ତାଜମହଲର ରକ୍ଷଣାବେକ୍ଷଣ ପାଇଁ ଦାୟୀ ଥିବା ଏଏସ୍ଆଇ ସହିତ ପରାମର୍ଶ ନ କରି ଏହା କରାଯାଇଥିଲା। ବେଞ୍ଚ କହିଛି ଯେ, ଭିଜନ ଡକ୍ୟୁମେଣ୍ଟ ଉପରେ ଏଏସ୍ଆଇର ପ୍ରତିକ୍ରିୟା ଜାଣିବାକୁ ଚାହୁଁଛୁ। ବେଞ୍ଚ ଜୁଲାଇ ୧୧ ପାଇଁ ମାମଲାର ପରବର୍ତ୍ତୀ ଶୁଣାଣି ସ୍ଥିର କରିଛି।
The post ତାଜମହଲକୁ ନେଇ କାହିଁକି ଏଏସ୍ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ… appeared first on Dharitri Odia News.