କୋରାପୁଟ ଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ: ପଚାରି ବୁଝିଲେ ସୁବିଧା-ଅସୁବିଧା
କୋରାପୁଟ,୮।୧୧(ଅମିତାଭ ବେହେରା): ରାଜ୍ୟ ପୋଲିସ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶୁକ୍ରବାର ଦିନିକିଆ କୋରାପୁଟ ଗସ୍ତରେ ଆସି ପହଞ୍ଚିଛନ୍ତି। ଡିଜି ମାଲକାନଗିରିରୁ ହେଲିକପ୍ଟର ଯୋଗେ ଆସି କୋରାପୁଟ ବିଏସଏଫ ମୁଖ୍ୟାଳୟ ପହଞ୍ଚି ସେଠାରେ ଜିଲାର ସୁରକ୍ଷା ବ୍ୟବସ୍ଥା ନେଇ ବିଏସଏଫର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ସେଠାରୁ କୋରାପୁଟ ଏସଓଜି କାର୍ଯ୍ୟାଳୟ ପରିଦର୍ଶନ କରି ଯବାନଙ୍କ ସୁବିଧା ଓ ଅସୁବିଧା ନେଇ ଆଲୋଚନା କରିଥିଲେ। ଅପରାହ୍ନ ୧ଟା ୪୦ ମିନିଟରେ କୋରାପୁଟ ପୋଲିସ ମୁଖ୍ୟାଳୟରେ […] The post କୋରାପୁଟ ଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ: ପଚାରି ବୁଝିଲେ ସୁବିଧା-ଅସୁବିଧା appeared first on Dharitri Odia News.
କୋରାପୁଟ,୮।୧୧(ଅମିତାଭ ବେହେରା): ରାଜ୍ୟ ପୋଲିସ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶୁକ୍ରବାର ଦିନିକିଆ କୋରାପୁଟ ଗସ୍ତରେ ଆସି ପହଞ୍ଚିଛନ୍ତି। ଡିଜି ମାଲକାନଗିରିରୁ ହେଲିକପ୍ଟର ଯୋଗେ ଆସି କୋରାପୁଟ ବିଏସଏଫ ମୁଖ୍ୟାଳୟ ପହଞ୍ଚି ସେଠାରେ ଜିଲାର ସୁରକ୍ଷା ବ୍ୟବସ୍ଥା ନେଇ ବିଏସଏଫର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ସେଠାରୁ କୋରାପୁଟ ଏସଓଜି କାର୍ଯ୍ୟାଳୟ ପରିଦର୍ଶନ କରି ଯବାନଙ୍କ ସୁବିଧା ଓ ଅସୁବିଧା ନେଇ ଆଲୋଚନା କରିଥିଲେ। ଅପରାହ୍ନ ୧ଟା ୪୦ ମିନିଟରେ କୋରାପୁଟ ପୋଲିସ ମୁଖ୍ୟାଳୟରେ ପହଂଚିବା ପରେ ଡିଜିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ପରେ ଏଠାରେ ଜିଲା ପୋଲିସର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ଏଥିରେ ମାଓବାଦୀ ଦମନ, ଗଞ୍ଜେଇ ଚାଲାଣ ଉପରେ ଅଙ୍କୁଶ, ଜିଲାରେ ସୁରକ୍ଷା ବ୍ୟବସ୍ଥା, ଜନସାଧାରଣଙ୍କ ସୁରକ୍ଷା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ରାଜ୍ୟ ଗୋଇନ୍ଦା ନିର୍ଦେଶକ କେ ବିଶାଳ ସିଂ, ଡି ଆଇ ଜି ଅପେରଶନ ଅଖିଳେଶ୍ୱର ସିଂ, କୋରାପୁଟ ଏସପି ରୋହିତ ବର୍ମା, ଜିଲାପାଳ ଭି କୀର୍ତି ଭାସନଙ୍କ ସମେତ ଜିଲାର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
The post କୋରାପୁଟ ଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ: ପଚାରି ବୁଝିଲେ ସୁବିଧା-ଅସୁବିଧା appeared first on Dharitri Odia News.