ହସ୍ପିଟାଲରୁ ୭ଦିନର ଶିଶୁପୁତ୍ର ଚୋରୀ , ମାଆ ସହ ମିଳାମିଶା ପରେ ପିଲାକୁ ନେଇ ଅଜଣା ମହିଳା ଫେରାର

ସୋନଭଦ୍ର ( ୟୁପି) : ୟୁପିର ସୋନଭଦ୍ରରୁ ପିଲା ଚୋରୀର ମାମଲା ସାମ୍ନାକୁ ଆସିଛି। ଜିଲ୍ଲା ହସ୍ପିଟାଲରେ ସୋମବାର ସକାଳେ ପ୍ରସବ ୱାର୍ଡରୁ ଚନ୍ଦୋଲୀର ଜଣେ ମହିଳାଙ୍କ ନବଜାତ ଶିଶୁ ଚୋରୀ ହୋଇ ଯାଇଛି। ସେ ୭ଦିନ ପୂର୍ବେ ଜନ୍ମ ହୋଇଥିଲା। ସୂଚନା ମିଳିବା ପରେ ହସ୍ପିଟାଲ ପ୍ରଶାସନ ଯେତେବେଳେ ସିସିଟିଭି କ୍ୟାମେରା ଚେକ୍ କଲେ ତ ଜଣେ ମହିଳା ଶିଶୁକୁ ନେଇ ଯାଉଥିବାର ଦେଖିଲେ। ଏହି ଆଧାରରେ ପୁଲିସ ସାମଲାର ଛାନଭିନ ଚଳେଇଛି।ଚନ୍ଦୋଲୀର ନୌଗଡରେ ରହୁଥିବା ସୁଦାମା କହିଛନ୍ତି ଯେ, ତାଙ୍କ ପତ୍ନୀ ପୁନମ ୨୭ ମେ’ରେ ସୋନଭଦ୍ର ମେଡିକାଲ କଲେଜ ସହ ଜଡ଼ିତ ଜିଲ୍ଲା ହସ୍ପିଟାଲରେ ଅପରେସନ ଦ୍ୱାରା ପୁତ୍ର ସନ୍ତାନକୁ ଜନ୍ମ ଦେଇ ଥିଲେ। ଏହାପରେ ତାଙ୍କୁ ୱାର୍ଡକୁ ସିଫ୍ଟ କରାଯାଇ ଥିଲା। ୱାର୍ଡରେ ଗତ କିଛି ଦିନ ହେବ ଆଉ ଜଣେ ମହିଳା ରହୁଥିଲେ। ତାଙ୍କର ସଂପର୍କୀୟଙ୍କ ଚିକିତ୍ସା ଚାଲୁ ଥିଲା। ସେ ପତ୍ନୀଙ୍କ ସହ ଖୁବ୍‌ ମିଳାମିଶା କଲେ। ଦୁହେଁ ଅନେକ ସମୟରେ ଏକାଠି ବସୁ ଥିଲେ। ସୋମବାର ସକାଳେ ତାଙ୍କର ଶାଶୂ ଖାଇବାକୁ ରବର୍ଟସଗଞ୍ଜର ଜୋଗିଆବୀର ସ୍ଥିତ ନିଜ ଘରକୁ ଚାଲି ଗଲେ। ଏହି ସମୟରେ ସେ ପତ୍ନୀଙ୍କ ପାଖରେ ଥିଲେ। ମହିଳା ଜଣଙ୍କ ତାଙ୍କୁ ଜିଲାପି ଆଣିବାକୁ ପଠାଇ ଥିଲେ। ସେ ୱାର୍ଡରୁ ବାହାରିବା କ୍ଷଣି ତାଙ୍କର ପତ୍ନୀ ବେଡଶିଟ୍‌ ବଦଳାଉ ଥିଲେ। ସେ ନବଜାତ ଶିଶୁକୁ ଅନ୍ୟ ଏକ ବେଡ୍‌ରେ ଶୁଣାଇ ଦେଇଥିଲେ।ଅଭିଯୋଗ ଯେ, ୱାର୍ଡରେ ଥିବା ମହିଳା ସୁଯୋଗ ଦେଖି ତ

ହସ୍ପିଟାଲରୁ ୭ଦିନର ଶିଶୁପୁତ୍ର ଚୋରୀ , ମାଆ ସହ ମିଳାମିଶା ପରେ ପିଲାକୁ ନେଇ ଅଜଣା ମହିଳା ଫେରାର

