ନିର୍ବାଚନ ଲଢିବା ନେଇ କୋର୍ଟଙ୍କ ଅନୁମତି ମିଳିବା ପରେ ନିର୍ବାଚନ ଲଢିବେ ଦିଲ୍ଲୀପ! ହୋଇପାରନ୍ତି ଭାଜପାରେ ସାମିଲ

ଭୁବନେଶ୍ୱର,୯।୪: ନିର୍ବାଚନ ଲଢିବାକୁ ନେଇ କୋର୍ଟଙ୍କ ଅନୁମତି ପରେ ରାଜ୍ୟର ବରିଷ୍ଠ ନେତା ଦିଲ୍ଲୀପ ରାୟ ଭାଜପାରେ ସାମିଲ ହୋଇପାରନ୍ତି । ଏଥିସହ ସେ ଭାଜପାରେ ମିଶିସାରିଲା ପରେ ତାଙ୍କୁ ଦଳ ରାଉରକେଲା ବିଧାନସଭା ଆସନରୁ ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ରାଉରକେଲା ବିଧାନସଭା ଆସନ ପାଇଁ ଭାଜପା ଏ ଯାଏ ପ୍ରାର୍ଥୀ ଘୋଷଣା କରିନି । ୨୦୧୮ରେ ଦିଲ୍ଲୀପ ଭାଜପା ଛାଡିଥିଲେ। ଏହି ସମୟରେ ସେ ଭାଜପାର ରାଉରକେଲା ବିଧାୟକ ଥିଲେ । ୧୯୯୯ରେ […] The post ନିର୍ବାଚନ ଲଢିବା ନେଇ କୋର୍ଟଙ୍କ ଅନୁମତି ମିଳିବା ପରେ ନିର୍ବାଚନ ଲଢିବେ ଦିଲ୍ଲୀପ! ହୋଇପାରନ୍ତି ଭାଜପାରେ ସାମିଲ appeared first on Dharitri Odia News.

ନିର୍ବାଚନ ଲଢିବା ନେଇ କୋର୍ଟଙ୍କ ଅନୁମତି ମିଳିବା ପରେ ନିର୍ବାଚନ ଲଢିବେ ଦିଲ୍ଲୀପ! ହୋଇପାରନ୍ତି ଭାଜପାରେ ସାମିଲ

ଭୁବନେଶ୍ୱର,୯।୪: ନିର୍ବାଚନ ଲଢିବାକୁ ନେଇ କୋର୍ଟଙ୍କ ଅନୁମତି ପରେ ରାଜ୍ୟର ବରିଷ୍ଠ ନେତା ଦିଲ୍ଲୀପ ରାୟ ଭାଜପାରେ ସାମିଲ ହୋଇପାରନ୍ତି । ଏଥିସହ ସେ ଭାଜପାରେ ମିଶିସାରିଲା ପରେ ତାଙ୍କୁ ଦଳ ରାଉରକେଲା ବିଧାନସଭା ଆସନରୁ ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ରାଉରକେଲା ବିଧାନସଭା ଆସନ ପାଇଁ ଭାଜପା ଏ ଯାଏ ପ୍ରାର୍ଥୀ ଘୋଷଣା କରିନି ।

୨୦୧୮ରେ ଦିଲ୍ଲୀପ ଭାଜପା ଛାଡିଥିଲେ। ଏହି ସମୟରେ ସେ ଭାଜପାର ରାଉରକେଲା ବିଧାୟକ ଥିଲେ । ୧୯୯୯ରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ । ଏହି ସମୟରେ କୋଇଲା ଦୁର୍ନୀତି ଅଭିଯୋଗରେ ସେ ୨୦୨୦ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଯାହା ପରେ ତାଙ୍କର ନିର୍ବାଚନ ଲଢିବା ଉପରେ କୋର୍ଟ ରୋକ ଲଗାଇଥିଲେ।

The post ନିର୍ବାଚନ ଲଢିବା ନେଇ କୋର୍ଟଙ୍କ ଅନୁମତି ମିଳିବା ପରେ ନିର୍ବାଚନ ଲଢିବେ ଦିଲ୍ଲୀପ! ହୋଇପାରନ୍ତି ଭାଜପାରେ ସାମିଲ appeared first on Dharitri Odia News.