ଏସ୍‌ପି ବାସଭବନ ସମ୍ମୁଖରେ ହତ୍ୟା: ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ନୂଆପଡ଼ା,,୮ା୩ (ମକାରୁ ବେମାଲ):  ୫ଦିନ ପୂର୍ବେ ନୂଆପଡ଼ା ଏସ୍‌ପି ଅଫିସ ସମ୍ମୁଖ ରାଜପଥରେ ବୃଦ୍ଧଙ୍କୁ ହତ୍ୟା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏ ନେଇ ଜିଲା ପୋଲିସ କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଜିଆର୍‌ ରାଘବେନ୍ଦ୍ର ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ ଗତ ରବିବାର ଭୋର ୪ଟା ସମୟରେ ୱାର୍ଡ ନଂ.୧୨ ସିରତୋଳ ଗାଁର ଶୁକଲାଲ ସାହୁ (୮୦) କୌଣସି କାର୍ଯ୍ୟରେ ବାହାରି ଯାଉଥିବା ସମୟରେ ଏସ୍‌ପି ବାସଭବନ ସମ୍ମୁଖ ୩୫୩ ନଂ. […] The post ଏସ୍‌ପି ବାସଭବନ ସମ୍ମୁଖରେ ହତ୍ୟା: ଘଟଣାର ପର୍ଦ୍ଦାଫାଶ କଲା ପୋଲିସ appeared first on Dharitri Odia News.

ଏସ୍‌ପି ବାସଭବନ ସମ୍ମୁଖରେ ହତ୍ୟା:  ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ନୂଆପଡ଼ା,,୮ା୩ (ମକାରୁ ବେମାଲ):  ୫ଦିନ ପୂର୍ବେ ନୂଆପଡ଼ା ଏସ୍‌ପି ଅଫିସ ସମ୍ମୁଖ ରାଜପଥରେ ବୃଦ୍ଧଙ୍କୁ ହତ୍ୟା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏ ନେଇ ଜିଲା ପୋଲିସ କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଜିଆର୍‌ ରାଘବେନ୍ଦ୍ର ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ ଗତ ରବିବାର ଭୋର ୪ଟା ସମୟରେ ୱାର୍ଡ ନଂ.୧୨ ସିରତୋଳ ଗାଁର ଶୁକଲାଲ ସାହୁ (୮୦) କୌଣସି କାର୍ଯ୍ୟରେ ବାହାରି ଯାଉଥିବା ସମୟରେ ଏସ୍‌ପି ବାସଭବନ ସମ୍ମୁଖ ୩୫୩ ନଂ. ଜାତୀୟ ରାଜପଥ ଉପରେ ତାଙ୍କ ଭାଇର ପୁଅ (ପୁତୁରା) ଓମ୍‌କାର ସାହୁ ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ସେ ସମୟରେ ଏସ୍‌ପି ବାସଭବନରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଦୌଡି ଆସିବାରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ମୁମୁର୍ଷୂ ଅବସ୍ଥାରେ ଶୁକଲାଲଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଜାରି ରଖିଥିଲା। ଶେଷରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ଜମି ମାମଲାକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ତଦନ୍ତ ପରେ ଜଣାପଡିବ ବୋଲି ଏସ୍‌ପି କହିଛନ୍ତି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ରଣଜିତ ନାଏକ, ଥାନା ଅଧିକାରୀ ଗଙ୍ଗାଧର ମେହେର ପ୍ରମୁଖ ଉପସ୍ଥିତ ଥିଲେ ା

The post ଏସ୍‌ପି ବାସଭବନ ସମ୍ମୁଖରେ ହତ୍ୟା: ଘଟଣାର ପର୍ଦ୍ଦାଫାଶ କଲା ପୋଲିସ appeared first on Dharitri Odia News.