ଏସ୍ସିବିରୁ ଡିସ୍ଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ
କଟକ, ୧୮।୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବିରୁ ସୁସ୍ଥ ହୋଇ ସୋମବାର ଡିସ୍ଚାର୍ଜ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ଗତ ୧୨ ତାରିଖରେ ତାଙ୍କୁ ଚିକିତ୍ସା ଲାଗି ଏସ୍ସିବି ମେଡିକାଲର ମେଡିସିନ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଏପରିକି ମେଡିକାଲ ପକ୍ଷରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇ ତାଙ୍କ ଚିକିତ୍ସା କରାଯାଇଥିଲା। ସୋମବାର ସେ ସୁସ୍ଥ ହେବାପରେ ମେଡିକାଲ ପକ୍ଷରୁ ତାଙ୍କୁ ଡିସ୍ଚାର୍ଜ କରାଯାଇ ଏକ ସ୍ବତନ୍ତ୍ର […] The post ଏସ୍ସିବିରୁ ଡିସ୍ଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ appeared first on Dharitri Odia News.
କଟକ, ୧୮।୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବିରୁ ସୁସ୍ଥ ହୋଇ ସୋମବାର ଡିସ୍ଚାର୍ଜ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ଗତ ୧୨ ତାରିଖରେ ତାଙ୍କୁ ଚିକିତ୍ସା ଲାଗି ଏସ୍ସିବି ମେଡିକାଲର ମେଡିସିନ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଏପରିକି ମେଡିକାଲ ପକ୍ଷରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇ ତାଙ୍କ ଚିକିତ୍ସା କରାଯାଇଥିଲା। ସୋମବାର ସେ ସୁସ୍ଥ ହେବାପରେ ମେଡିକାଲ ପକ୍ଷରୁ ତାଙ୍କୁ ଡିସ୍ଚାର୍ଜ କରାଯାଇ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କୋରାପୁଟ ପଠାଯାଇଛି।
ଏନେଇ ମେଡିସିନ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଜୟନ୍ତୀ ପଣ୍ଡା କହିଛନ୍ତି, ପଦ୍ମଶ୍ରୀ ପୂଜାରୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବାରୁ ତାଙ୍କୁ ଡିସ୍ଚାର୍ଜ କରାଯାଇଛି। ଏପରିକି ପ୍ରତି ମାସରେ ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ପରାମର୍ଶ ଦିଆଯାଇଛି ।
ଅନ୍ୟପକ୍ଷେ ପଦ୍ମଶ୍ରୀ କମଳା ପୂଜାରୀ କହିଛନ୍ତି, ସୁସ୍ଥ ହୋଇ ଖୁସି ଅନୁଭବ କରୁଛି। ଏସ୍ସିବିର ସମସ୍ତ ଡାକ୍ତର ଭଲ। ଏପରିକି ଚିକିତ୍ସା କରିଥିବା ଡାକ୍ତରୀ ଟିମ୍କୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି।
The post ଏସ୍ସିବିରୁ ଡିସ୍ଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ appeared first on Dharitri Odia News.