ସୋନଭଦ୍ର ( ୟୁପି) : ୟୁପିର ସୋନଭଦ୍ରରୁ ପିଲା ଚୋରୀର ମାମଲା ସାମ୍ନାକୁ ଆସିଛି। ଜିଲ୍ଲା ହସ୍ପିଟାଲରେ ସୋମବାର ସକାଳେ ପ୍ରସବ ୱାର୍ଡରୁ ଚନ୍ଦୋଲୀର ଜଣେ ମହିଳାଙ୍କ ନବଜାତ ଶିଶୁ ଚୋରୀ ହୋଇ ଯାଇଛି। ସେ ୭ଦିନ ପୂର୍ବେ ଜନ୍ମ ହୋଇଥିଲା। ସୂଚନା ମିଳିବା ପରେ ହସ୍ପିଟାଲ ପ୍ରଶାସନ ଯେତେବେଳେ ସିସିଟିଭି କ୍ୟାମେରା ଚେକ୍ କଲେ ତ ଜଣେ ମହିଳା ଶିଶୁକୁ ନେଇ ଯାଉଥିବାର ଦେଖିଲେ। ଏହି ଆଧାରରେ ପୁଲିସ ସାମଲାର ଛାନଭିନ ଚଳେଇଛି।

ଚନ୍ଦୋଲୀର ନୌଗଡରେ ରହୁଥିବା ସୁଦାମା କହିଛନ୍ତି ଯେ, ତାଙ୍କ ପତ୍ନୀ ପୁନମ ୨୭ ମେ’ରେ ସୋନଭଦ୍ର ମେଡିକାଲ କଲେଜ ସହ ଜଡ଼ିତ ଜିଲ୍ଲା ହସ୍ପିଟାଲରେ ଅପରେସନ ଦ୍ୱାରା ପୁତ୍ର ସନ୍ତାନକୁ ଜନ୍ମ ଦେଇ ଥିଲେ। ଏହାପରେ ତାଙ୍କୁ ୱାର୍ଡକୁ ସିଫ୍ଟ କରାଯାଇ ଥିଲା। ୱାର୍ଡରେ ଗତ କିଛି ଦିନ ହେବ ଆଉ ଜଣେ ମହିଳା ରହୁଥିଲେ। ତାଙ୍କର ସଂପର୍କୀୟଙ୍କ ଚିକିତ୍ସା ଚାଲୁ ଥିଲା। ସେ ପତ୍ନୀଙ୍କ ସହ ଖୁବ୍‌ ମିଳାମିଶା କଲେ। ଦୁହେଁ ଅନେକ ସମୟରେ ଏକାଠି ବସୁ ଥିଲେ। ସୋମବାର ସକାଳେ ତାଙ୍କର ଶାଶୂ ଖାଇବାକୁ ରବର୍ଟସଗଞ୍ଜର ଜୋଗିଆବୀର ସ୍ଥିତ ନିଜ ଘରକୁ ଚାଲି ଗଲେ। ଏହି ସମୟରେ ସେ ପତ୍ନୀଙ୍କ ପାଖରେ ଥିଲେ। ମହିଳା ଜଣଙ୍କ ତାଙ୍କୁ ଜିଲାପି ଆଣିବାକୁ ପଠାଇ ଥିଲେ। ସେ ୱାର୍ଡରୁ ବାହାରିବା କ୍ଷଣି ତାଙ୍କର ପତ୍ନୀ ବେଡଶିଟ୍‌ ବଦଳାଉ ଥିଲେ। ସେ ନବଜାତ ଶିଶୁକୁ ଅନ୍ୟ ଏକ ବେଡ୍‌ରେ ଶୁଣାଇ ଦେଇଥିଲେ।

ଅଭିଯୋଗ ଯେ, ୱାର୍ଡରେ ଥିବା ମହିଳା ସୁଯୋଗ ଦେଖି ତାଙ୍କର ପିଲାକୁ ଚୋରାଇ ଦେଇ ଥିଲେ। ଏହାପରେ ସେ ଫେରାର ହୋଇଗଲେ। ଏହା ଜାଣିବା ପରେ ପୁନମ ଖୁବ୍‌ ଜୋରରେ ଚିତ୍କାର କରି ଥିଲେ। ୱାର୍ଡରେ ଲୋକଙ୍କ ଭିଡ଼ ଜମିଲା। ଏପଟେ ଘଟଣାର ସୂଚନା ମିଳିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା। ହସ୍ପିଟାଲର ସିସିଟିଭି କ୍ୟାମେରାରେ ମହିଳା ଶିଶୁ ପୁତ୍ରକୁ ନେବାର ଦେଖା ଯାଉଛି। ଲୋଡି ପୋଷ୍ଟର ପ୍ରଭାରୀ ସଞ୍ଜୟ ସିଂହ କହିଛନ୍ତି ଯେ ସୁଦାମାଙ୍କର ଅଭିଯୋଗ କ୍ରମେ ଅଜଣା ମହିଳାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଫୁଟେଜ୍‌ ଆଧାରରେ ମହିଳାଙ୍କର ତଲାସୀ ଜାରି ରହିଛି। ଖୁବ୍‌ ଶୀଘ୍ର ମାମଲାର ଖୁଲାସା କରାଯିବ।